ଭୀମା କୋରେଗାଓଁ: ଗୌତମ ନଭଲାଖାଙ୍କୁ ସୁପ୍ରିମକୋର୍ଟ ଆଶ୍ୱସ୍ତି

ନୂଆଦିଲ୍ଲୀ: ଭୀମା କୋରେଗାଓଁ ହିଂସକାଣ୍ଡରେ ସାମିଲ ଥିବା ଅଭିଯୋଗରେ ଫସିଥିବା ସାମାଜିକ କର୍ମୀ ଗୌତମ ନଭଲାଖାଙ୍କୁ ଆଜି ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିଛି। ତାଙ୍କୁ ଏହି ମାମଲାରେ ପୁଲିସ୍‌ ଗିରଫ କରିବାକୁ ଉଦ୍ୟମ କରୁଥିଲା। ତେବେ ଏହା ବିରୋଧରେ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟ ଏହି ଆବେଦନକୁ ଗ୍ରହଣ କରି ଆସନ୍ତା ୧୫ ତାରିଖ ଯାଏ ପୁଲିସ୍‌ ନଭଲାଖାଙ୍କୁ କୌଣସି ପ୍ରକାରର ଗିରଫ କରିପାରିବ ନାହିଁ ବୋଲି କହିଛନ୍ତି। ଏହାସହ କୋର୍ଟ ମହାରାଷ୍ଟ୍ର ସରକାରଙ୍କୁ ନଭଲାଖାଙ୍କ ବିରୋଧରେ […]

xx

Hemant Lenka
  • Published: Friday, 04 October 2019
  • , Updated: 04 October 2019, 03:59 PM IST

ନୂଆଦିଲ୍ଲୀ: ଭୀମା କୋରେଗାଓଁ ହିଂସକାଣ୍ଡରେ ସାମିଲ ଥିବା ଅଭିଯୋଗରେ ଫସିଥିବା ସାମାଜିକ କର୍ମୀ ଗୌତମ ନଭଲାଖାଙ୍କୁ ଆଜି ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିଛି। ତାଙ୍କୁ ଏହି ମାମଲାରେ ପୁଲିସ୍‌ ଗିରଫ କରିବାକୁ ଉଦ୍ୟମ କରୁଥିଲା। ତେବେ ଏହା ବିରୋଧରେ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟ ଏହି ଆବେଦନକୁ ଗ୍ରହଣ କରି ଆସନ୍ତା ୧୫ ତାରିଖ ଯାଏ ପୁଲିସ୍‌ ନଭଲାଖାଙ୍କୁ କୌଣସି ପ୍ରକାରର ଗିରଫ କରିପାରିବ ନାହିଁ ବୋଲି କହିଛନ୍ତି।

ଏହାସହ କୋର୍ଟ ମହାରାଷ୍ଟ୍ର ସରକାରଙ୍କୁ ନଭଲାଖାଙ୍କ ବିରୋଧରେ ଠାବ କରିଥିବା ସମସ୍ତ ଦସ୍ତାବିଜ୍‌କୁ ଦାଖଲ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ମାଓବାଦୀଙ୍କ ସହ ସମ୍ପର୍କ ଓ ଭୀମା କୋରେଗାଓଁ ହିଂସା ଘଟଣାରେ ପୁଣେ ପୁଲିସ୍‌ ଗତବର୍ଷ ନଭଲାଖା ଏବଂ ଆଉ କିଛି ସାମାଜିକ କର୍ମୀଙ୍କ ବିରୋଧରେ ଏଫ୍‌ଆଇଆର ରୁଜୁ କରିଥିଲା। ଏହି ଏଫ୍‌ଆଇଆରକୁ ରଦ୍ଦ କରିବା ପାଇଁ ନଭଲାଖା ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ହେଲେ ସେପ୍ଟେମ୍ବର ୧୩ରେ ହାଇକୋର୍ଟ ତାଙ୍କ ଆବେଦନକୁ ଖାରଜ କରିଦେଇଥିଲେ। ତେବେ କୋର୍ଟ ତାଙ୍କୁ ଗିରଫଦାରୀରୁ ୩ ସପ୍ତାହ ଯାଏ ସୁରକ୍ଷା ଯୋଗାଇ ଦେଇଥିଲେ। ନଭଲାଖା ଏଫ୍‌ଆଇଆର ରଦ୍ଦ କରିବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

୨୦୧୭ ଡିସେମ୍ବର ୩୧ରେ ଏଲଗାର ପରିଷଦ ପକ୍ଷରୁ ଆନ୍ଦୋଳନ କରାଯାଇଥିଲା। ଏହାର ପରଦିନ ପୁଣେର ଭୀମା କୋରେଗାଓଁ ଠାରେ ହିଂସାକାଣ୍ଡ ଘଟିଥିଲା। ଏହି ଘଟଣାରେ ନଭଲାଖା ସାମିଲ ଥିବା ପୁଲିସ୍‌ କହିଥିଲା। ଖାଲି ସେତିକି ନୁହେଁ, ନଭଲାଖା ମାଓବାଦୀଙ୍କ ସହ ସମ୍ପର୍କ ରଖିଥିବା ମଧ୍ୟ ଅଭିଯୋଗ କରିଥିଲା।

Related story