ରାଜୀବ କୁମାରଙ୍କୁ ଗିରଫ କରିବା ପାଇଁ ସୁପ୍ରିମକୋର୍ଟଙ୍କ ଅନୁମତି ମାଗିଲା ସିବିଆଇ

ନୂଆଦିଲ୍ଲୀ: ଶାରଦା ଚିଟଫଣ୍ଡ ମାମଲାରେ କୋଲକାତାର ପୂର୍ବତନ ପୁଲିସ କମିଶନର ରାଜୀବ କୁମାରଙ୍କ ଅଗ୍ରୀମ ଜାମିନ୍ ଖାରଜ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ସିବିଆଇ। ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରି ରାଜୀବ କୁମାରଙ୍କୁ ନୋଟିସ କରିଛନ୍ତି। କାହିଁକି ତାଙ୍କର ଅଗ୍ରୀମ ଜାମିନ ଖାରଜ ନହେବ ସେ ନେଇ ସାତ ଦିନ ମଧ୍ୟରେ ପକ୍ଷ ରଖିବାକୁ ରାଜୀବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ତେବେ ସିବିଆଇ ରାଜୀବ କୁମାରଙ୍କୁ କାହିଁକି ନ୍ୟାୟିକ ହେପାଜତକୁ ନେଇ ପଚରାଉଚରା କରିବାକୁ ଚାହୁଁଛି […]

Rajeev-Kumar

Subhransu Sekhar
  • Published: Friday, 29 November 2019
  • , Updated: 29 November 2019, 06:30 PM IST

ନୂଆଦିଲ୍ଲୀ: ଶାରଦା ଚିଟଫଣ୍ଡ ମାମଲାରେ କୋଲକାତାର ପୂର୍ବତନ ପୁଲିସ କମିଶନର ରାଜୀବ କୁମାରଙ୍କ ଅଗ୍ରୀମ ଜାମିନ୍ ଖାରଜ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ସିବିଆଇ। ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରି ରାଜୀବ କୁମାରଙ୍କୁ ନୋଟିସ କରିଛନ୍ତି। କାହିଁକି ତାଙ୍କର ଅଗ୍ରୀମ ଜାମିନ ଖାରଜ ନହେବ ସେ ନେଇ ସାତ ଦିନ ମଧ୍ୟରେ ପକ୍ଷ ରଖିବାକୁ ରାଜୀବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ତେବେ ସିବିଆଇ ରାଜୀବ କୁମାରଙ୍କୁ କାହିଁକି ନ୍ୟାୟିକ ହେପାଜତକୁ ନେଇ ପଚରାଉଚରା କରିବାକୁ ଚାହୁଁଛି ସେ ବାବଦରେ ଆବଶ୍ୟକ ତଥ୍ୟ ଦେବାକୁ କହିଛନ୍ତି ସୁପ୍ରିମକୋର୍ଟ।

ପ୍ରଧାନ ବିଚାରପତି ଜଷ୍ଟିସ ଏ ଏସ ବୋବଡେ କହିଛନ୍ତି, ରାଜୀବ କୁମାର ଦୀର୍ଘ ସମୟ ହେବ ଫେରାର ଅଛନ୍ତି। ହେଲେ ସେ ଗୋଟିଏ ବଡ଼ ପଦବୀରେ ନିଯୁକ୍ତ ଅଛନ୍ତି। ତେଣୁ ତାଙ୍କୁ କାହିଁକି ଗିରଫ କରିବା ଆବଶ୍ୟକ ସେ ବାବଦରେ ସୁପ୍ରିମକୋର୍ଟଙ୍କୁ ବୁଝାଇବାକୁ ପଡ଼ିବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ରାଜୀବ କୁମାରଙ୍କୁ କୋଲକାତା ହାଇକୋର୍ଟ ଅଗ୍ରୀମ ଜାମିନ୍ ଦେଇଛନ୍ତି। ଏହାକୁ ବିରୋଧ କରି ସିବିଆଇ ଦେଶର ସର୍ବୋଚ୍ଚ ଅଦାଲତଙ୍କ ଦ୍ୱାରସ୍ଥ ହୋଇଛି। ଏସଆଇଟି ତଦନ୍ତ ବେଳେ ରାଜୀବ କୁମାର ଚିଟଫଣ୍ଡ ମାମଲା ସହ ଜଡ଼ିତ ଥିବା ଅନେକ ପ୍ରମାଣ ନଷ୍ଟ କରିଥିବାର ପ୍ରମାଣ ରହିଛି। ଏହି ପ୍ରମାଣ ନଷ୍ଟ କରି ସେ କିଛି ନେତା ମାନଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି। ସେ ରୋଜଭ୍ୟାଲି ଓ ଶାରଦା ଚିଟଫଣ୍ଡ ମାମଲାର ପ୍ରମାଣ ନଷ୍ଟ କରିଥିବା ଅଭିଯୋଗ ରହିଛି।

Related story