ସାମ୍ୱାଦିକ ପ୍ରଶାନ୍ତ କନୌଜିଆଙ୍କୁ ଜାମିନ୍, ଯୋଗୀ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ସମାଲୋଚନା

ନୂଆଦିଲ୍ଲୀ: ୟୁପି ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ବିବାଦୀୟ ଭିଡିଓ ଟ୍ୱିଟ୍ କରି ଗିରଫ ହୋଇଥିବା ସାମ୍ୱାଦିକ ପ୍ରଶାନ୍ତ କନୌଜିଆଙ୍କୁ ଜାମିନ ମିଳିବାର ପଥ ସୁଗମ କରିଛନ୍ତି ସୁପ୍ରିମକୋର୍ଟ। ଏଥିସହ ଯୋଗୀ ସରକାରକୁ ତୀବ୍ର ସମାଲୋଚନା କରିଛନ୍ତି ସର୍ବୋଚ୍ଚ କୋର୍ଟ। ସାମ୍ୱାଦିକ ଜଣଙ୍କ ଭିଡିଓ ଏବଂ ଟ୍ୱିଟରେ ଲେଖିଥିବା ବାର୍ତ୍ତା ଭୁଲ୍ ହୋଇପାରେ, କିନ୍ତୁ କେଉଁ ଆଧାରରେ ଗିରଫ କରାଯାଇ ଥିଲା ସେ ନେଇ ଉତ୍ତର ପ୍ରଦେଶ ସରକାରଙ୍କୁ ସୁପ୍ରିମକୋର୍ଟ ପ୍ରଶ୍ନ କରିଥିଲେ। ହେଲେ ୟୁପି ସରକାରଙ୍କ ପକ୍ଷରୁ ନିଯୁକ୍ତ […]

Yogi-Aditynath-Prashant-kanojia_080619-032419

Subhransu Sekhar
  • Published: Tuesday, 11 June 2019
  • , Updated: 11 June 2019, 02:42 PM IST

ନୂଆଦିଲ୍ଲୀ: ୟୁପି ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ବିବାଦୀୟ ଭିଡିଓ ଟ୍ୱିଟ୍ କରି ଗିରଫ ହୋଇଥିବା ସାମ୍ୱାଦିକ ପ୍ରଶାନ୍ତ କନୌଜିଆଙ୍କୁ ଜାମିନ ମିଳିବାର ପଥ ସୁଗମ କରିଛନ୍ତି ସୁପ୍ରିମକୋର୍ଟ। ଏଥିସହ ଯୋଗୀ ସରକାରକୁ ତୀବ୍ର ସମାଲୋଚନା କରିଛନ୍ତି ସର୍ବୋଚ୍ଚ କୋର୍ଟ।

ସାମ୍ୱାଦିକ ଜଣଙ୍କ ଭିଡିଓ ଏବଂ ଟ୍ୱିଟରେ ଲେଖିଥିବା ବାର୍ତ୍ତା ଭୁଲ୍ ହୋଇପାରେ, କିନ୍ତୁ କେଉଁ ଆଧାରରେ ଗିରଫ କରାଯାଇ ଥିଲା ସେ ନେଇ ଉତ୍ତର ପ୍ରଦେଶ ସରକାରଙ୍କୁ ସୁପ୍ରିମକୋର୍ଟ ପ୍ରଶ୍ନ କରିଥିଲେ। ହେଲେ ୟୁପି ସରକାରଙ୍କ ପକ୍ଷରୁ ନିଯୁକ୍ତ ଓକିଲ ଏହାର ଜବାବ ଦେଇ ପାରିନଥିଲେ । ତେଣୁ ତୁରନ୍ତ ତଳ କୋର୍ଟରୁ ଜାମିନ ନେବାକୁ ଆବେଦନକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।

ୟୁପି ପୁଲିସ ସାମ୍ୱାଦିକ ପ୍ରଶାନ୍ତଙ୍କୁ ଗିରଫ କରିବା ପରେ ଜାମିନ ପାଇଁ ପ୍ରଶାନ୍ତଙ୍କ ସ୍ତ୍ରୀ ଜାଗୀଶ ଅରୋଡ଼ା ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟ  ବିଚାରପତି ଜଷ୍ଟିସ ଇନ୍ଦିରା ବାନାର୍ଜୀ ଏବଂ ଅଜୟ ରସତୋଗୀ ମାମଲାର ଶୁଣାଣି କରି ୟୁପି ସରକାରର ଏକଚ୍ଛତ୍ରବାଦୀ ଶାସନକୁ ନେଇ କଡ଼ା ସମାଲୋଚନା କରିଛନ୍ତି। ଆବେଦନକାରୀ ଜାଗୀଶ ଅରୋଡ଼ା ତାଙ୍କ ଆବେଦନରେ ଦର୍ଶାଇଥିଲେ ଯେ ସାଧା ପୋଷାକରେ ଦୁଇ ଜଣ ଲୋକ ବିନା ଓ୍ୱାରେଣ୍ଟରେ ଆସି ତାଙ୍କ ଦିଲ୍ଲୀ ବାସଭବନରୁ ପ୍ରଶାନ୍ତଙ୍କୁ ଗିରଫ କରିଥିଲେ।

ସୂଚନାଯୋଗ୍ୟ ଯେ, ପ୍ରଶାନ୍ତ ଜଗଦୀଶ କନୋଜିଆ ଷ୍ଟ୍ରିଞ୍ଜର-ରିପୋର୍ଟର ଭାବରେ 'ନ୍ୟାସନାଲ ଲାଇଭ' ଚ୍ୟାନେଲରେ କାମ କରୁଥିଲେ। ଜଣେ ମହିଳା ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଉଥିବାର ଏକ ଭିଡିଓ ଭାଇରାଲ ହୋଇଥିଲା। ଏହାପରେ ପ୍ରଶାନ୍ତ ଜଗଦୀଶ ଏହି ଭିଡିଓକୁ ନିଜ ଆକାଉଣ୍ଟରୁ ଟ୍ୱିଟ କରିବା ସହ ଜୁନ ୬ ତାରିଖ ଦିନ ଉକ୍ତ ଚ୍ୟାନେଲର ଡିବେଟ କାର୍ଯ୍ୟକ୍ରମରେ ଏହି ଭିଡିଓକୁ ବ୍ୟବହାର କରିଥିଲେ। ଏଥିସହ ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କରେ ସମ୍ମାନହାନି କଲାଭଳି ମନ୍ତବ୍ୟ ରଖିଥିଲେ। ଏହାପରେ ଲକ୍ଷ୍ନୌର ଜଣେ ପୁଲିସ କର୍ମୀ ସେହି ଭିଡିଓର ପ୍ରଦର୍ଶନ ବିରୋଧରେ ଥାନାରେ ଏତଲା ଦେବା ପରେ ସାମ୍ୱାଦିକ ପ୍ରଶାନ୍ତ ଜଗଦୀଶଙ୍କୁ ଦିଲ୍ଲୀର ପଶ୍ଚିମ ବିନୋଦ ନଗର ଅଞ୍ଚଳରୁ ପୁଲିସ ଗିରଫ କରିଥିଲା।

ଏହି ଘଟଣାରେ ଆହୁରି ୪ ଜଣ ଗିରଫ ହୋଇଛନ୍ତି। ଯେଉଁଥିରେ ଚ୍ୟାନେଲର ମାଲିକ ଏବଂ ସମ୍ପାଦକ ରହିଛନ୍ତି। ଭିଡିଓର ସତ୍ୟତା ଯାଞ୍ଚ ନକରି ଖବର ପ୍ରସାରଣ କରିବା ଏବଂ ବିନା ଲାଇସେନ୍ସରେ ଟିଭି ଚ୍ୟାନେଲ ଚଲାଇଥିବା ଅଭିଯୋଗରେ ଦୁଇ ଜଣ ଗିରଫ ହୋଇଛନ୍ତି। ଅନ୍ୟ ଦୁଇ ଜଣ ଗିରଫ ବ୍ୟକ୍ତି ବିବାଦୀୟ ଭିଡିଓ ଲିଙ୍କରେ ଥିବା ଅଭିଯୋଗରେ ଗିରଫ ହୋଇଛନ୍ତି।

Related story