ପ୍ରବାସୀଙ୍କୁ ଆଶ୍ୱସ୍ତି; ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ସୁପ୍ରିମକୋର୍ଟଙ୍କ ସ୍ଥଗିତାଦେଶ

ନୂଆଦିଲ୍ଲୀ: କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍‌ ଆସିଲେ ଯାଇ ଓଡ଼ିଶା ଆସିବା ପାଇଁ ପ୍ରବାସୀ ଓଡ଼ିଆଙ୍କୁ ଅନୁମତି ମିଳିବ। ଗତକାଲି ଏଭଳି ନିର୍ଦ୍ଦେଶ ଦେଇଥିଲେ ଓଡ଼ିଶା ହାଇକୋର୍ଟ। କିନ୍ତୁ ଆଜି ଏହା ଉପରେ ସ୍ଥଗିତାଦେଶ ଲଗାଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଆଜି ସୁପ୍ରିମକୋର୍ଟରେ ସଲିସିଟର ଜେନେରାଲ ତୁଷାର ମେହଟା ଏବଂ ଓକିଲ କାନୁ ଅଗ୍ରୱାଲ କହିଥିଲେ, ଯେଉଁ ପ୍ରବାସୀ ଶ୍ରମିକଙ୍କଠାରେ କରୋନା ଜନିତ ଲକ୍ଷଣ ନଥିବ ସେମାନେ ନିଜ ରାଜ୍ୟକୁ ଫେରିବେ ବୋଲି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ […]

Pravasi

Pravasi

Subrat Kumar Nayak
  • Published: Friday, 08 May 2020
  • Updated: 08 May 2020, 05:13 PM IST

Sports

Latest News

ନୂଆଦିଲ୍ଲୀ: କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍‌ ଆସିଲେ ଯାଇ ଓଡ଼ିଶା ଆସିବା ପାଇଁ ପ୍ରବାସୀ ଓଡ଼ିଆଙ୍କୁ ଅନୁମତି ମିଳିବ। ଗତକାଲି ଏଭଳି ନିର୍ଦ୍ଦେଶ ଦେଇଥିଲେ ଓଡ଼ିଶା ହାଇକୋର୍ଟ। କିନ୍ତୁ ଆଜି ଏହା ଉପରେ ସ୍ଥଗିତାଦେଶ ଲଗାଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ।

ଆଜି ସୁପ୍ରିମକୋର୍ଟରେ ସଲିସିଟର ଜେନେରାଲ ତୁଷାର ମେହଟା ଏବଂ ଓକିଲ କାନୁ ଅଗ୍ରୱାଲ କହିଥିଲେ, ଯେଉଁ ପ୍ରବାସୀ ଶ୍ରମିକଙ୍କଠାରେ କରୋନା ଜନିତ ଲକ୍ଷଣ ନଥିବ ସେମାନେ ନିଜ ରାଜ୍ୟକୁ ଫେରିବେ ବୋଲି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏହାପରେ ଶୁକ୍ରବାର ଜଷ୍ଟିସ୍‌ ଅଶୋକ ଭୂଷଣ, ଜଷ୍ଟିସ୍‌ ଏସ୍‌କେ କାଉଲ୍‌ ଏବଂ ଜଷ୍ଟିସ୍‌ ବିଆର ଗୱାଇଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ସ୍ଥଗିତାଦେଶ ଲାଗୁ କରିଛନ୍ତି।

ଗୁରୁବାର ଓଡ଼ିଶା ହାଇକୋର୍ଟ ପକ୍ଷରୁ କୁହାଯାଇଥିଲା, ଯେଉଁ ପ୍ରବାସୀଙ୍କର କରୋନା ରିପୋର୍ଟ ନେଗେଟିଭ୍‌ ଆସିବ ସେମାନଙ୍କୁ ଓଡ଼ିଶା ଫେରିବାକୁ ସୁଯୋଗ ଦିଆଯିବ। ଏହାଫଳରେ ରାଜ୍ୟ ସରକାର ଟ୍ରେନ୍‌ ବାତିଲ କରିବାକୁ ବାଧ୍ୟ ହୋଇଥିଲେ। ସୁରତରୁ ଆସିବାକୁ ଥିବା ଏଭଳି ୩ଟି ଟ୍ରେନ୍‌ ବାତିଲ ହୋଇଥିଲା। ଏନେଇ ସେଠାକାର ଜିଲ୍ଲାପାଳ ଗଣମାଧ୍ୟମକୁ ସୂନା ଦେଇଥିଲେ।

ଓଡ଼ିଶା ହାଇକୋର୍ଟରେ ଜଷ୍ଟିସ୍‌ ଏସ୍‌ ପଣ୍ଡା ଏବଂ କେଆର ମହାପାତ୍ର ପ୍ରବାସୀଙ୍କ ଓଡ଼ିଶା ଫେରିବା ନେଇ ଏକ ପିଟିସନ୍‌ର ଶୁଣାଣି କରି ଉପରୋକ୍ତ ରାୟ ଦେଇଥିଲେ। ହାଇକୋର୍ଟ କହିଥିଲେ, “ରାଜ୍ୟ ସରକାର ନିଶ୍ଚିତ କରିବା ଦରକାର ଯେ, ଓଡ଼ିଶା ଆସିବାକୁ ଥିବା ପ୍ରବାସୀମାନେ ଗାଡ଼ି ବା ଟ୍ରେନ୍‌ରେ ଚଢ଼ିବା ଆଗରୁ କୋଭିଡ୍‌-୧୯ ପରୀକ୍ଷା ଜନିତ ରିପୋର୍ଟ ନେଗେଟିଭ୍‌ ଆସିଥିବା ଦରକାର।”

ତେବେ ଏହାକୁ ନେଇ ସଲିସିଟର ଜେନେରାଲ ମେହଟା କହିଥିଲେ, ଲକ୍‌ଡାଉନ୍‌ ହେବାର ୪୦ ଦିନ ବିତିସାରିଥିବାରୁ ଲୋକଙ୍କୁ ଏବେ ରାଜ୍ୟକୁ ଆସିବାର ଅନୁମତି ଦିଆଯିବା ଦରକାର। ସେ କହିଥିଲେ ଶ୍ରମିକ, ଛାତ୍ରଛାତ୍ରୀ ଏବଂ ଅନ୍ୟ ଲୋକେ ବିଭିନ୍ନ ସ୍ଥାନରେ ଅଟକି ରହି ଭାରି ହଇରାଣ ହେଉଛନ୍ତି। ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ମାତ୍ରାରେ ଯାଞ୍ଚ ହେବା ଦରକାର, କିନ୍ତୁ ସମ୍ପୂର୍ଣ୍ଣ ବ୍ୟାନ କରାଯାଇପାରିବନି।

ପୂର୍ବରୁ ଓଡ଼ିଶା ଆସିସାରିଥିବା ପ୍ରବାସୀଙ୍କ ମଧ୍ୟରୁ ଶୁକ୍ରବାର ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ୨୭ ଜଣ। ଏମାନଙ୍କ ମଧ୍ୟରୁ କେବଳ ସୁରତରୁ ଆସିଥିବା ଶ୍ରମିକଙ୍କ ସଂଖ୍ୟା ୨୬। ଅନ୍ୟପକ୍ଷରେ ଜଣେ କେରଲରୁ ଆସିଛନ୍ତି। ଏମାନଙ୍କ ମଧ୍ୟରୁ କେବଳ ୧୯ ଜଣ ଗଞ୍ଜାମର। ଅନ୍ୟପକ୍ଷରେ ଗତକାଲି ମଧ୍ୟ କିଛି ସୁରତ ଫେରନ୍ତାଙ୍କଠାରେ କରୋନା ପଜିଟିଭ୍‌ ରହିଥିବା ଜଣାପଡ଼ିଥିଲା। ଶେଷ ଖବର ସୁଦ୍ଧା ଓଡ଼ିଶାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୪୬ ରେ ପହଞ୍ଚିସାରିଛି।

କେବଳ ଗଞ୍ଜାମ ଜିଲ୍ଲାରୁ ପ୍ରାୟ ୩ ଲକ୍ଷ ଲୋକ ସୁରତର ଟେକ୍ସଟାଇଲ ଓ ଅନ୍ୟ ଶିଳ୍ପରେ କାମ କରନ୍ତି। ସରକାରଙ୍କ ସୂଚନା ଅନୁଯାୟୀ କେବଳ ଗୁରୁବାର ବିଭିନ୍ନ ସ୍ଥାନରୁ ୪,୨୨୫ ପ୍ରବାସୀ ଆସିଛନ୍ତି। ମେ’ ୩ରୁ ୪୯,୭୬୫ ଆସିଲେଣି ଏବଂ ଆଗକୁ ପ୍ରାୟ ୫ ଲକ୍ଷ ଲୋକ ଆସିବାର ଅଛି ବୋଲି କଳନା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story