ଏ-ଫୋର୍‌ ସାଇଜ୍ ପେପରରେ ଆବେଦନ ଗ୍ରହଣ କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଏପ୍ରିଲ ୧ରୁ ଏ-ଫୋର୍‌ ସାଇଜ୍ ପେପରେ ଆବେଦନ ଗ୍ରହଣ କରିବେ ସୁପ୍ରିମକୋର୍ଟ। ଏହି ପେପରର ଉଭୟ ପାର୍ଶ୍ୱରେ ପ୍ରିଣ୍ଟ ହୋଇଥିବା ଆବଶ୍ୟକ। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏସ୍ ଏ ବୋବଡେ ଏ ନେଇ ମାର୍ଚ୍ଚ ୫ ତାରିଖରେ ସର୍କୁଲାର ଜାରି କରିଛନ୍ତି। ଯାହାକି ଗୁରୁବାର ରାତିରେ ସୁପ୍ରିମକୋର୍ଟଙ୍କ ଓ୍ୱେବସାଇଟରୁ ଜଣାପଡ଼ିଛି। ଆବେଦନ ଗ୍ରହଣ ବେଳେ ଏ-ଫର ପେପରର ଉଭୟ ପାର୍ଶ୍ୱରେ ପ୍ରିଣ୍ଚ କରିବାକୁ ପ୍ରଧାନ ବିଚାରପତି ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ସେକ୍ରେଟେରୀ ଜେନେରାଲ୍ ସଞ୍ଜୀବ […]

Supreme-Court

Subhransu Sekhar
  • Published: Friday, 13 March 2020
  • , Updated: 13 March 2020, 12:39 PM IST

ନୂଆଦିଲ୍ଲୀ: ଏପ୍ରିଲ ୧ରୁ ଏ-ଫୋର୍‌ ସାଇଜ୍ ପେପରେ ଆବେଦନ ଗ୍ରହଣ କରିବେ ସୁପ୍ରିମକୋର୍ଟ। ଏହି ପେପରର ଉଭୟ ପାର୍ଶ୍ୱରେ ପ୍ରିଣ୍ଟ ହୋଇଥିବା ଆବଶ୍ୟକ। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏସ୍ ଏ ବୋବଡେ ଏ ନେଇ ମାର୍ଚ୍ଚ ୫ ତାରିଖରେ ସର୍କୁଲାର ଜାରି କରିଛନ୍ତି। ଯାହାକି ଗୁରୁବାର ରାତିରେ ସୁପ୍ରିମକୋର୍ଟଙ୍କ ଓ୍ୱେବସାଇଟରୁ ଜଣାପଡ଼ିଛି। ଆବେଦନ ଗ୍ରହଣ ବେଳେ ଏ-ଫର ପେପରର ଉଭୟ ପାର୍ଶ୍ୱରେ ପ୍ରିଣ୍ଚ କରିବାକୁ ପ୍ରଧାନ ବିଚାରପତି ନିର୍ଦ୍ଦେଶ ଦେଇଛନ୍ତି।

ସୁପ୍ରିମକୋର୍ଟଙ୍କ ସେକ୍ରେଟେରୀ ଜେନେରାଲ୍ ସଞ୍ଜୀବ ଏସ୍ କଲଗାଓଁକରଙ୍କ ଜରିଆରେ ପ୍ରଧାନ ବିଚାରପତି ଏହି ସର୍କୁଲାର ଜାରି କରିଛନ୍ତି। ଏହି ସର୍କୁଲାରରେ ସମସ୍ତ ଓକିଲ ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କୁ ଇ-ମେଲ୍ ଏବଂ ଏସ୍ଏମ୍ଏସ୍ ମାଧ୍ୟମରେ ପଠାଯାଇଛି। ପରିବେଶର ଅବକ୍ଷୟକୁ କମାଇବା ଏବଂ ସୁରକ୍ଷା ଦେବାକୁ ଯାଇ ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି। କାରଣ ଗଛରୁ ହିଁ ପେପର ତିଆରି ହୋଇଥାଏ।

ସୂଚନାଯୋଗ୍ୟ, ଏବେ ସୁପ୍ରମକୋର୍ଟରେ ‘ଲିଗାଲ୍ ସାଇଜ୍’ ପେପର ଜରିଆରେ ଆବେଦନ ଗ୍ରହଣ କରାଯାଉଛି। ଯାହାକି ଏ-ଫୋର୍‌ ପେପରଠାରୁ ଆକାରରେ ବହୁତ ବଡ଼। ଏହି ଲିଗାଲ ସାଇଜ୍ ପେପରରେ ମାର୍ଜିନ ସହିତ ଗୋଟିଏ ପାର୍ଶ୍ୱରେ ପ୍ରିଣ୍ଟ ହୋଇଥାଏ।

Related story