ସ୍କୁଲରେ ଲାଗୁ ହୋଇପାରେ ଯୁଗ୍ମ-ଅଯୁଗ୍ମ ଫର୍ମୁଲା, ୫୦% ବିଦ୍ୟାର୍ଥୀଙ୍କୁ ନେଇ ହେବ କ୍ଲାସ

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସକୁ ଦୃଷ୍ଟିରେ ରଖି ଏକ ନୂଆ ଶୈଳୀରେ ସମଗ୍ର ଦେଶରେ ସ୍କୁଲ ଖୋଲିବାକୁ କେନ୍ଦ୍ର ସରକାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି। କରୋନା ମହାମାରୀ ପାଇଁ ସାମାଜିକ ଦୂରତା ଏକ ପ୍ରମୁଖ ଅସ୍ତ୍ର। ଏହାକୁ ସ୍କୁଲରେ ଲାଗୁ କରିବା ପାଇଁ ସରକାର ଯୁଗ୍ମ-ଅଯୁଗ୍ମ ଫର୍ମୁଲା କାର୍ଯ୍ୟ କରିବାର ସଙ୍କେତ ଦେଇଛନ୍ତି। ଏହାଦ୍ୱାରା ୫୦% ବିଦ୍ୟାର୍ଥୀଙ୍କୁ ନେଇ କ୍ଲାସ ଆରମ୍ଭ ହୋଇପାରିବ। ଏହାଦ୍ୱାରା ପିଲାମାନଙ୍କ ମଧ୍ୟରେ ସଂକ୍ରମଣର ଆଶଙ୍କା କମ ରହିବ ଓ ପାଠପଢ଼ା […]

y

y

Hemant Lenka
  • Published: Friday, 08 May 2020
  • Updated: 08 May 2020, 01:42 PM IST

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସକୁ ଦୃଷ୍ଟିରେ ରଖି ଏକ ନୂଆ ଶୈଳୀରେ ସମଗ୍ର ଦେଶରେ ସ୍କୁଲ ଖୋଲିବାକୁ କେନ୍ଦ୍ର ସରକାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି। କରୋନା ମହାମାରୀ ପାଇଁ ସାମାଜିକ ଦୂରତା ଏକ ପ୍ରମୁଖ ଅସ୍ତ୍ର। ଏହାକୁ ସ୍କୁଲରେ ଲାଗୁ କରିବା ପାଇଁ ସରକାର ଯୁଗ୍ମ-ଅଯୁଗ୍ମ ଫର୍ମୁଲା କାର୍ଯ୍ୟ କରିବାର ସଙ୍କେତ ଦେଇଛନ୍ତି।

ଏହାଦ୍ୱାରା ୫୦% ବିଦ୍ୟାର୍ଥୀଙ୍କୁ ନେଇ କ୍ଲାସ ଆରମ୍ଭ ହୋଇପାରିବ। ଏହାଦ୍ୱାରା ପିଲାମାନଙ୍କ ମଧ୍ୟରେ ସଂକ୍ରମଣର ଆଶଙ୍କା କମ ରହିବ ଓ ପାଠପଢ଼ା ମଧ୍ୟ ହୋଇପାରିବ ବୋଲି ସରକାର ଆଶା ରଖିଛନ୍ତି।

ସ୍କୁଲ ଗୁଡ଼ିକରେ ଯୁଗ୍ମ-ଅଯୁଗ୍ମ ଫର୍ମୁଲା ଲାଗୁ କରିବା ପାଇଁ ମାନବ ସମ୍ବଳ ମନ୍ତ୍ରଣାଳୟ ଓ ଏନସିଇଆରଟି ମିଳିତ ଭାବେ ଖସଡ଼ା ପ୍ରସ୍ତୁତ କରୁଛନ୍ତି। ଏନସିଆରଟି ମତରେ ସ୍କୁଲ ଲକଡାଉନ ପରେ ଖୋଲିବ। ହେଲେ କରୋନା ସଂକ୍ରମଣର ଭୟଥିବାରୁ ସାମାଜିକ ଦୂରତା ପାଳନ କରିବାକୁ ପଡ଼ିବ।

ଏଥିପାଇଁ ରୋଲ ନମ୍ବର ଭିତ୍ତିରେ ଯୁଗ୍ମ-ଅଯୁଗ୍ମ ଫର୍ମୁଲା ଲାଗୁ କରାଯିବ। ଫଳରେ ୫୦% ପିଲାଙ୍କୁ ନେଇ ପାଠପଢ଼ା ହେବ। ସାମାଜିକ ଦୂରତା ସହ ପିଲାମାନଙ୍କ ସହ ଶିକ୍ଷକମାନେ ୱାନ ଟୁ ୱାନ ଆଲୋଚନା କରିବାକୁ ବି ସମୟ ପାଇପାରିବେ।

ତେବେ ଏହି ଯୁଗ୍ମ-ଅଯୁଗ୍ମ ଫର୍ମୁଲା ପ୍ରତିଦିନ ନୁହେଁ ବରଂ ସପ୍ତାହ ଆଧାରରେ କାର୍ଯ୍ୟକାରୀ ହେବ। ସେହିପରି ଛୁଟିରେ ରହିବା ବେଳେ ପିଲାମାନେ ଘରେ କ’ଣ ସବୁ କାର୍ଯ୍ୟ କରିବେ, ସେନେଇ ମଧ୍ୟ ଏନସିଇଆରଟି ମାର୍ଗଦର୍ଶିକା ପ୍ରସ୍ତୁତ କରିଛି। ଅଫ ବା ଛୁଟି ଦିନରେ ପିଲାମାନଙ୍କ ପାଠପଢ଼ା ଯେମିତି କ୍ଷତି ନ ପହଞ୍ଚିବ, ତା’ ଉପରେ ଗୁରୁତ୍ୱ ଦିଆଯାଉଛି।

ଏନସିଇଆରଟି ପ୍ରସ୍ତୁତ କରିଥିବା ପ୍ରସ୍ତାବକୁ ଖୁବଶୀଘ୍ର ମାନବ ସମ୍ବଳ ମନ୍ତ୍ରଣାଳୟକୁ ଦିଆଯିବ ବୋଲି ଜଣାପଡ଼ିଛି। ଏହାପରେ ତର୍ଜମା କରି ମନ୍ତ୍ରଣାଳୟ ଚୂଡ଼ାନ୍ତ ନିଷ୍ପତ୍ତି ନେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos