ସିନ୍ଧିଆ ଦିନେ ଅନୁତାପ କରିବେ: ରାହୁଲ

ନୂଆଦିଲ୍ଲୀ: କଂଗ୍ରେସ ଛାଡ଼ି ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଜେପିରେ ଯୋଗ ଦେଇଛନ୍ତି। ଖୁବଶୀଘ୍ର ସେ ନିଜ ନିଷ୍ପତ୍ତିକୁ ନେଇ ଅନୁତାପ କରିବେ। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଏହା କହିଛନ୍ତି। ବିଜେପିରେ ସିନ୍ଧିଆଙ୍କୁ ସମ୍ମାନ ମିଳିବ ନାହିଁ ବୋଲି ମଧ୍ୟ ସେ କହିଛନ୍ତି। ସିନ୍ଧିଆ ହେଉଛନ୍ତି ରାହୁଲ ଗାନ୍ଧୀଙ୍କ ବନ୍ଧୁ। କଲେଜରେ ଉଭୟ ସାଙ୍ଗ ହୋଇ ପଢ଼ୁଥିଲେ। ତେଣୁ ଉଭୟ ପରସ୍ପରକୁ ଭଲ ଭାବରେ ଜାଣିଛନ୍ତି। ସିନ୍ଧିଆଙ୍କୁ ମନେ ପକାଇ ରାହୁଲ ଗଣମାଧ୍ୟମକୁ କହିଛନ୍ତି, ‘ସିନ୍ଧିଆ ରାଜନୀତିକ […]

rahul_gandhi

rahul_gandhi

Subhransu Sekhar
  • Published: Thursday, 12 March 2020
  • Updated: 12 March 2020, 06:53 PM IST

Sports

Latest News

ନୂଆଦିଲ୍ଲୀ: କଂଗ୍ରେସ ଛାଡ଼ି ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଜେପିରେ ଯୋଗ ଦେଇଛନ୍ତି। ଖୁବଶୀଘ୍ର ସେ ନିଜ ନିଷ୍ପତ୍ତିକୁ ନେଇ ଅନୁତାପ କରିବେ। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଏହା କହିଛନ୍ତି। ବିଜେପିରେ ସିନ୍ଧିଆଙ୍କୁ ସମ୍ମାନ ମିଳିବ ନାହିଁ ବୋଲି ମଧ୍ୟ ସେ କହିଛନ୍ତି। ସିନ୍ଧିଆ ହେଉଛନ୍ତି ରାହୁଲ ଗାନ୍ଧୀଙ୍କ ବନ୍ଧୁ। କଲେଜରେ ଉଭୟ ସାଙ୍ଗ ହୋଇ ପଢ଼ୁଥିଲେ। ତେଣୁ ଉଭୟ ପରସ୍ପରକୁ ଭଲ ଭାବରେ ଜାଣିଛନ୍ତି।

ସିନ୍ଧିଆଙ୍କୁ ମନେ ପକାଇ ରାହୁଲ ଗଣମାଧ୍ୟମକୁ କହିଛନ୍ତି, ‘ସିନ୍ଧିଆ ରାଜନୀତିକ ଭବିଷ୍ୟତକୁ ଆଖି ଆଗରେ ରଖି ବିଚାରଧାରାକୁ ଭୁଲିଯାଇଛନ୍ତି। ଏହା କିନ୍ତୁ ବିଚାରଧାରାର ଲଢ଼େଇ। ଗୋଟିଏ ପଟେ କଂଗ୍ରେସ ଅନ୍ୟପଟେ ବିଜେପି-ଆରଏସଏଏସ ରହିଛି। ମୁଁ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ କଲେଜରେ ପାଠ ପଢ଼ିଲା ବେଳୁ ଜାଣିଛି। ଖୁବଶୀଘ୍ର ସିନ୍ଧିଆ ତାଙ୍କ ନିଷ୍ପତ୍ତିକୁ ନେଇ ଅନୁତାପ କରିବେ। ନିଜ ରାଜନୀତିକ ଭବିଷ୍ୟତକୁ ନେଇ ସେ ଚିନ୍ତିତ ଥିଲେ। ତେଣୁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି। ସିନ୍ଧିଆ ଯାହା ଭାବୁଛନ୍ତି ତାହା ମୁହଁରେ କହୁନାହାନ୍ତି। ସେଠାରେ ତାଙ୍କୁ ଉଚିତ ସମ୍ମାନ ମିଳିବ ନାହିଁ।'

ମଙ୍ଗଳବାର ସିନ୍ଧିଆ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ଏହାପରେ ବୁଧବାର ଦିଲ୍ଲୀ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ସିନ୍ଧିଆ ବିଜେପିରେ ସାମିଲ୍ ହୋଇଛନ୍ତି। ଗୁରୁବାର ସିନ୍ଧିଆ ଭୋପାଲ ଗସ୍ତରେ ଯିବା ପରେ ତାଙ୍କୁ ଦଳୀୟ କାର୍ଯ୍ୟାଳୟରେ ଜୋରଦାର ସ୍ୱାଗତ କରାଯାଇଛି। ଦଳ ଛାଡ଼ିବା ପୂର୍ବରୁ ସିନ୍ଧିଆ ରାହୁଲଙ୍କ ସହ ଭେଟଘାଟ ପାଇଁ ପ୍ରୟାସ କରିଥିଲେ। ହେଲେ ରାହୁଲ ଭେଟଘାଟ ପାଇଁ ସୁଯୋଗ ଦେଇନଥିଲେ ବୋଲି ସିନ୍ଧିଆଙ୍କ ସମ୍ପର୍କୀୟ ଅଭିଯୋଗ କରିଥିଲେ। ଯାହାକୁ ବୁଧବାର ରାହୁଲ ଗାନ୍ଧୀ ଖଣ୍ଡନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos