ବିଧାନସଭା ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ସୁପ୍ରିମକୋର୍ଟ ଝଟକା

ନୂଆଦିଲ୍ଲୀ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ ଓ ବିଜେପିକୁ ସୁପ୍ରିମକୋର୍ଟ ଝଟ୍‌କା ଦେଇଛନ୍ତି। ୨୦୧୪ ନିର୍ବାଚନ ବେଳେ ଫଡନାଭିସ୍‌ଙ୍କ ନାଁରେ ଆସିଥିବା ମିଛ ସତ୍ୟପାଠ ଦାଖଲ ମାମଲା ବିଚାର ପାଇଁ ଆଜି ସୁପ୍ରିମକୋର୍ଟ ପଥ ପରିଷ୍କାର କରିଛନ୍ତି। ପୂର୍ବରୁ ଏହି ମାମଲାରେ ଫଡନାଭିସ୍‌ଙ୍କୁ ତଳ କୋର୍ଟ କ୍ଲିନ୍‌ଚିଟ୍‌ ଦେଇଥିଲେ। ହେଲେ ଏହାକୁ ସୁପ୍ରିମକୋର୍ଟ ଆଜି ଖାରଜ କରିଦେଇଛି। ଏବେ ପୁଣିଥରେ ମାମଲାର ବିଚାର ପ୍ରକ୍ରିୟା ଆରମ୍ଭ ହେବ। ୨୦୧୪ ନିର୍ବାଚନ ବେଳେ ଫଡନାଭିସ୍‌ […]

ddf

Hemant Lenka
  • Published: Tuesday, 01 October 2019
  • , Updated: 01 October 2019, 01:33 PM IST

ନୂଆଦିଲ୍ଲୀ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ ଓ ବିଜେପିକୁ ସୁପ୍ରିମକୋର୍ଟ ଝଟ୍‌କା ଦେଇଛନ୍ତି। ୨୦୧୪ ନିର୍ବାଚନ ବେଳେ ଫଡନାଭିସ୍‌ଙ୍କ ନାଁରେ ଆସିଥିବା ମିଛ ସତ୍ୟପାଠ ଦାଖଲ ମାମଲା ବିଚାର ପାଇଁ ଆଜି ସୁପ୍ରିମକୋର୍ଟ ପଥ ପରିଷ୍କାର କରିଛନ୍ତି। ପୂର୍ବରୁ ଏହି ମାମଲାରେ ଫଡନାଭିସ୍‌ଙ୍କୁ ତଳ କୋର୍ଟ କ୍ଲିନ୍‌ଚିଟ୍‌ ଦେଇଥିଲେ।

ହେଲେ ଏହାକୁ ସୁପ୍ରିମକୋର୍ଟ ଆଜି ଖାରଜ କରିଦେଇଛି। ଏବେ ପୁଣିଥରେ ମାମଲାର ବିଚାର ପ୍ରକ୍ରିୟା ଆରମ୍ଭ ହେବ। ୨୦୧୪ ନିର୍ବାଚନ ବେଳେ ଫଡନାଭିସ୍‌ ଯେଉଁ ସତ୍ୟପାଠ ଦାଖଲ କରିଥିଲେ, ସେଥିରେ ତାଙ୍କ ନାଁରେ ଥିବା ଦୁଇଟି ଅପରାଧିକ ମାମଲା ଉଲ୍ଲେଖ କରି ନଥିବା ଅଭିଯୋଗ ହୋଇଛି।

ଏନେଇ ମୁମ୍ବାଇର ଏକ ଟ୍ରାଏଲ କୋର୍ଟ ଓ ପରେ ବମ୍ବେ ହାଇକୋର୍ଟରେ ଆବେଦନ କରାଯାଇଥିଲା। ତେବେ ଉଭୟ କୋର୍ଟ ଫଡନାଭିସ୍‌ଙ୍କୁ କ୍ଲିନ୍‌ଚିଟ୍‌ ଦେଇଥିଲେ। ସିଜେଆଇ ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଆଜି ଏହି ମାମଲାର ଶୁଣାଣି କରି କହିଛନ୍ତି, ଏବେ ଫଡନାଭିସ୍‌ଙ୍କ ମାମଲା ରିପ୍ରେଜେଣ୍ଟଟେସନ ଅଫ ଦି ପିପୁଲ ଆକ୍ଟ ୧୯୫୧ର ଧାରା ୧୨୫ଏ ଅନୁଯାୟୀ ବିଚାର କରାଯିବ।

ଏହି ଧାରା ଅନୁଯାୟୀ, ଯଦି ଜଣେ ପ୍ରାର୍ଥୀ ନିର୍ବାଚନ ପ୍ରାର୍ଥିପତ୍ର ଦାଖଲ ସମୟରେ ଭୁଲ ତଥ୍ୟ ଦିଅନ୍ତି, ତା’ହେଲେ ତାଙ୍କୁ ଜୋରିମାନା ଦେବାକୁ ପଡ଼େ। ସେହିପରି ଦରକାର ପଡ଼ିଲେ ଜୋରିମାନା ସହ ୬ ମାସ ଜେଲଦଣ୍ଡର ମଧ୍ୟ ବ୍ୟବସ୍ଥା ରହିଛି। ଯଦି ଫଡନାଭିସ୍‌ ବିରୋଧରେ ଆସିଥିବା ଅଭିଯୋଗ ସତ ହୁଏ, ତା’ହେଲେ ତାଙ୍କୁ ମଧ୍ୟ ନିୟମ ଅନୁଯାୟୀ ଦଣ୍ଡିତ କରାଯିବାର ସମ୍ଭାବନା ରହିଛି।

ଆସନ୍ତା ଅକ୍ଟୋବର ୨୧ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ଆଜି ଫଡନାଭିସ୍‌ ନାଗପୁରରେ ନାମାଙ୍କନ ଦାଖଲ କରିବାର ଥିଲା। ଏହାପୂର୍ବରୁ ସୁପ୍ରିମକୋର୍ଟ ମିଥ୍ୟା ସତ୍ୟପାଠ ମାମଲାରେ ଏଭଳି ରୁଲିଂ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ୧୯୯୬ ଓ ୧୯୯୮ରେ ଫଡନାଭିସ୍‌ଙ୍କ ବିରୋଧରେ ଦୁଇଟି ଠକେଇ ମାମଲା ରୁଜୁ ହୋଇଥିଲା। ତେବେ ପୁଲିସ୍‌ ଫଡନାଭିସଙ୍କ ନାଁରେ ଚାର୍ଜଫ୍ରେମ କରି ନଥିଲା।

Related story