୧୦ ବର୍ଷରେ ସମୁଦ୍ର ଫୁଲିଛି ୮.୫ ସେମି

ନୂଆଦିଲ୍ଲୀ: ଭାରତୀୟ ଉପକୂଳରେ ସମୁଦ୍ର ଜଳସ୍ତର ଧୀରେ ଧୀରେ ଉପରକୁ ଉଠୁଛି। ଗତ ୫୦ ବର୍ଷରେ ଭାରତୀୟ ଉପକୂଳରେ ସମୁଦ୍ର ଜଳପତ୍ତନ ୮.୫ ସେଣ୍ଟିମିଟର ଉପରକୁ ଉଠିଛି ବୋଲି ରାଜ୍ୟସଭାର ପ୍ରକାଶ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ବାବୁଲ ସୁପ୍ରିୟ। ତେବେ କେବଳ ପାଗ ପରିବର୍ତ୍ତନ ଯୋଗୁଁ ଏପରି ଘଟୁଛି ବୋଲି ପ୍ରଶ୍ନ ହେବାରୁ ସେ କହିଛନ୍ତି ଏଥିରେ କିଛି ନିଶ୍ଚିତତା ନାହିଁ। ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ପରିବେଶ ରାଷ୍ଟ୍ରମନ୍ତ୍ରୀ ବାବୁଲ ସୁପ୍ରିୟ କହିଛନ୍ତି […]

4vv-750x430

4vv-750x430

Debendra Prusty
  • Published: Tuesday, 19 November 2019
  • Updated: 19 November 2019, 05:56 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ ଉପକୂଳରେ ସମୁଦ୍ର ଜଳସ୍ତର ଧୀରେ ଧୀରେ ଉପରକୁ ଉଠୁଛି। ଗତ ୫୦ ବର୍ଷରେ ଭାରତୀୟ ଉପକୂଳରେ ସମୁଦ୍ର ଜଳପତ୍ତନ ୮.୫ ସେଣ୍ଟିମିଟର ଉପରକୁ ଉଠିଛି ବୋଲି ରାଜ୍ୟସଭାର ପ୍ରକାଶ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ବାବୁଲ ସୁପ୍ରିୟ। ତେବେ କେବଳ ପାଗ ପରିବର୍ତ୍ତନ ଯୋଗୁଁ ଏପରି ଘଟୁଛି ବୋଲି ପ୍ରଶ୍ନ ହେବାରୁ ସେ କହିଛନ୍ତି ଏଥିରେ କିଛି ନିଶ୍ଚିତତା ନାହିଁ।

ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ପରିବେଶ ରାଷ୍ଟ୍ରମନ୍ତ୍ରୀ ବାବୁଲ ସୁପ୍ରିୟ କହିଛନ୍ତି ଯେ ଭାରତୀୟ ଉପକୂଳରେ ପ୍ରତି ବର୍ଷ ହାରାହାରି ୧.୭୦ ମିଲିମିଟର ହାରରେ ସମୁଦ୍ର ଜଳପତ୍ତନ ବୃଦ୍ଧି ପାଉଛି। ଏହି ହିସାବରେ ଗତ ୫ ଦଶନ୍ଧି ମଧ୍ୟରେ ଭାରତର ଉପକୂଳରେ ସମୁଦ୍ର ଜଳପତ୍ତନ ୮.୫ ସେଣ୍ଟିମିଟର ଉପରକୁ ଉଠିସାରିଲାଣି। ଅଧିକନ୍ତୁ ଭାରତ ମହାସାଗରର ଉତ୍ତରଭାଗରେ ସମୁଦ୍ର ଜଳସ୍ତର ପ୍ରତି ବର୍ଷ ୬.୧ ମିଲିମିଟର ହାରରେ ଉପରକୁ ଉଠୁଛି ବୋଲି ଉପଗ୍ରହ ଅନୁଧ୍ୟାନରୁ ଜଣାପଡ଼ିଛି। ୨୦୦୩-୧୩ ଦଶନ୍ଧି ମଧ୍ୟରେ ଭାରତ ମହାସାଗରର ଉତ୍ତର ଭାଗରେ ଜଳସ୍ତର ବାର୍ଷିକ ହାରରେ ଏତିକି ଉଚ୍ଚକୁ ଉଠିବା ବିପଦର କାରଣ ହୋଇପାରେ ବୋଲି ବୈଜ୍ଞାନିକମାନେ ପୂର୍ବରୁ ଚେତାବନୀ ଦେଇସାରିଛନ୍ତି।

ବୈଜ୍ଞାନିକମାନଙ୍କ ଆଶଙ୍କା ହେଲା ପାଗ ପରିବର୍ତ୍ତନ ଯୋଗୁଁ ସମୁଦ୍ର ଜଳପତ୍ତନ ବୃଦ୍ଧି ପାଉଥିବାରୁ ଉପକୂଳର ଅନେକ ସହର ଓ ଜନବସତି ଜଳମଗ୍ନ ହେବ। ଏହା ଫଳରେ କୋଟିକୋଟି ଲୋକଙ୍କର ଧନଜୀବନ ନଷ୍ଟ ହେବାର ଆଶଙ୍କା ରହିଛି। ଏଥିଯୋଗୁଁ କୋଟିକୋଟି ଲୋକ ବାସହରା ଓ ବୃତ୍ତିହରା ହେବେ। ଖାଦ୍ୟ ଉତ୍ପାଦନ ହ୍ରାସ ପାଇବ। ଅନେକ ଅଂଚଳରେ ଖାଦ୍ୟ ସଂକଟ ସୃଷ୍ଟି ହେବ। ତେବେ ପାଗ ପରିବର୍ତ୍ତନ ଯୋଗୁଁ ଭାରତ ମହାସାଗରର ଜଳପତ୍ତନ ବୃଦ୍ଧି ପାଉଛି କି ବୋଲି ପ୍ରଶ୍ନ ହେବାରୁ ମନ୍ତ୍ରୀ କହିଛନ୍ତି ଏଥିରେ କିଛି ନିଶ୍ଚିତତା ନାହିଁ। ସେ କହିଛନ୍ତି ଯେ ଅନେକ ଅଂଚଳରେ ଲୋକମାନେ ସମୁଦ୍ର ଜଳପତ୍ତନଠାରୁ ହାରାହାରି କେତେ ଉଚ୍ଚାରେ ଅଛନ୍ତି ତାହା ନିର୍ଦ୍ଦିଷ୍ଟ ନଥିବାରୁ ଜଳସ୍ତର କେଉଁଠି କେତେ ଉଚ୍ଚକୁ ଉଠୁଛି ତାହା ଠଉରେଇବା କଷ୍ଟକର। ତାଙ୍କ ମତରେ ହାଇମଣ୍ଡ ହାର୍ବରରେ ମୃତ୍ତିକାକ୍ଷୟ ଯୋଗୁଁ ସ୍ଥଳଭାଗ ଉଚ୍ଚତା ତଳକୁ ଖସୁଛି। ତେଣୁ ସେଠାରେ ସମୁଦ୍ର ଜଳପତ୍ତନ ଅଧିକ ଉପରକୁ ଉଠିଛି ବୋଲି ଜଣାପଡ଼ୁଛି। ସେହିପରି କାଣ୍ଡଲା, ହଳଦିଆ ଓ ପୋର୍ଟ ବ୍ଲେୟାରରେ ସମୁଦ୍ର ଜଳପତ୍ତନ ସ୍ଥଳଭାଗର ଉଚ୍ଚତା ଅନୁପାତରେ ଅଧିକ ଉପରକୁ ଉଠିଛି ବୋଲି ଧରା ଯାଉଛି। କିନ୍ତୁ ସେ ଏହା ସ୍ୱୀକାର କରିଛନ୍ତି ଯେ ସୁନାମି, ଉପକୂଳୀୟ ବନ୍ୟା, ଉପକୂଳୀୟ ମୃତ୍ତିକା କ୍ଷୟ ଏବଂ ଜୁଆର ମାଡ଼ିଆସିବା ଆଦି ଘଟଣା ସମୟରେ ସମୁଦ୍ର ଜଳପତ୍ତନ ବୃଦ୍ଧି ଜନିତ ବିପଦ ବହୁଗୁଣିତ ହେବାର ଆଶଙ୍କା ରହିଛି।

ସୂଚନାଯୋଗ୍ୟ ଯେ ଜାତିସଂଘ ପ୍ରାୟୋଜିତ ଆନ୍ତଃସରକାରୀ ପାଗ ପରିବର୍ତ୍ତନ କମିଟି ପକ୍ଷରୁ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁସାରେ ୨୧୦୦ ମସିହା ସୁଦ୍ଧା ବିଶ୍ୱରେ ସମୁଦ୍ର ଜଳପତ୍ତନ ୧ ମିଟର ଉପରକୁ ଉଠିଥିବ ଏବଂ ଏଥିଯୋଗୁଁ ମୁମ୍ବାଇ ଓ କୋଲକାତା ସମେତ ବିଶ୍ୱର ବହୁ ଉପକୂଳରୀୟ ସହର ଓ ଜନବସତି ଜଳମଗ୍ନ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story