ଜୀବନ ହାରିଲେ ବରିଷ୍ଠ ଆଇପିଏସ୍ ଅଫିସର, ନିଜକୁ ଗୁଳି କରିଦେଲେ

ମୁମ୍ବାଇ: ମହାରାଷ୍ଟ୍ର ଆଣ୍ଟି-ଟେରୋରିଜିମ୍ ସ୍କ୍ୱାଡ୍‌ର ମୁଖ୍ୟ ତଥା ଆଇପିଏସ୍ ଅଫିସ୍‌ର ହିମାଂଶୁ ରାୟ ଆଜି ଆତ୍ମହତ୍ୟା କରିଛନ୍ତି। ମହାରାଷ୍ଟ୍ରର ଅତିରିକ୍ତ ଡିଜି ଦାୟିତ୍ୱ ବି ତୁଲାଇ ଥିବା ହିମାଂଶୁ ଆଜି ଅପରାହ୍ନ ପ୍ରାୟ ୧ଟା ୪୦ ମିନିଟ୍‌ରେ ମୁମ୍ବାଇ ସ୍ଥିତ ତାଙ୍କ ବାସଭବନରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ସେ ନିଜ ସିର୍ଭସ୍ ରିଭଲ୍‌ଭରକୁ ପାଟିରେ ରଖି ଗୁଳି କରିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ନିକଟସ୍ଥ ବମ୍ବେ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତରମାନେ ତାଙ୍କୁ […]

supercop

Rakesh Mallick
  • Published: Friday, 11 May 2018
  • , Updated: 11 May 2018, 04:27 PM IST

ମୁମ୍ବାଇ: ମହାରାଷ୍ଟ୍ର ଆଣ୍ଟି-ଟେରୋରିଜିମ୍ ସ୍କ୍ୱାଡ୍‌ର ମୁଖ୍ୟ ତଥା ଆଇପିଏସ୍ ଅଫିସ୍‌ର ହିମାଂଶୁ ରାୟ ଆଜି ଆତ୍ମହତ୍ୟା କରିଛନ୍ତି। ମହାରାଷ୍ଟ୍ରର ଅତିରିକ୍ତ ଡିଜି ଦାୟିତ୍ୱ ବି ତୁଲାଇ ଥିବା ହିମାଂଶୁ ଆଜି ଅପରାହ୍ନ ପ୍ରାୟ ୧ଟା ୪୦ ମିନିଟ୍‌ରେ ମୁମ୍ବାଇ ସ୍ଥିତ ତାଙ୍କ ବାସଭବନରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ସେ ନିଜ ସିର୍ଭସ୍ ରିଭଲ୍‌ଭରକୁ ପାଟିରେ ରଖି ଗୁଳି କରିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ନିକଟସ୍ଥ ବମ୍ବେ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତରମାନେ ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ଡାକ୍ତରଖାନା ଅଣାଯିବା ବେଳକୁ ତାଙ୍କର ମୃତ୍ୟୁ ଘଟି ସାରିଥିବା ଡାକ୍ତରମାନେ କହିଛନ୍ତି।

କ୍ୟାନସରରେ ପୀଡ଼ିତ ଥିଲେ

ଆଇପିଏସ୍‌ ହିମାଂଶୁ ରାୟ କ୍ୟାନସରରେ ପୀଡ଼ିତ ଥିଲେ। ସେ ୨୦୧୬ ଏପ୍ରିଲ ୧୬ ତାରିଖରୁ ଛୁଟିରେ ଥିଲେ। ପ୍ରଥମ ପର୍ଯ୍ୟାୟରେ ସେ ୬ ମାସ ପାଇଁ ଛୁଟି ନେଇଥିଲେ। ତା’ପରେ ସେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟି ନେଇଥିଲେ। ତେବେ ଆତ୍ମହତ୍ୟାର କାରଣ ଜଣାପଡ଼ିନାହିଁ।

[caption id="attachment_235118" align="aligncenter" width="647"] ପୂର୍ବତନ ମୁମ୍ବାଇ ପୋଲିସ୍ କମିଶନର ଅରୂପ ପଟ୍ଟନାୟକଙ୍କ ସହ ହିମାଂଶୁ ରାୟ[/caption]

ହିମାଂଶୁ ୧୯୮୮ ବ୍ୟାଚ୍‌ର ଆଇପିଏସ୍ ଅଫିସର। ସେ ୨୦୧୦ରୁ ୨୦୧୪ ପର୍ଯ୍ୟନ୍ତ ମୁମ୍ବାଇ ପୋଲିସ୍‌ରେ ଜଏଣ୍ଟ କମିଶନର (କ୍ରାଇମ୍‌) ଭାବେ କାର୍ଯ୍ୟ କରିଥିଲେ। ଏହି ସମୟରେ ସେ ଆଇପିଏଲ୍ ବେଟିଂ ସହିତ ଜଡ଼ିତ ସ୍କାଣ୍ଡାଲର ତଦନ୍ତ କରିଥିଲେ। ଅନେକ ହାଇପ୍ରୋଫାଇଲ୍‌ ଅପରାଧର ତଦନ୍ତ ମଧ୍ୟ ସେ କରିଥିଲେ। ଦାଉଦର ଭାଇ ଇକ୍‌ବାଲ କସକରର ଡ୍ରାଇଭର ଅରିଫକୁ ଗୁଳିମାଡ଼ ଘଟଣା ସହିତ ସାମ୍ବାଦିକ ଜେ ଦେ, ବିଜୟ ପାଲାଣ୍ଡେ ଓ ଲୈଲା ଖାନ୍ ହତ୍ୟାକାଣ୍ଡ ଘଟଣାର ତଦନ୍ତରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

ହିମାଂଶୁ ରାୟ ମୁମ୍ବାଇର କାମ୍ପିଅନ ଓ ଏସ୍‌ଟି ଜାଭିୟରରେ ପାଠପଢ଼ିଥିଲେ। ସେ ଜଣେ ପ୍ରସିଦ୍ଧ ପୋଲିସ୍ ଅଫିସର ଥିଲେ। ତାଙ୍କୁ ସୁପରକପ୍‌ ବୋଲି ମଧ୍ୟ କୁହାଯାଉଥିଲା। ୧୯୯୫ ମସିହାରେ ତାଙ୍କୁ ନାସିକ (ଗ୍ରାମାଞ୍ଚଳ) ଏସ୍‌ପି ଭାବେ ନିଯୁକ୍ତି ଦିଆଯାଇଥିଲେ। ସେ ୨୦୦୪ ରୁ ୨୦୦୭ ମଧ୍ୟରେ ନାସିକ ପୋଲିସ୍‌ରେ କମିଶନର ଭାବେ କାର୍ଯ୍ୟ କରିଥିଲେ।

Related story