ଅତିରିକ୍ତ ୧୦୦ ମିଲିୟନ କରୋନା ଟିକା ପାଇଁ ସେରମର ଚୁକ୍ତି, କେତେ ଟଙ୍କା ନେବ ଜାଣନ୍ତୁ

ନୂଆଦିଲ୍ଲୀ: ମହାମାରୀ କରୋନା ଟିକା ଉତ୍ପାଦନ କରିବା ପାଇଁ ପୁଣେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଅର୍ଡର ପରେ ଅର୍ଡର ପାଇବାରେ ଲାଗିଛି। ପୂର୍ବରୁ ଭାରତ ସମେତ ଅନ୍ୟ କିଛି ରାଷ୍ଟ୍ର ପାଇଁ କରୋନା ଟିକା ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖିଥିବା ସେରମ ଏବେ ଆଉ ଅତିରିକ୍ତ ୧୦୦ ମିଲିୟନ କରୋନା ଟିକା ପ୍ରସ୍ତୁତ କରିବ ବୋଲି ଘୋଷଣା କରିଛି। ଏହି ୧୦୦ ମିଲିୟନ ଟିକା ଭାରତ ସମେତ ଆଉ କିଛି କମ୍‌ ଆୟ ଥିବା […]

a

a

Hemant Lenka
  • Published: Tuesday, 29 September 2020
  • Updated: 29 September 2020, 04:05 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନା ଟିକା ଉତ୍ପାଦନ କରିବା ପାଇଁ ପୁଣେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଅର୍ଡର ପରେ ଅର୍ଡର ପାଇବାରେ ଲାଗିଛି। ପୂର୍ବରୁ ଭାରତ ସମେତ ଅନ୍ୟ କିଛି ରାଷ୍ଟ୍ର ପାଇଁ କରୋନା ଟିକା ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖିଥିବା ସେରମ ଏବେ ଆଉ ଅତିରିକ୍ତ ୧୦୦ ମିଲିୟନ କରୋନା ଟିକା ପ୍ରସ୍ତୁତ କରିବ ବୋଲି ଘୋଷଣା କରିଛି।

ଏହି ୧୦୦ ମିଲିୟନ ଟିକା ଭାରତ ସମେତ ଆଉ କିଛି କମ୍‌ ଆୟ ଥିବା ଦେଶକୁ ପ୍ରଦାନ କରାଯିବ। ଏଥିପାଇଁ ସେରମକୁ ପୁଣିଥରେ ବିଲ ଆଣ୍ଡ ମେଲିଣ୍ଡ ଗେଟ୍ସ ଫାଉଣ୍ଡେସନ ଓ ଗାଭି ଭ୍ୟାକସିନ ଆଲିଆନ୍ସ ପକ୍ଷରୁ ଆଉ ୧୫୦ ମିଲିୟନ ଡଲାରର ଆର୍ଥିକ ସହାୟତ ମିଳିବ। ଏନେଇ ସେରମ ମଧ୍ୟ ଚୁକ୍ତି କରିଛି। ଆସନ୍ତାବର୍ଷ ବଜାରକୁ ଆସିବାକୁ ଥିବା ଏହି କରୋନା ଟିକାକୁ ଭାରତ ସମେତ ଅନ୍ୟ କମ ଓ ମଧ୍ୟମ ଆୟ ବିଶିଷ୍ଟ ଦେଶକୁ ଫାଉଣ୍ଡସେନ ପକ୍ଷରୁ ଯୋଗାଇ ଦିଆଯିବ।

ପୂର୍ବରୁ ଅଗଷ୍ଟ ମାସରେ ବିଲ ଆଣ୍ଡ ମେଲିଣ୍ଡ ଗେଟ୍ସ ଫାଉଣ୍ଡେସନ ଓ ଗାଭି ଭ୍ୟାକସିନ ଆଲିଆନ୍ସ ସେରମ ଇନଷ୍ଟିଚ୍ୟୁଟ ସହ ୧୦୦ ମିଲିୟନ କରୋନା ଟିକା ଉତ୍ପାଦନ କରିବାକୁ ଚୁକ୍ତି କରିଥିଲା। ଏବେ ଏହି ଚୁକ୍ତି ୨୦୦ ମିଲିୟନ ଟିକାକୁ ବୃଦ୍ଧି ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos