ମୁମ୍ୱାଇ: ବଲିଉଡ୍ର ଲୋକପ୍ରିୟ ଅଭିନେତ୍ରୀ ଶବାନା ଆଜ୍ମୀ ସ୍ୱାଇନ୍ ଫ୍ଲୁରେ ଆକ୍ରାନ୍ତା ହୋଇଛନ୍ତି। ରୁଟିନ୍ ଚେକଅପ୍ ପରେ ଶବାନା ତାଙ୍କର ଫ୍ୟାନ୍ମାନଙ୍କୁ ଏହି ଖବର ଦେଇଛନ୍ତି। ରିପୋର୍ଟ ଅନୁସାରେ, ଥଣ୍ଡା ହେବା ପରେ ସୱାନା ହସ୍ପିଟାଲ୍ ଚେକଅପ୍ ପାଇଁ ଯାଇଥିଲେ ଏବଂ ଟେଷ୍ଟ୍ ପରେ ତାଙ୍କୁ ସ୍ୱାଇନ୍ ଫ୍ଲୁ ହୋଇଥିବା ଜଣାପଡ଼ିଥିଲା।
ତାଙ୍କୁ ମୁମ୍ୱାଇର ଏକ ହସ୍ପିଟାଲ୍ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ହସ୍ପିଟାଲ୍ରେ ଭର୍ତ୍ତି ହେବା ପରେ ଶବାନା କହିଛନ୍ତି- “ମୋତେ ବହୁତ କଷ୍ଟରେ ସମୟ ମିଳିଥାଏ। ସ୍ୱାଇନ୍ ଫ୍ଲୁର ଶିକାର ହୋଇ ହସ୍ପିଟାଲ୍ରେ ଭର୍ତ୍ତି ହେବା ପରେ ମତେ କାମରୁ ବ୍ରେକ୍ ନେବା ପରି ଲାଗୁଛି। ମୁଁ ବର୍ତ୍ତମାନ ହସ୍ପିଟାଲ୍ରେ ଅଛି ଏବଂ ମୋର ସ୍ୱାସ୍ଥ୍ୟରେ ସୁଧାର ଆସୁଛି।“
ଶବାନା ଆଜ୍ମୀ ପ୍ରସିଦ୍ଧ ଶାୟର୍ କୈଫି ଆଜ୍ମୀଙ୍କର ଝିଅ। ତାଙ୍କ ସ୍ୱାମୀ ଜାବେଦ୍ ଅଖତର୍ ମଧ୍ୟ ଜଣେ ଲୋକପ୍ରିୟ ଶାୟର୍।
ଶବାନା ଶେଷଥର ପାଇଁ ୨୦୧୭ରେ ‘ଦ ବ୍ଲାକ୍ ପ୍ରିନ୍ସ’ ଫିଲ୍ମରେ ଅଭିନୟ କରିଥିଲେ। ଏହି ଫିଲ୍ମଟି ପଞ୍ଜାବୀ, ଇଂରାଜୀ ଓ ହିନ୍ଦୀ ଭାଷାରେ ରିଲିଜ୍ ହୋଇଥିଲା। ଏହାବ୍ୟତୀତ ଶବାନା ସୋଶାଲ ମିଡିଆରେ ବେଶ୍ ସକ୍ରିୟ ରହିଥାନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଗାୟକ ଦିଲଜିତ ଦୋସାଞ୍ଜଙ୍କୁ ତେଲାଙ୍ଗାନା ସରକାରଙ୍କ ନୋଟିସ୍
ଆଜି ହାଇଦ୍ରାବାଦରେ ଗାୟକ ଦିଲଜିତ ଦୋସାଞ୍ଜଙ୍କ ମ୍ୟୁଜିକ୍ କନ୍ସର୍ଟର କାର୍ଯ୍ୟକ୍ରମ ରହିଛି।
Crime
ଯୌନ ନିର୍ଯାତନା ଅଭିଯୋଗରେ କଣ୍ଠଶିଳ୍ପୀ ସଞ୍ଜୟ ଚକ୍ରବର୍ତ୍ତୀ ଗିରଫ
କୋଲକାତାରେ ନିଜ ସଙ୍ଗୀତ ଶିକ୍ଷାକେନ୍ଦ୍ରର ନାବାଳିକା ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ। ଗିରଫ ଭୟରେ ମୁମ୍ବାଇରେ ଲୁଚିଥିଲେ କଣ୍ଠଶିଳ୍ପୀ ସଞ୍ଜୟ ଚକ୍ରବର୍ତ୍ତୀ। ସାଙ୍ଗ ଘରୁ ବାନ୍ଧିଲା କୋଲକାତା ପୁଲିସ।
Entertainment
ଘୋଷଣା ହେଲା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର; କିଏ କେଉଁ ପୁରସ୍କାର ପାଇଲେ ପଢ଼ନ୍ତୁ
୨୦୨୨ ମସିହା ପାଇଁ ବିଶିଷ୍ଟ ହାସ୍ୟ ଅଭିନେତା ଜୟରାମ ସାମଲଙ୍କୁ ଜୀବନବ୍ୟାପୀ ସାଧନା ପାଇଁ ‘ମୋହନ ସ୍ୱାମୀ ଗୋସ୍ୱାମୀ ପୁରସ୍କାର ପ୍ରଦାନ କରାଯିବ।
National
ଆଇସିଏଫଟି-ୟୁନେସ୍କୋ ଗାନ୍ଧୀ ପଦକ - ଶାନ୍ତି ଓ ମାନବିକତାକୁ ସିନେମା ଜରିଆରେ ଶ୍ରଦ୍ଧାଞ୍ଜଳି
ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍ଏଫ୍ଆଇ)ର ୫୫ତମ ସଂସ୍କରଣରେ ସମ୍ମାନଜନକ ଆଇସିଏଫଟି-ୟୁନେସ୍କୋ ଗାନ୍ଧୀ ପଦକ ପାଇଁ ଆନୁଷ୍ଠାନିକ ଭାବେ ମନୋନୀତ ଚଳଚିତ୍ର ଗୁଡ଼ିକୁ ଉନ୍ମୋଚନ କରାଯାଇଛି, ଯାହା (ଇଣ୍ଟରନ୍ୟାସନାଲ୍ କାଉନ୍ସିଲ୍ ଫର୍ ଫିଲ୍ମ, ଟେଲିଭିଜନ ଆଣ୍ଡ ଅଡିଓଭିଜୁଆଲ୍ କମ୍ୟୁନିକେସନ୍ (ଆଇସିଏଫଟି) ପ୍ୟାରିସ୍ ଏବଂ ମିଳିତ ଜାତିସଂଘ ଶିକ୍ଷା, ବୈଜ୍ଞାନିକ ଓ ସାଂସ୍କୃତିକ ସଂଗଠନ (ୟୁନେସ୍କୋ)ର ମିଳିତ ସହଯୋଗରେ ପ୍ରସ୍ତୁତ କରାଯାଇଛି।
Entertainment
ବଢ଼ିଲା ଓଲିଉଡ୍ କଳି: ମନୋଜଙ୍କ ଆରୋପର ଜବାବ ଦେଲେ ସବ୍ୟସାଚୀ ଓ ତାପସ
ଫିଲ୍ମ ‘ଭୂଖା’କୁ ନେଇ ମନୋଜ ମିଶ୍ରଙ୍କ ମନ୍ତବ୍ୟରେ ସେ କହିଛନ୍ତି, ଭୂଖା ଫିଲ୍ମ ସେତେବେଳେ ଚହଳ ପକାଇଥିଲା। ବର୍ତ୍ତମାନ ସମୟ ପରି ସେତେବେଳେ ବେଶୀ ଫିଲ୍ମ ଫେଷ୍ଟିଭାଲ୍ ହେଉନଥିଲା। ତଥାପି ସ୍ପେନ୍ ଓ ଫ୍ରାନ୍ସରେ ପୁରସ୍କୃତ ହୋଇଥିଲା।