ନୂଆଦିଲ୍ଲୀ: ଜାମିଆ ବିଶ୍ୱବିଦ୍ୟାଳୟରେ ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରିବା ବେଳେ ହୋଇଥିବା ଗୁଳିମାଡ଼ ଘଟଣାକୁ କେବେ ବି ବରଦାସ୍ତ କରାଯିବ ନାହିଁ। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆଜି ଏହା କହିଛନ୍ତି। ଦିଲ୍ଲୀ ପୁଲିସ କମିଶନରଙ୍କ ସହିତ ଏ ବାବଦରେ ଶାହ କଥା ହୋଇଛନ୍ତି ଏବଂ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଅଭିଯୁକ୍ତ ଜଣଙ୍କ ନାବାଳକ ବୋଲି ଜଣାପଡ଼ିଛି।
https://twitter.com/AmitShah/status/1222890007200821250
ଜାମିଆରେ ନାବାଳକ ଯୁବକ ଦ୍ୱାରା ହୋଇଥିବା ଏହି ଗୁଳିକାଣ୍ଡକୁ ନେଇ ରାଜନୀତିକ ବାକଯୁଦ୍ଧ ମଧ୍ୟ ଜୋର ଧରିଛି। ଦିଲ୍ଲୀର ଶାସକ ଦଳ ଆମ୍ ଆଦମୀ ପାର୍ଟି ଓ କଂଗ୍ରେସ ଏ ନେଇ କେନ୍ଦ୍ରକୁ କାଠଗଡ଼ାରେ ମଧ୍ୟ ଛିଡ଼ାକରିଛନ୍ତି। ବିଜେପି ଓ ଅମିତ ଶାହଙ୍କ ବିରୋଧରେ ବିରୋଧୀ ବିଭିନ୍ନ ମନ୍ତବ୍ୟ ଦେଉଥିବା ବେଳେ ଜାମିଆ ପାଖରେ ବିକ୍ଷୋଭକାରୀ ଠୁଳ ହେଉଥିବା ସୂଚନା ରହିଛି।