ଅନ୍ତିମ ସଂସ୍କାର ବେଳେ ଭୁଶୁଡି ପଡିଲା ଛାତ, ୮ ମୃତ

ଗାଜିଆବାଦ: ଅନ୍ତିମ ସଂସ୍କାର ବେଳେ ଶ୍ମଶାନ ଘର ଛାତ ଭୁଶୁଡି ୮ ଜଣଙ୍କ ମୃତ୍ୟୁ ହୋଇଛି । ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ଗାଜିଆବାଦରେ । ଗାଜିଆବାଦର ମୁରାଦାନଗର ଅଞ୍ଚଳରେ ଅନ୍ତିମ ସଂସ୍କାର ଚାଲିଥିବା ବେଳେ ଶ୍ମଶାନ ଘରର ଛାତ ଖସି ପଡିଥିଲା । ଫଳରେ ଅନେକ ଲୋକ ମାଟି ତଳେ ପୋତି ହୋଇଯାଇଥିଲେ । ମାଟି ତଳୁ ୮ ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଥିବା ବେଳେ ଏବେବି ଅନେକ ଲୋକେ ଫସି ରହିଛନ୍ତି […]

accident

accident

Madhupriya Mistry
  • Published: Sunday, 03 January 2021
  • Updated: 03 January 2021, 03:22 PM IST

Sports

Latest News

ଗାଜିଆବାଦ: ଅନ୍ତିମ ସଂସ୍କାର ବେଳେ ଶ୍ମଶାନ ଘର ଛାତ ଭୁଶୁଡି ୮ ଜଣଙ୍କ ମୃତ୍ୟୁ ହୋଇଛି । ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ଗାଜିଆବାଦରେ । ଗାଜିଆବାଦର ମୁରାଦାନଗର ଅଞ୍ଚଳରେ ଅନ୍ତିମ ସଂସ୍କାର ଚାଲିଥିବା ବେଳେ ଶ୍ମଶାନ ଘରର ଛାତ ଖସି ପଡିଥିଲା । ଫଳରେ ଅନେକ ଲୋକ ମାଟି ତଳେ ପୋତି ହୋଇଯାଇଥିଲେ । ମାଟି ତଳୁ ୮ ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଥିବା ବେଳେ ଏବେବି ଅନେକ ଲୋକେ ଫସି ରହିଛନ୍ତି । ତେଣୁ ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ନେଇ ଆଶଙ୍କା କରାଯାଉଛି ।

ସେପଟେ ଏହି ଦୁର୍ଘଟଣାରେ ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗାଜିଆବାଦ ପୁଲିସ ଏବଂ ଏନଡିଆରଏଫ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

ସୂଚନା ଯୋଗ୍ୟ ଯେ, ଆଜି ସକାଳୁ ଦିଲ୍ଲୀ ଏନସିଆରରେ ପ୍ରବଳ ବର୍ଷା ଜାରି ରହିଛି । ବର୍ଷ ଯୋଗୁଁ କିଛି ଲୋକ ମୁରାଦାନଗର ସ୍ଥିତ ଶ୍ମଶାନ ଘାଟରେ ତିଆରି ନୂଆ ଶ୍ମଶାନ ଘର ତଳେ ଠିଆ ହୋଇ ଅନ୍ତିମ ସଂସ୍କାରରେ ସାମିଲ ହୋଇଥିଲେ । ଠିକ ଏହି ସମୟରେ ଛାତ ଭୁଶୁଡି ପଡିଥିଲା ।

ଶ୍ମଶାନ ଘାଟରେ ପ୍ରାୟ ୨୦ରୁ ଅଧିକ ଲୋକ ଉପସ୍ଥିତ ଥିଲେ । ବର୍ଷ ଯୋଗୁଁ ଛାତ ଭୁଶୁଡି ଯାଇଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି ।  ସେପଟେ ଏହି ଘଟଣା ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୋକ ପ୍ରକାଶ କରିଛନ୍ତି । ଉଦ୍ଧାର କାର୍ଯ୍ୟ ଜୋରଦାର କରିବା ପାଇଁ ଜିଲ୍ଲାପାଳ ଓ ପୁଲିସ ଉଚ୍ଚଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos