ହଠାତ୍‌ ଉଦ୍ଧବ ଠାକରେଙ୍କ ସହ ରୁଦ୍ଧ ଦ୍ୱାର ବୈଠକ କଲେ ଶରଦ ପାୱାର

ମୁମ୍ବାଇ: ଆଜି ହଠାତ୍‌ ଏନସିପି ପ୍ରତିଷ୍ଠାତା ଶରଦ ପାୱାରଙ୍କ ସହ ହଠାତ୍‌ ରୁଦ୍ଧଦ୍ୱାର ବୈଠକ କରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ସେ ଶରଦ ପାୱାରଙ୍କୁ ମୁଖ୍ୟମନ୍ତ୍ରୀ ବଙ୍ଗଳାକୁ ଡାକିଥିଲେ। ଏହାପରେ ଉଭୟ ନେତା ପ୍ରାୟ ୧ ଘଣ୍ଟା ଧରି ରୁଦ୍ଧଦ୍ୱାର ବୈଠକ କରିଥିଲେ। ଦିନକ ପୂର୍ବରୁ ଶରଦ ପାୱାର କହିଥିଲେ ଯେ ମହାରାଷ୍ଟ୍ରରେ ବଢ଼ୁଥିବା ପିଆଜ ଦର ଓ କେନ୍ଦ୍ର ଠାରୁ ବନ୍ୟା ପ୍ୟାକେଜ ସମ୍ପର୍କରେ ସେ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ। ତେଣୁ […]

fi

Hemant Lenka
  • Published: Friday, 30 October 2020
  • , Updated: 30 October 2020, 09:59 PM IST

ମୁମ୍ବାଇ: ଆଜି ହଠାତ୍‌ ଏନସିପି ପ୍ରତିଷ୍ଠାତା ଶରଦ ପାୱାରଙ୍କ ସହ ହଠାତ୍‌ ରୁଦ୍ଧଦ୍ୱାର ବୈଠକ କରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ସେ ଶରଦ ପାୱାରଙ୍କୁ ମୁଖ୍ୟମନ୍ତ୍ରୀ ବଙ୍ଗଳାକୁ ଡାକିଥିଲେ। ଏହାପରେ ଉଭୟ ନେତା ପ୍ରାୟ ୧ ଘଣ୍ଟା ଧରି ରୁଦ୍ଧଦ୍ୱାର ବୈଠକ କରିଥିଲେ।

ଦିନକ ପୂର୍ବରୁ ଶରଦ ପାୱାର କହିଥିଲେ ଯେ ମହାରାଷ୍ଟ୍ରରେ ବଢ଼ୁଥିବା ପିଆଜ ଦର ଓ କେନ୍ଦ୍ର ଠାରୁ ବନ୍ୟା ପ୍ୟାକେଜ ସମ୍ପର୍କରେ ସେ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ। ତେଣୁ ବୈଠକରେ ଏ ବିଷୟରେ ଆଲୋଚନା ହୋଇଥିବା କୁହାଯାଉଛି।

ସେହିପରି ଗତକାଲି ବିଧାନସଭାକୁ ୧୨ ଜଣ ସଦସ୍ୟଙ୍କୁ ପଠାଇବା ପାଇଁ ମହାରାଷ୍ଟ୍ର କ୍ୟାବିନେଟ ନିଷ୍ପତ୍ତି ନେଇଥିଲା। ଏହି ୧୨ ସଦସ୍ୟଙ୍କ ନାଁ ମହାରାଷ୍ଟ୍ର ସରକାର ରାଜ୍ୟପାଳ ଭଗତ ସିଂହ କୋଶିୟାରୀଙ୍କ ନିକଟକୁ ପଠାଇଥିଲେ। ଏ ସମ୍ପର୍କରେ ବି ଶରଦ ପାୱାର ଆଜି ଉଦ୍ଧବ ଠାକରେଙ୍କ ସହ କଥା ହୋଇଥିବା ଜଣାପଡ଼ିଛି।

Related story