ବସୁନ୍ଧରା ରାଜେଙ୍କ ଶରୀରକୁ ନେଇ ତାଚ୍ଛଲ୍ୟ କଲେ ଶରଦ ଯାଦବ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ରାତି ପାହିଲେ ରାଜସ୍ଥାନ ବିଧାନସଭା ପାଇଁ ନିର୍ବାଚନ ହେବ। ଏଥିପାଇଁ ପ୍ରଚାର ଶେଷ ହୋଇଛି। ତେବେ ବୁଧବାର ପ୍ରଚାର ବେଳେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ଶରୀରକୁ ନେଇ ଜେଡିୟୁରୁ ବହିଷ୍କୃତ ହୋଇଥିବା ଶରଦ ଯାଦବ ତାଚ୍ଛଲ୍ୟ କରିଥିବା ଏକ ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ଜାତୀୟ ନ୍ୟୁଜ ଏଜେନ୍ସି ଏଏନ୍‌ଆଇ ପକ୍ଷରୁ ଜାରି କରାଯାଇଥିବା ଏକ ଭିଡିଓରେ ଶରଦ ଯାଦବଙ୍କ ବୟାନ ରହିଛି। ଏଥିରେ ଶରଦ ଯାଦବ ଏକ ଜନ ସମାବେଶକୁ ଉଦ୍‌ବୋଧନ […]

s

Hemant Lenka
  • Published: Thursday, 06 December 2018
  • , Updated: 06 December 2018, 08:28 PM IST

ନୂଆଦିଲ୍ଲୀ: ରାତି ପାହିଲେ ରାଜସ୍ଥାନ ବିଧାନସଭା ପାଇଁ ନିର୍ବାଚନ ହେବ। ଏଥିପାଇଁ ପ୍ରଚାର ଶେଷ ହୋଇଛି। ତେବେ ବୁଧବାର ପ୍ରଚାର ବେଳେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ଶରୀରକୁ ନେଇ ଜେଡିୟୁରୁ ବହିଷ୍କୃତ ହୋଇଥିବା ଶରଦ ଯାଦବ ତାଚ୍ଛଲ୍ୟ କରିଥିବା ଏକ ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।
ଜାତୀୟ ନ୍ୟୁଜ ଏଜେନ୍ସି ଏଏନ୍‌ଆଇ ପକ୍ଷରୁ ଜାରି କରାଯାଇଥିବା ଏକ ଭିଡିଓରେ ଶରଦ ଯାଦବଙ୍କ ବୟାନ ରହିଛି। ଏଥିରେ ଶରଦ ଯାଦବ ଏକ ଜନ ସମାବେଶକୁ ଉଦ୍‌ବୋଧନ ଦେଉଛନ୍ତି।

ଯେଉଁଥିରେ ସେ କହିଛନ୍ତି, “ ବସୁନ୍ଧରାଙ୍କୁ ଆରାମ ଦରକାର। ସେ ବହୁତ ଥକି ଗଲେଣି। ଏବେ ସେ ବହୁତ ମୋଟି ହୋଇଗଲେଣି। ପୂର୍ବରୁ ସେ ବହୁତ ପତଳା ଥିଲେ। ସେ ମଧ୍ୟପ୍ରଦେଶର ଝିଅ।” ଜଣେ ମହିଳା ମୁଖ୍ୟମନ୍ତ୍ରୀଙ୍କ ଶରୀରକୁ ନେଇ ଶରଦ ଯାଦବଙ୍କ ଏଭଳି ବୟାନକୁ ବିଭିନ୍ନ ମହଲରେ ନାପସନ୍ଦ କରାଯାଇଛି।

ଦେଖନ୍ତୁ ଭିଡିଓ
https://twitter.com/twitter/statuses/1070646323999850497

Related story