ସାର୍କ ସହ ଲଢି ଜୀବନ ବଞ୍ଚାଇଲେ ୩ଥର ସର୍ଫର ୱାର୍ଲ୍ଡ ଚାମ୍ପିୟନ ମିକ୍

ଅଷ୍ଟ୍ରେଲିଆ: ତିନିଥର ସର୍ଫର ୱାର୍ଲ୍ଡ ଚାମ୍ପିଅନସିପ୍ ଜିତିଥିବା ଅଷ୍ଟ୍ରେଲିଆର ମିକ୍ ଫେନିଙ୍ଗ୍ ସମୁଦ୍ରରେ ସର୍ଫରିଂ କରୁଥିବା ସମୟରେ ସାର୍କ ମାଛ ଆକ୍ରମଣର ଶିକାର ହୋଇଥିଲେ। ତେବେ ସେ ସାର୍କ ସହ ଲଢି ନିଜକୁ ବଞ୍ଚାଇବାକୁ ସକ୍ଷମ ହୋଇଥିଲେ। ଦକ୍ଷିଣ ଆଫ୍ରିକାରେ ଚାଲିଥିବା ୱାର୍ଲ୍ଡ ସର୍ଫରିଂ ପ୍ରତିଯୋଗିତାରେ ମିକ୍ ଭାଗ ନେଇଥିଲେ। ମିକ୍ ସର୍ଫରିଂ କରୁଥିବା ସମୟରେ  ସାର୍କ ତାଙ୍କ ପଛପଟୁ ଆକ୍ରମଣ କରିଥିଲା। ଫଳରେ ମିକ୍ ତାଙ୍କ ବୋର୍ଡରୁ ଖସି ପଡିଥିଲେ। ଏହାପରେ ମିକ୍ କ୍ଷୀପ୍ର ଗତିରେ […]

shark

Rakesh Mallick
  • Published: Monday, 20 July 2015
  • , Updated: 04 May 2017, 03:45 PM IST

ଅଷ୍ଟ୍ରେଲିଆ: ତିନିଥର ସର୍ଫର ୱାର୍ଲ୍ଡ ଚାମ୍ପିଅନସିପ୍ ଜିତିଥିବା ଅଷ୍ଟ୍ରେଲିଆର ମିକ୍ ଫେନିଙ୍ଗ୍ ସମୁଦ୍ରରେ ସର୍ଫରିଂ କରୁଥିବା ସମୟରେ ସାର୍କ ମାଛ ଆକ୍ରମଣର ଶିକାର ହୋଇଥିଲେ। ତେବେ ସେ ସାର୍କ ସହ ଲଢି ନିଜକୁ ବଞ୍ଚାଇବାକୁ ସକ୍ଷମ ହୋଇଥିଲେ। ଦକ୍ଷିଣ ଆଫ୍ରିକାରେ ଚାଲିଥିବା ୱାର୍ଲ୍ଡ ସର୍ଫରିଂ ପ୍ରତିଯୋଗିତାରେ ମିକ୍ ଭାଗ ନେଇଥିଲେ। ମିକ୍ ସର୍ଫରିଂ କରୁଥିବା ସମୟରେ  ସାର୍କ ତାଙ୍କ ପଛପଟୁ ଆକ୍ରମଣ କରିଥିଲା। ଫଳରେ ମିକ୍ ତାଙ୍କ ବୋର୍ଡରୁ ଖସି ପଡିଥିଲେ। ଏହାପରେ ମିକ୍ କ୍ଷୀପ୍ର ଗତିରେ ପହଁରିବାକୁ ଚେଷ୍ଟା କରିଥିଲେ। ହେଲେ ମିକ୍ ହଠାତ୍ ସମୁଦ୍ର ମଧ୍ୟକୁ ଚାଲିଯାଇଥିଲେ। ପରେ ସେ ସାହସ ଦେଖାଇ ସୁରକ୍ଷା ଟିମ ଆଡକୁ ପହଁରିବାକୁ ଲାଗିଥିଲେ । ଏହି ସମୟରେ ସୁରକ୍ଷା ଟିମ ମଧ୍ୟ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ ତାଙ୍କୁ ସମୁଦ୍ର ମଧ୍ୟରୁ ଉଦ୍ଧାର କରିଥିଲା।

ମିକ କହିଛନ୍ତି, ମୋତେ ଏମିତି ଲାଗିଲା ଯେମିତି କେହି ମୋତେ ଜୋରରେ ଭିଡି ଧରିଛି । ଏହା ପରେ କିଛି ମୋ ଗୋଡ ପାଖରେ ଆସିକି ଫସିଗଲା ଓ ମୁଁ ସମୁଦ୍ରକୁ ଡେଇଁ ପଡିଲି। ପ୍ରଥମେ ମୁଁ ଜୋରରେ ପହଁରି ବାହାରକୁ ଚାଲି ଆସିଲି। ହେଲେ ପରେ ସାର୍କକୁ ସମ୍ମୁଖୀନ ହେବାକୁ ସ୍ଥିର କରି ତାର ପିଠିକୁ ମୁଥା ମାରିବାକୁ ଲାଗିଲି ବୋଲି ମିକ କହିଛନ୍ତି ।

Related story