କୁପୱାରା: ଜମ୍ମୁ-କଶ୍ମୀରର କୁପୱାରା ଜିଲ୍ଲାରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ପାକିସ୍ତାନ ପକ୍ଷରୁ କରାଯାଇଥିବା ସେଲିଂ ମାଡ଼ରେ ୩ ଜଣ ସାଧାରଣ ନାଗରିକଙ୍କ ଜୀବନ ଯାଇଛି। ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ସନ୍ଧ୍ୟା ୫ଟା ବେଳକୁ ପାକିସ୍ତାନ ସେନା ଅସ୍ତ୍ର ବିରତି ଉଲ୍ଲଂଘନ କରିଥିଲା। ସାଧାରଣ ଲୋକଙ୍କୁ ଏଥିରେ ଟାର୍ଗେଟ୍ କରାଯାଇଥିଲା।
କୁପୱାରାର ରଙ୍ଗୱାର ବ୍ୟତୀତ ପୁଞ୍ଛ ଓ କାଠୁଆ ସେକ୍ଟରରେ ମଧ୍ୟ ସମାନ ଘଟଣା ଘଟିଛି। ପୁଞ୍ଛରେ ଲଗାତାର ମୋର୍ଟାର ମାଡ଼ ଓ ଗୁଳି ବର୍ଷଣ ଫଳରେ ଜଣେ ୪୫ ବର୍ଷ ବୟସ୍କ ମହିଳା ଆହତ ହୋଇଛନ୍ତି।
ଏହା ପୂର୍ବରୁ ଭାରତୀୟ ସେନା ଏକ ଅଫୁଟା ମୋର୍ଟାର ବୋମା ପାଇଥିଲେ। ଏହା କୌଣସି କାରଣ ବଶତଃ ଫୁଟି ପାରିନଥିଲା। ବାଲାକୋଟ୍ରେ ଏହି ମୋର୍ଟାର ବୋମା ମିଳିଥିଲା।
ଶନିବାର ବାଲାକୋଟ୍ ଏବଂ ମେନ୍ଧାର ସେକ୍ଟରରେ ବିପୁଳ ପରିମାଣରେ ଗୁଳି ବର୍ଷଣ ଏବଂ ସେଲିଂ ମାଡ଼ ଫଳରେ କିଛି ସାଧାରଣ ଲୋକଙ୍କ ଘର ପ୍ରଭାବିତ ହୋଇଛି। ସୂଚନାଯୋଗ୍ୟ ଯେ, ଦୁଇ ପଡ଼ୋଶୀ ଦେଶ ଭାରତ ଏବଂ ପାକିସ୍ତାନ ସମେତ ସମଗ୍ର ବିଶ୍ୱ ଏବେ କରୋନା ସହ ଲଢ଼େଇ କରୁଛି। କିନ୍ତୁ ପାକିସ୍ତାନ ଗତ ସପ୍ତାହେ ହେବ ଏପରି ଅସ୍ତ୍ରବିରତି ଉଲ୍ଲଂଘନ କରୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ପ୍ରେମ ପକ୍ଷୀଙ୍କୁ ବିଷ ପିଆଇଲେ, ତଣ୍ଟି ଚିପି ମାରିଦେଲେ ଝିଅ ଘର ଲୋକ
ଯେଉଁ ପରିବାରକୁ ପ୍ରେମ ପକ୍ଷୀ ଏତେ ଭଲ ପାଉଥିଲେ, ଶେଷରେ ସେଇମାନେ ହିଁ ଉଭୟଙ୍କ ଜୀବନ ନେଇ ଗଲେ। ପ୍ରେମ ପକ୍ଷୀଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରି ଏହାକୁ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟ କରିଛନ୍ତି ଝିଅ ଘର ଲୋକ।
Politics
ବିଜେପି ନେତାଙ୍କ କଟାକ୍ଷ ଶୁଣି କାନ୍ଦିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ
ବିଜେପି ନେତା ରମେଶ ବିଧୁରୀଙ୍କ ବିବାଦୀୟ କଟାକ୍ଷ ସମ୍ପର୍କରେ ମତ ରଖିବା ବେଳେ ଆଜି ସର୍ବସମ୍ମୁଖରେ କାନ୍ଦିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ।
National
HMPV ନୂଆ ଭାଇରସ ନୁହେଁ, ଆତଙ୍କିତ ନ ହେବାକୁ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ପରାମର୍ଶ
ଏଚଏମପିଭି କୌଣସି ନୂଆ ପ୍ରକାରର ଭାଇରସ ନୁହେଁ। ତେଣୁ ଦେଶବାସୀ ବ୍ୟସ୍ତ ହୁଅନ୍ତୁ ନାହିଁ। ଏହି ଭାଇରସ ପ୍ରଥମେ ୨୦୦୧ରେ ଚିହ୍ନଟ ହୋଇଥିଲା। ସେବେଠାରୁ ଏହା ବିଶ୍ୱର ବିଭିନ୍ନ ସ୍ଥାନରେ ରହିଛି ବୋଲି ନଡ୍ଡା କହିଛନ୍ତି।
National
ଆତ୍ମହତ୍ୟା କରିଥିବା ଅତୁଲଙ୍କ ପତ୍ନୀଙ୍କୁ କୋର୍ଟଙ୍କ ପ୍ରଶ୍ନ: କାହିଁକି ତୁମେ ତଦନ୍ତ ଚାହୁଁନ?
ବେଙ୍ଗାଲୁରୁରେ ଗୋଟିଏ ଅଟୋମୋବାଇଲ କମ୍ପାନୀରେ କାମ କରୁଥିବା ଅତୁଲଙ୍କୁ ଛାଡ଼ପତ୍ର ବିବାଦର ସମାଧାନ ପାଇଁ ପତ୍ନୀ ନିକତା ୩ କୋଟି ଟଙ୍କା ମାଗୁଥିଲେ। ଏପରି କି ସେ ତାଙ୍କୁ କୋର୍ଟକୁ ଟାଣି ମାନସିକ ଚାପ ପକାଉଥିଲେ।
National
୪ ଦଶନ୍ଧିର ସେବା ପରେ ଅବସର ନେଲେ କାନ୍ଦାହାର ଅପହରଣର ହିରୋ ଦେବୀ ଶାରନ
କର୍ଣ୍ଣାଲ ଫ୍ଲାଇଂ କ୍ଲବରୁ ୧୯୮୪ରେ କ୍ୟାପ୍ଟେନ ଦେବୀ ଶାରନଙ୍କ ବେସାମରିକ ବିମାନ ଚଳାଚଳ ଯାତ୍ରା ଆରମ୍ଭ ହୋଇଥିଲା। ୧୯୮୫ରେ ସେ ଇଣ୍ତିଆନ ଏୟାରଲାଇନ୍ସରେ ଯୋଗ ଦେଇଥିଲେ।