ପୂର୍ବତନ ନୌସେନା ଅଧିକାରୀଙ୍କୁ ମାଡ଼ ମାରିଥିବା ଶିବସେନା କର୍ମୀଙ୍କୁ ମିଳିଲା ଜାମିନ୍

ମୁମ୍ୱାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କର ଏକ କାର୍ଟୁନକୁ ସୋଶାଲ ମିଡିଆରେ ଭାଇରାଲ କରିଥିବାରୁ ଜଣେ ପୂର୍ବତନ ନୌସେନା ଅଧିକାରୀଙ୍କୁ ରାଜ୍ୟର ଶାସକ ଦଳ ଶିବସେନାର କିଛି ବ୍ୟକ୍ତି ଆସି ଆକ୍ରମଣ କରିଥିଲେ। ପୁଲିସରେ ଅଭିଯୋଗ ହେବା ପରେ ସେମାନଙ୍କୁ ଗିରଫ କରାଯାଇଥିଲା। ଆଜି ସମସ୍ତ 6 ଜଣ ଶିବସେନା କର୍ମୀଙ୍କୁ ଜାମିନ ମିଳିଯାଇଛି। ପୁଲିସ କହିଛି ଯେ, ଏଫ୍ଆଇଆର୍ ଅନୁଯାୟୀ 7 ବର୍ଷରୁ କମ୍ ଦଣ୍ଡ ରହିଛି। ତେଣୁ ସେମାନଙ୍କୁ ପୁଲିସ ଷ୍ଟେସନରୁ ଜାମିନ ମିଳିଛି। […]

mumbai formore navy officer attacked

Subhransu Sekhar
  • Published: Saturday, 12 September 2020
  • , Updated: 12 September 2020, 02:29 PM IST

ମୁମ୍ୱାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କର ଏକ କାର୍ଟୁନକୁ ସୋଶାଲ ମିଡିଆରେ ଭାଇରାଲ କରିଥିବାରୁ ଜଣେ ପୂର୍ବତନ ନୌସେନା ଅଧିକାରୀଙ୍କୁ ରାଜ୍ୟର ଶାସକ ଦଳ ଶିବସେନାର କିଛି ବ୍ୟକ୍ତି ଆସି ଆକ୍ରମଣ କରିଥିଲେ। ପୁଲିସରେ ଅଭିଯୋଗ ହେବା ପରେ ସେମାନଙ୍କୁ ଗିରଫ କରାଯାଇଥିଲା। ଆଜି ସମସ୍ତ 6 ଜଣ ଶିବସେନା କର୍ମୀଙ୍କୁ ଜାମିନ ମିଳିଯାଇଛି।

ପୁଲିସ କହିଛି ଯେ, ଏଫ୍ଆଇଆର୍ ଅନୁଯାୟୀ 7 ବର୍ଷରୁ କମ୍ ଦଣ୍ଡ ରହିଛି। ତେଣୁ ସେମାନଙ୍କୁ ପୁଲିସ ଷ୍ଟେସନରୁ ଜାମିନ ମିଳିଛି। ତେବେ ଆକ୍ରମଣର ଶିକାର ହୋଇଥିବା ନୌସେନା ଅଧିକାରୀଙ୍କ ପରିବାର ଲୋକେ ଜାମିନକୁ ନେଇ ପ୍ରଶ୍ନ ଉଠାଇଛନ୍ତି।

ଶୁକ୍ରବାର ମହାରାଷ୍ଟ୍ରର ଶିବସେନା କର୍ମୀ 62 ବର୍ଷିୟ ଅବସରପ୍ରାପ୍ତ ନୌସେନା ଅଧିକାରୀ ମଦନ ଶର୍ମାଙ୍କୁ ମାଡ ମାରିଥିଲେ। ମଦନ ଶର୍ମା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଏକ କାର୍ଟୁନକୁ ସୋଶାଲ ମିଡିଆରେ ସେୟାର କରିଥିଲେ। ତେବେ ଏହାକୁ ସୋଶାଲ ମିଡିଆରେ ଧମକ ଆସିଥିଲା ବୋଲି ମଦନ ଶର୍ମା କହିଥିଲେ। ପ୍ରଥମେ ଫୋନରେ ଧମକ ଆସିଥିଲା। ପରେ ଘରକୁ ଆସି ଆକ୍ରମଣ କରିଥିଲେ।

ମଦନ ଶର୍ମା କହିଥିଲେ ଯେ ମୁଁ ସାରା ଜୀବନ ଦେଶ ପାଇଁ କାମ କରିଛି। ହେଲେ ମହାରାଷ୍ଟ୍ରର ଶାସକ ଦଳ ଯାହା କରିଛି ତାହା ଗ୍ରହଣୀୟ ନୁହେଁ। ସରକାରରେ ରହିବାର ନୈତିକକତା ନାହିଁ ବୋଲି ସେ କହିଛନ୍ତି।

Related story