ଶିବସେନା ପୁଣି ବିଜେପି ସହ ହାତ ମିଳାଉ ବୋଲି କହିଲେ କେନ୍ଦ୍ରମନ୍ତ୍ରୀ

ମୁମ୍ବାଇ: ମୁଖ୍ୟମନ୍ତ୍ରୀ ଚୌକିକୁ ନେଇ ବାଦବିବାଦ ପରେ ବିଜେପି ଠାରୁ ଅଲଗା ହୋଇ ଶିବସେନା ମହାରାଷ୍ଟ୍ରରେ କଂଗ୍ରେସ ଓ ଏନସିପି ସହ ମିଶି ସରକାର ଗଠନ କରିଛି। ତେବେ ଶିବସେନା ପୁଣିଥରେ ବିଜେପି ସହ ହାତ ମିଳାଉ ବୋଲି ଆଜି କେନ୍ଦ୍ରମନ୍ତ୍ରୀ ରାମଦାସ ଅଠୱାଲେ ପରାମର୍ଶ ଦେଇଛନ୍ତି। ଏଥିସହ ଦୁଇ ଦଳ ମଧ୍ୟରେ କ୍ଷମତା ବଣ୍ଟନର ଫର୍ମୁଲା ମଧ୍ୟ ସେ ଦେଇଛନ୍ତି। ଅଠୱାଲେ କହିଛନ୍ତି, ଶିବସେନା ସଭାପତି ଉଦ୍ଧବ ଠାକରେ ଆଗାମୀ ୧ ବର୍ଷ ପାଇଁ ମହାରାଷ୍ଟ୍ରର […]

cc

Hemant Lenka
  • Published: Monday, 28 September 2020
  • , Updated: 28 September 2020, 07:41 PM IST

ମୁମ୍ବାଇ: ମୁଖ୍ୟମନ୍ତ୍ରୀ ଚୌକିକୁ ନେଇ ବାଦବିବାଦ ପରେ ବିଜେପି ଠାରୁ ଅଲଗା ହୋଇ ଶିବସେନା ମହାରାଷ୍ଟ୍ରରେ କଂଗ୍ରେସ ଓ ଏନସିପି ସହ ମିଶି ସରକାର ଗଠନ କରିଛି। ତେବେ ଶିବସେନା ପୁଣିଥରେ ବିଜେପି ସହ ହାତ ମିଳାଉ ବୋଲି ଆଜି କେନ୍ଦ୍ରମନ୍ତ୍ରୀ ରାମଦାସ ଅଠୱାଲେ ପରାମର୍ଶ ଦେଇଛନ୍ତି। ଏଥିସହ ଦୁଇ ଦଳ ମଧ୍ୟରେ କ୍ଷମତା ବଣ୍ଟନର ଫର୍ମୁଲା ମଧ୍ୟ ସେ ଦେଇଛନ୍ତି।

ଅଠୱାଲେ କହିଛନ୍ତି, ଶିବସେନା ସଭାପତି ଉଦ୍ଧବ ଠାକରେ ଆଗାମୀ ୧ ବର୍ଷ ପାଇଁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ରୁହନ୍ତୁ। ଏହାପରେ ସେ ଏହି ପଦ ବିଜେପିକୁ ହସ୍ତାନ୍ତର କରନ୍ତୁ। ବିଜେପି ନେତା ଦେବେନ୍ଦ୍ର ଫଡନାଭିସ ଚାଲୁ ରହିଥିବା ବିଧାନସଭାରେ ଆଗାମୀ ୩ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ରହିବେ।

ଶିବସେନା ପୁଣି ବିଜେପି ସହ ହାତ ମିଳାଇବା ଉଚିତ। ଯଦି ଶିବସେନା ଆମ ପାଖକୁ ଆସିବାକୁ ଚାହୁଁନାହିଁ, ତା’ହେଲେ ମୁଁ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ମହାରାଷ୍ଟ୍ରର ବିକାଶ ପାଇଁ ଏନଡିଏରେ ସାମିଲ ହେବାକୁ ଅନୁରୋଧ କରୁଛି। ସେ ଏନଡିଏରେ ସାମିଲ ହେଲେ, ତାଙ୍କୁ ଭବିଷ୍ୟତରେ ନିଶ୍ଚିତ ଭାବେ ବଡ଼ ପୋଷ୍ଟ ମିଳିବ। ସେ ଶିବସେନା ସହ ରହିଲେ, କିଛି ବି ଫାଇଦା ହାସଲ କରିପାରିବେ ନାହିଁ ବୋଲି ଅଠୱାଲେ କହିଛନ୍ତି।

ସେ ଆହୁରି କହିଛନ୍ତି, ଶିବସେନା ଆମ ସହ ସାମିଲ ହେଲେ ଦଳକୁ କେନ୍ଦ୍ର ସରକାରରେ ୨ରୁ ୩ଟି ପୋଷ୍ଟ ମଧ୍ୟ ମିଳିବ। ଶିବସେନା କେବେ ହେଲେ ଏନସିପି ଓ କଂଗ୍ରେସ ସହ ଏକାଠି ନ ରହୁ। ଦଳ ଆମ ପାଖକୁ ଚାଲିଆସୁ।

Related story