ନୂଆଦିଲ୍ଲୀ: କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧୀଙ୍କୁ ଭାରତ ରତ୍ନ ଦେବା ପାଇଁ ଦାବି ହୋଇଛି। କଂଗ୍ରେସ ନେତା ତଥା ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାଓ୍ୱତ ଏହି ଦାବି କରିଥିଲେ। ଏବେ ଶିବସେନା ସାଂସଦ ତଥା ମୁଖପାତ୍ର ସଞ୍ଜୟ ରାଉତ ମଧ୍ୟ ସୋନିଆଙ୍କୁ ଭାରତ ରତ୍ନ ଦାବିକୁ ସମର୍ଥନ କରିଛନ୍ତି।
ଗୁରୁବାର ସଞ୍ଜୟ ରାଉତ କହିଛନ୍ତି ଯେ କେନ୍ଦ୍ର ସରକାର ଏହା ଉପରେ ନିଷ୍ପତ୍ତି ନେବା ଉଚିତ୍। ଭାରତ ରତ୍ନ ଦେବା ନେଇ ପ୍ରଧାନମନ୍ତ୍ରୀ ମୋଦି ହିଁ ବିରୋଧ କରୁଥାଇ ପାରନ୍ତି। ତେଣୁ ବିଜେପି ଏ ବାବଦରେ ମତ ରଖିବା ଦରକାର।
ସେହିପରି ବିଏସପି କହିଛି ଦେଶର ଦଳିତ ତଥା ପୀଡିତଙ୍କ ଉପରେ ଆତ୍ମବିଶ୍ୱାସ ସୃଷ୍ଟି କରିଥିବାରୁ ବିଏସପି ମୁଖ୍ୟ ମାୟାବତୀଙ୍କୁ ଭାରତ ରତ୍ନ ଦିଆଯିବା ଦରକାର।
ସୋନିଆ ଗାନ୍ଧୀ ଏବଂ ମାୟାବତୀଙ୍କୁ ଭାରତ ରତ୍ନ ଦେବା ନେଇ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି ଯେ ସମସ୍ତଙ୍କର ଦାବି କରିବାର ଅଧିକାର ଅଛି। ୟୁପିଏ ୧୦ ବର୍ଷ ସରକାରରେ ଥିଲା। ବିଏସପି ୟୁପିଏରେ ଥିଲା। ସେମାନେ ଆଜି ଯାହା ଦାବି କରୁଛନ୍ତି, ସେତେବେଳେ ଦାବି କରିପାରିଥାନ୍ତେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ଶରଦ ପାୱାରଙ୍କ ମୁହଁରେ ଆରଏସଏସର ପ୍ରଶଂସା
ଆରଏସଏସ ପ୍ରତି ଏହାର ସଦସ୍ୟଙ୍କ ରହିଥିବା ଉତ୍ସର୍ଗୀକୃତ ମନୋଭାବକୁ ସେ ସମସ୍ତଙ୍କ ପାଇଁ ଉଦାହରଣ ବୋଲି କହିଛନ୍ତି।
National
ସ୍କୁଲଗୁଡ଼ିକୁ ବୋମା ଧମକ ମିଳିବା ପଛରେ ଦ୍ୱାଦଶ ଶ୍ରେଣୀ ଛାତ୍ର
ପିଲାଟି ପ୍ରାୟ ୨୩ ଥର ବିଭିନ୍ନ ସ୍କୁଲକୁ ଇ-ମେଲ ଯୋଗେ ବୋମା ଧମକ ଦେଇଥିଲା। କେବଳ ନିଜ ସ୍କୁଲକୁ ଛାଡ଼ି ଆଉ ସବୁ ସ୍ଥାନକୁ ସେ ଧମକପୂର୍ଣ୍ଣ ଇ-ମେଲ ପଠାଉଥିଲା। ଏବେ ତା’ର କାଉନସିଲିଂ ଚାଲିଥିବା ଡିସିପି ଚୌହାନ ସୂଚନା ଦେଇଛନ୍ତି।
National
ବିଜେପିର ପୂର୍ବତନ ବିଧାୟକଙ୍କ ଘରେ IT ରେଡ: ମିଳିଲା କୋଟି କୋଟି ଟଙ୍କା ସହ ୩ଟି କୁମ୍ଭୀର
ଏହି କୁମ୍ଭୀର ଗୁଡ଼ିକୁ ଖାଇବା ପିଇବାକୁ ଦେଇ ଶ୍ରୀ ରାଥୋର ତାଙ୍କ ପୋଖରୀରେ ପାଳିଥିଲେ।
Politics
ତେଜିଲା ଆପ୍ ଓ ବିଜେପି ପୋଷ୍ଟର ୱାର: ଗାଲିବାଜ ଦାନବ ବନାମ ପୂର୍ବାଞ୍ଚଳର ଶତ୍ରୁ
ଆପ୍ ପକ୍ଷରୁ ଅତିରିକ୍ତ ଭାବେ ଜାରି କରାଯାଇଥିବା ପୋଷ୍ଟରର ଶୀର୍ଷକ ‘ବିଜେପି କେ ଗାଲିବାଜ ଦାନବ ସେ ଦିଲ୍ଲୀ ରହେ ସତର୍କ’ ରଖାଯାଇଛି। ଗାଲିବାଜ ଦାନବ ପୋଷ୍ଟରରେ ଅମିତ ଶାହ, ମନୋଜ ତିୱାରୀ, ରମେଶ ବିଧୁରୀ, ବୀରେନ୍ଦ୍ର ସଚଦେବା ଓ ପ୍ରବେଶ ବର୍ମାଙ୍କ ଫଟୋ ରହିଛି।
National
ବକ୍ସ ଖଟରୁ ବାହାରିଲା ୩ ଭଉଣୀଙ୍କ ମୃତଦେହ, ଚଟାଣରେ ପଡ଼ିଥିଲା ବାପାମା’ଙ୍କ ଶରୀର
ଗୋଟିଏ ବନ୍ଦ ଘରୁ ମିଳିଲା ୫ ମୃତଦେହ। ଘର ବାହାର ପଟୁ ତାଲା ପଡ଼ିଥିଲା ଆଉ ଭିତରେ ବିକ୍ଷିପ୍ତ ଭାବେ ପଡ଼ି ରହିଥିଲା ବାପାମା’ ଓ ୩ ଝିଅଙ୍କ ମୃତଦେହ।