ପାକିସ୍ତାନରେ ସିଦ୍ଧୁ, ଇମ୍ରାନ୍‌ଙ୍କ ପାଇଁ ନେଇଯାଇଛନ୍ତି ଏହି ଉପହାର

ନୂଆଦିଲ୍ଲୀ: ପାକିସ୍ତାର ପ୍ରଧାନମନ୍ତ୍ରୀ ଭାବେ ଆଜି ଇମ୍ରାନ୍ ଖାନ୍ ଶପଥ ନେବେ। ତାଙ୍କ ଶପଥଗ୍ରହଣ ଉତ୍ସବରେ ଯୋଗ ଦେବା ପାଇଁ ପୂର୍ବତନ କ୍ରିକେଟର୍ ତଥା ପଞ୍ଜାବ ସରକାରରେ ମନ୍ତ୍ରୀ ଥିବା ନଭଜୋତ ସିଂହ ସିଦ୍ଧୁ ପାକିସ୍ତାନ ଯାଇଛନ୍ତି। ସେ ଗତକାଲି ଲାହୋରରେ ପହଞ୍ଚିଥିଲେ। ୱାଘା ସୀମା ପାର ହୋଇ ଲାହୋରରେ ପହଞ୍ଚିବା ପରେ ସେଠାରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସିଦ୍ଧୁ କହିଥିଲେ ଯେ ସେ ଜଣେ ରାଜନେତା ଭାବେ ଆସିନାହାନ୍ତି। ଇମ୍ରାନ୍‌ଙ୍କ ଜଣେ ବନ୍ଧୁ ଭାବେ ଆସିଛନ୍ତି। ଇମ୍ରାନ୍‌ଙ୍କ ଖୁସିରେ […]

sidhu

sidhu

Jitendra Garnayak
  • Published: Saturday, 18 August 2018
  • Updated: 18 August 2018, 04:25 AM IST

Sports

Latest News

ନୂଆଦିଲ୍ଲୀ: ପାକିସ୍ତାର ପ୍ରଧାନମନ୍ତ୍ରୀ ଭାବେ ଆଜି ଇମ୍ରାନ୍ ଖାନ୍ ଶପଥ ନେବେ। ତାଙ୍କ ଶପଥଗ୍ରହଣ ଉତ୍ସବରେ ଯୋଗ ଦେବା ପାଇଁ ପୂର୍ବତନ କ୍ରିକେଟର୍ ତଥା ପଞ୍ଜାବ ସରକାରରେ ମନ୍ତ୍ରୀ ଥିବା ନଭଜୋତ ସିଂହ ସିଦ୍ଧୁ ପାକିସ୍ତାନ ଯାଇଛନ୍ତି। ସେ ଗତକାଲି ଲାହୋରରେ ପହଞ୍ଚିଥିଲେ।

ୱାଘା ସୀମା ପାର ହୋଇ ଲାହୋରରେ ପହଞ୍ଚିବା ପରେ ସେଠାରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସିଦ୍ଧୁ କହିଥିଲେ ଯେ ସେ ଜଣେ ରାଜନେତା ଭାବେ ଆସିନାହାନ୍ତି। ଇମ୍ରାନ୍‌ଙ୍କ ଜଣେ ବନ୍ଧୁ ଭାବେ ଆସିଛନ୍ତି। ଇମ୍ରାନ୍‌ଙ୍କ ଖୁସିରେ ସାମିଲ ହେବା ପାଇଁ ଆସିଛନ୍ତି।

ସିଦ୍ଧୁଙ୍କ ପାକିସ୍ତାନ ଗସ୍ତକୁ ଅନେକ ଭାରତୀୟ ଗ୍ରହଣ କରି ପାରିନାହାନ୍ତି। ଏଥିପାଇଁ ସୋଶାଲ୍ ମିଡିଆରେ ତାଙ୍କୁ ଅନେକ ସମାଲୋଚନା କରିଛନ୍ତି। ତେବେ ଏସବୁକୁ ସେ ଖାତିର କରନ୍ତି ନାହିଁ ବୋଲି ସେ କହିଛନ୍ତି। ସିଦ୍ଧୁ କହିଛନ୍ତି ଯେ ସେ କାହାରିକୁ ନିଜ ବିଷୟରେ ପ୍ରମାଣ ଦେବାକୁ ଚାହୁଁନାହାନ୍ତି।

ଇମ୍ରାନ୍ ଖାନ୍‌ଙ୍କ ପାଇଁ ସିଦ୍ଧୁ ଏକ ଉପହାର ମଧ୍ୟ ନେଇ ଯାଇଛନ୍ତି। ସାମ୍ବାଦିକମାନଙ୍କ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି,“ଖାନ୍ ସାହେବଙ୍କ ପାଇଁ ମୁଁ ଏକ କଶ୍ମୀରୀ ଶାଲ୍ ଆଣିଛି।”

ଇମ୍ରାନ୍ ଖାନ୍‌ଙ୍କ ଦଳ ‘ତେହରୀକ୍-ଏ-ଇନ୍‌ସାଫ୍’ ପକ୍ଷରୁ ସିଦ୍ଧୁଙ୍କ ସହିତ କପିଲ୍ ଦେବ ଓ ସୁନୀଲ ଗାଭାସ୍କରଙ୍କୁ ମଧ୍ୟ ଶପଥଗ୍ରହଣ ଉତ୍ସବକୁ ନିମନ୍ତ୍ରଣ କରାଯାଇଛି। ତେବେ କପିଲ ଓ ସୁନୀଲ ବ୍ୟକ୍ତିଗତ କାରଣ ଦର୍ଶାଇ ସେଠାକୁ ଯିବେ ନାହିଁ ବୋଲି କହିଛନ୍ତି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos