ରାଜ୍ୟସଭାରୁ ସିଦ୍ଧୁଙ୍କ ଇସ୍ତଫା

ନୂଆଦିଲ୍ଲୀ: ପ୍ରସିଦ୍ଧ କ୍ରିକେଟର ତଥା କମେଣ୍ଟେଟର ନବଜୋତ ସିଂ ସିଦ୍ଧୁ ଆଜି ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ରାଜ୍ୟସଭା ଅଧ୍ୟକ୍ଷ ତାଙ୍କ ଇସ୍ତଫାପତ୍ର ଗ୍ରହଣ କରିଛନ୍ତି। ମୌସୁମୀ ଅଧିବେଶନର ପ୍ରଥମ ଦିନରେ ସିଦ୍ଧୁଙ୍କ ହଠାତ୍ ଇସ୍ତଫା ସମସ୍ତଙ୍କୁ ଚକିତ କରି ଦେଇଛି। ସିଦ୍ଧୁ ତାଙ୍କ ଇସ୍ତଫା ଦେବାର କାରଣ ସଂପର୍କରେ କିଛି କହି ନାହାନ୍ତି। ତେବେ ଆଲୋଚନା ହେଉଛି ଯେ ସେ ଆମ୍‌ ଆଦ୍‌ମୀ ପାର୍ଟିରେ ଯୋଗ ଦେବେ। ଚଳିତ ବର୍ଷ ଏପ୍ରିଲ୍ ୨୮ ତାରିଖରେ […]

sidhu

Rakesh Mallick
  • Published: Monday, 18 July 2016
  • , Updated: 18 July 2016, 03:50 PM IST

ନୂଆଦିଲ୍ଲୀ: ପ୍ରସିଦ୍ଧ କ୍ରିକେଟର ତଥା କମେଣ୍ଟେଟର ନବଜୋତ ସିଂ ସିଦ୍ଧୁ ଆଜି ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ରାଜ୍ୟସଭା ଅଧ୍ୟକ୍ଷ ତାଙ୍କ ଇସ୍ତଫାପତ୍ର ଗ୍ରହଣ କରିଛନ୍ତି। ମୌସୁମୀ ଅଧିବେଶନର ପ୍ରଥମ ଦିନରେ ସିଦ୍ଧୁଙ୍କ ହଠାତ୍ ଇସ୍ତଫା ସମସ୍ତଙ୍କୁ ଚକିତ କରି ଦେଇଛି। ସିଦ୍ଧୁ ତାଙ୍କ ଇସ୍ତଫା ଦେବାର କାରଣ ସଂପର୍କରେ କିଛି କହି ନାହାନ୍ତି। ତେବେ ଆଲୋଚନା ହେଉଛି ଯେ ସେ ଆମ୍‌ ଆଦ୍‌ମୀ ପାର୍ଟିରେ ଯୋଗ ଦେବେ।

ଚଳିତ ବର୍ଷ ଏପ୍ରିଲ୍ ୨୮ ତାରିଖରେ ସିଦ୍ଧୁ ରାଜ୍ୟସଭାର ମନୋନୀତ ସଦସ୍ୟ ଭାବେ ଶପଥ ନେଇଥିଲେ।

୨୦୧୪ ସାଧାରଣ ନିର୍ବାଚନ ବେଳେ ବିଜେପି ତାଙ୍କୁ ଟିକେଟ ଦେଇ ନ ଥିଲା। ତାଙ୍କର ଅମୃତସର ଲୋକସଭା ଆସନରେ ଦଳ ଅରୁଣ ଜେଟଲୀଙ୍କୁ ପ୍ରାର୍ଥୀ କରିଥିଲା।

Related story