ଗ୍ୟାଙ୍ଗଟକ୍ : ସିକ୍କିମ୍ରେ ବିରୋଧୀ ଦଳ ଆସନରେ ବସିଥିବା ସିକ୍କିମ୍ କ୍ରାନ୍ତିକାରୀ ମୋର୍ଚ୍ଚା ୧୦ଟି ଆସନରେ ବିଜୟ ଲାଭ କରିସାରିଛି। ବର୍ତ୍ତମାନ ମଧ୍ୟ ଗଣତି ଚାଲୁ ରହିଥିବାବେଳେ ଏହି ଦଳ ୩ଟି ଆସନରେ ଆଗୁଆ ରହିଛି। ଅନ୍ୟ ପକ୍ଷରେ ଶାସକ ସିକ୍କିମ୍ ଡେମୋକ୍ରାଟିକ୍ ଫ୍ରଣ୍ଟ ୫ଟିରେ ବିଜୟୀ ହୋଇଥିବାବେଳେ ୪ଟିରେ ଆଗୁଆ ଅଛି।
ସିକ୍କିମ ମୁଖ୍ୟମନ୍ତ୍ରୀ ପୱନ୍ ଚାମଲିଙ୍ଗ୍ ଲଢ଼ୁଥିବା ଦୁଇଟିଯାକ ଆସନରେ ବିଜୟ ଲାଭ କରିଛନ୍ତି। ସେ ନାମ୍ଚି ସିଙ୍ଗଟାଙ୍ଗ ଏବଂ ପୋକ୍ଲୋକ୍ କାମ୍ରାଙ୍ଗ ଆସନରୁ ଲଢ଼ୁଥିଲେ। ନାମଚିରୁ ସେ ୩୭୭ ଭୋଟ୍ ବ୍ୟବଧାନରେ ଜିତିଛନ୍ତି। ଚାମଲିଙ୍ଗ ୧୯୯୪ ମସିହାରୁ ସିକ୍କିମ୍ର ମୁଖ୍ୟମନ୍ତ୍ରୀ ରହିଆସିଛନ୍ତି।
ଏସ୍କେଏମ୍ ବିଧାୟକ ସୋନମ୍ ଲାମା ସଂଘ ବିଧାନସଭା କ୍ଷେତ୍ରରୁ ବିଜୟ ଲାଭ କରିଛନ୍ତି। ସେ ୬୧୮ ଭୋଟ୍ ବ୍ୟବଧାନରେ ଜିତିଛନ୍ତି। ସେହଭିଳି ଏସ୍ଡିଏଫ୍ ପ୍ରାର୍ଥୀ ଲୋକନାଥ ଶର୍ମା ଲକ୍ଷୁମାନ ଶର୍ମାଙ୍କୁ ୧,୮୧୪ ଭୋଟ୍ରେ ହରାଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଜନ୍ମଦିନରେ ମୋବାଇଲ ଗିଫ୍ଟ ଦେବାକୁ ମନା କଲେ ମାଆ; ଜୀବନ ହାରିଲେ ନାବାଳକ
ଆର୍ଥିକ ଅସୁବିଧା କାରଣରୁ ପୁଅକୁ ମୋବାଇଲ କିଣିଦେବାକୁ ମନା କରିଥିଲେ ମାଆ।
National
ଏଥର ବି ସାଧାରଣତନ୍ତ୍ର ଦିବସରେ ଦିଶିବନି ଦିଲ୍ଲୀର ପ୍ରଜ୍ଞାପନ ମେଢ଼
ଏହାକୁ ମିଶାଇ ୪ର୍ଥ ଥର ପାଇଁ ଦେଶର ରାଜଧାନୀ ଦିଲ୍ଲୀର ପ୍ରଜ୍ଞାପନ ମେଢ଼କୁ ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ପ୍ରଦର୍ଶିତ କରିବାକୁ ଅନୁମତି ମିଳିନାହିଁ।
Politics
ବିଭାଗ ବଣ୍ଟନକୁ ନେଇ ମହାୟୁତି ମେଣ୍ଟରେ ଅସନ୍ତୋଷ, ସ୍ୱୀକାର କଲେ ଅଜିତ ପାୱାର
ଶନିବାର ରାତିରେ ମହାରାଷ୍ଟ୍ର ସରକାରରେ ମନ୍ତ୍ରୀମଣ୍ଡଳ ବିଭାଗ ବଣ୍ଟନ ହୋଇଛି। ମନ୍ତ୍ରୀଙ୍କ ସଂଖ୍ୟା ଅଧିକ ଥିବାରୁ ସମସ୍ତଙ୍କୁ ଗୋଟିଏ ଲେଖାଏଁ ବିଭାଗ ଦେବାକୁ ପଡ଼ିଲା ବୋଲି କହିଲେ ଅଜିତ ପାୱାର।
National
ଅଲ୍ଲୁ ଅର୍ଜୁନଙ୍କ ଘର ଆଗରେ ବିକ୍ଷୋଭ ଓ ଭଙ୍ଗାରୁଜା, ୮ ଗିରଫ
ବିକ୍ଷୋଭକାରୀ ଅଲ୍ଲୁ ଅର୍ଜୁନଙ୍କ ବାସଭବନରେ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ୮ ଜଣଙ୍କୁ ଉଠାଇ ନେଇଛି ପୁଲିସ।
National
ବିଷ ବଳୟରେ ରାଜଧାନୀ; ‘ସିଭିୟର’ ସ୍ଥିତିରେ ବାୟୁ ପ୍ରଦୂଷଣ
ରବିବାର ଦିନ ୩ଟା ସୁଦ୍ଧା ବାୟୁ ଗୁଣବତ୍ତା ସୂଚକାଙ୍କ ୪୦୬ରେ ପହଞ୍ଚିଛି। ୧୬ ଡିସେମ୍ବର ରାତିରୁ ଲାଗୁ ହୋଇଛି ଗ୍ରାପ-୪ କଟକଣା।