ସୋଲୋମୋନ୍ ଦୀପରେ ଭୂକଂପ, ସୁନାମୀର ଆଶଙ୍କା ଟଳିଲା

ସିଡନୀ:  ସୋଲୋମୋନ୍ ଦୀପ ନିକଟରେ ସମୁଦ୍ର ତଳେ ଶନିବାର ସକାଳେ ଭୂକଂପ ଅନୁଭୁତ ହୋଇଛି। ଏଥିଯୋଗୁ ସୁନାମୀର ଆଶଙ୍କା ସୃଷ୍ଟି ହୋଇଛି। ଏହି ଭୂକଂପର ତୀବ୍ରତା ରିକ୍ଟର ସ୍କେଲରେ ୬.୯ ଥିଲା। ପ୍ରାଥମିକ ଭାବେ ଏହି ଭୂକଂପର ତୀବ୍ରତା ୭.୫ କୁହାଯାଇଥିଲା। ସୋଲୋମୋନର ସାନ୍ତା କ୍ରୁଜ ଠାରୁ ୩୩ କିଲୋମିଟର ଦୂରରେ ସମୁଦ୍ର ତଳେ ଏହି ଭୂକଂପ ଅନୁଭୁତ ହୋଇଥିଲା। ପ୍ରାଥମିକ ଭାବ ସୁନାମୀର ଆଶଙ୍କା ଥିବା ନେଇ କୁହାଯାଇଥିବା ବେଳେ ଏହାର ଅଧାଘଣ୍ଟା ପରେ ଏଭଳି […]

solomon-

Rakesh Mallick
  • Published: Saturday, 18 July 2015
  • , Updated: 04 May 2017, 03:45 PM IST

ସିଡନୀ:  ସୋଲୋମୋନ୍ ଦୀପ ନିକଟରେ ସମୁଦ୍ର ତଳେ ଶନିବାର ସକାଳେ ଭୂକଂପ ଅନୁଭୁତ ହୋଇଛି। ଏଥିଯୋଗୁ ସୁନାମୀର ଆଶଙ୍କା ସୃଷ୍ଟି ହୋଇଛି। ଏହି ଭୂକଂପର ତୀବ୍ରତା ରିକ୍ଟର ସ୍କେଲରେ ୬.୯ ଥିଲା। ପ୍ରାଥମିକ ଭାବେ ଏହି ଭୂକଂପର ତୀବ୍ରତା ୭.୫ କୁହାଯାଇଥିଲା। ସୋଲୋମୋନର ସାନ୍ତା କ୍ରୁଜ ଠାରୁ ୩୩ କିଲୋମିଟର ଦୂରରେ ସମୁଦ୍ର ତଳେ ଏହି ଭୂକଂପ ଅନୁଭୁତ ହୋଇଥିଲା। ପ୍ରାଥମିକ ଭାବ ସୁନାମୀର ଆଶଙ୍କା ଥିବା ନେଇ କୁହାଯାଇଥିବା ବେଳେ ଏହାର ଅଧାଘଣ୍ଟା ପରେ ଏଭଳି କୌଣସି ସମ୍ଭାବନା ନାହିଁ ବୋଲି କୁହାଯାଇଥିଲା। ତେବେ ସମୁଦ୍ର ଅଶାନ୍ତ ରହିଥିଲା। ଜୁଆରର ଉଚ୍ଚତା ବଢ଼ି ଯାଇଥିଲା। ସମୁଦ୍ର କିଛି ଘଣ୍ଟା ଧରି ଏମିତି ଅଶାନ୍ତ ରହିବ ବୋଲି କୁହାଯାଇଛି।

Related story