ଶ୍ରୀ ଶ୍ରୀ ରବିଶଙ୍କରଙ୍କୁ ସାକ୍ଷାତ କଲେ ଆତଙ୍କବାଦୀ ବୁରହାନ୍‌ ୱାନିଙ୍କ ବାପା

ବେଙ୍ଗାଲୁରୁ: ହିଜିବୁଲ୍‌ ମୁଜାହିଦ୍ଦିନ୍‌ ଆତଙ୍କବାଦୀ ବୁରହାନ୍‌ ୱାନିଙ୍କ ପିତା ମୁଜାଫର ୱାନି ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ  ରବିଶଙ୍କଙ୍କୁ ବେଙ୍ଗାଲୁରୁରେ ତାଙ୍କ ଆଶ୍ରମରେ ଭେଟିଛନ୍ତି। ଶ୍ରୀ ଶ୍ରୀ ରବିଶଙ୍କର ଟ୍ୱିଟ୍‌ରରେ ତାଙ୍କର ଓ ମୁଜାଫରଙ୍କ ଫଟୋକୁ ପୋଷ୍ଟ କରିଛନ୍ତି। ସେ ଟ୍ୱିଟ୍‌ରେ ଲେଖିଛନ୍ତି, “ମୁଜାଫର ୱାନି ଆଶ୍ରମରେ ଦୁଇ ଦିନ ରହିଲେ। ଆମେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛୁ।” ଉଭୟଙ୍କ ଆଲୋଚନା ସମ୍ପର୍କରେ ଆର୍ଟ ଅଫ୍ ଲିଭିଂ ଫେଉଣ୍ଡସନ୍‌ ରି-ଟ୍ୱିଟ୍‌ କରିଛି। ଆର୍ଟ ଅଫ୍ ଲିଭିଂ ପକ୍ଷରୁ […]

wani-father-sri-sri

wani-father-sri-sri

Rakesh Mallick
  • Published: Sunday, 28 August 2016
  • Updated: 28 August 2016, 10:13 PM IST

Sports

Latest News

ବେଙ୍ଗାଲୁରୁ: ହିଜିବୁଲ୍‌ ମୁଜାହିଦ୍ଦିନ୍‌ ଆତଙ୍କବାଦୀ ବୁରହାନ୍‌ ୱାନିଙ୍କ ପିତା ମୁଜାଫର ୱାନି ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ  ରବିଶଙ୍କଙ୍କୁ ବେଙ୍ଗାଲୁରୁରେ ତାଙ୍କ ଆଶ୍ରମରେ ଭେଟିଛନ୍ତି।

ଶ୍ରୀ ଶ୍ରୀ ରବିଶଙ୍କର ଟ୍ୱିଟ୍‌ରରେ ତାଙ୍କର ଓ ମୁଜାଫରଙ୍କ ଫଟୋକୁ ପୋଷ୍ଟ କରିଛନ୍ତି। ସେ ଟ୍ୱିଟ୍‌ରେ ଲେଖିଛନ୍ତି, “ମୁଜାଫର ୱାନି ଆଶ୍ରମରେ ଦୁଇ ଦିନ ରହିଲେ। ଆମେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛୁ।”

ଉଭୟଙ୍କ ଆଲୋଚନା ସମ୍ପର୍କରେ ଆର୍ଟ ଅଫ୍ ଲିଭିଂ ଫେଉଣ୍ଡସନ୍‌ ରି-ଟ୍ୱିଟ୍‌ କରିଛି। ଆର୍ଟ ଅଫ୍ ଲିଭିଂ ପକ୍ଷରୁ କୁହାଯାଇଛି, “ମୁଜାଫର ୱାନି ଦୁଇ ଦିନ ଆଶ୍ରମ ରହିଲେ। ଉଭୟଙ୍କ ମଧ୍ୟରେ ବର୍ତ୍ତମାନର ପରିସ୍ଥିତି ସମ୍ପର୍କରେ ଆଲୋଚନା ହୋଇଥିଲା। ଘାଟିରେ କିପରି ଶାନ୍ତି ଫେରା ଯାଇ ପାରିବ ସେ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଛି।”

ଆଶ୍ରମରୁ ଫେରିବା ପରେ ଏକ ଗଣମାଧ୍ୟମକୁ ସୂଚନା ଦେଇ ମୁଜାଫର ୱାନି କହିଛନ୍ତି, “ଆଶ୍ରମକୁ ମୁଁ ଚିକିତ୍ସା ପାଇଁ ଯାଇ ରହିଥିଲି। ଗୁରୁ ମୋତେ କିଛି ମାଗି ନାହାନ୍ତି। ସେ ମୋ ସହିତ ପ୍ରାୟ ୫ ମିନିଟ୍‌ କଥା ହୋଇଥିଲେ।”

ସୂଚନାଯୋଗ୍ୟ, ୮ ଜୁଲାଇରେ ଜମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ବୁରହାନ୍‌ ୱାନିଙ୍କ ମୃତ୍ୟୁ ଘଟିଥିଲା। ଏହାପରେ କାଶ୍ମୀର ହିଂସା ଲାଗି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos