ମୁମ୍ୱାଇ: ମହାରାଷ୍ଟ୍ରର ଭଣ୍ଡାରା ଜିଲ୍ଲା ଅନ୍ତର୍ଗତ ସାକୋଲିରେ ମଙ୍ଗଳବାର ଦିନ ଏକ ଅଭାବନୀୟ ଘଟଣା ଘଟିଛି। ପୋଲ ଉପରୁ ଏକ ଟ୍ୟାକ୍ସି ତଳେ ଯାଇଥିବା ଚୁଲବନ୍ଦ ନଦୀରେ ଖସି ପଡ଼ିବାରୁ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଟ୍ୟାକ୍ସି ଡ୍ରାଇଭର ଫେରାର ରହିଛି।
ସୂଚନାଯୋଗ୍ୟ, ପୋଲ ଉପରେ ଟ୍ୟାକ୍ସିଟି ଯାଉଥିବା ବେଳେ ତାର ଟାୟାର ଫାଟି ଯାଇଥିଲା। ଏହାପରେ ନିୟନ୍ତ୍ରଣ ହରାଇ ପୋଲର ରେଲିଂ ଭାଙ୍ଗି ଟ୍ୟାକ୍ସିଟି ୮୦ ଫୁଟ୍ ତଳକୁ ଖସି ପଡ଼ିଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ଟ୍ୟାକ୍ସିରେ ଆବଶ୍ୟକରୁ ଅଧିକ ସଂଖ୍ୟକ ଯାତ୍ରୀ ଥିଲେ।
ପୋଲ ଉପରୁ ତଳକୁ ଖସି ପଡ଼ିବା ପରେ ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡ଼ିଛି। ଟ୍ୟାକ୍ସିରେ ମୋଟ ୧୩ ଯାତ୍ରୀ ଥିଲେ। ୬ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ରହିଛନ୍ତି ଏବଂ ବାକି ୩ ଜଣ ଚିକିତ୍ସିତ ହେଉଛନ୍ତି। ଘଟଣାସ୍ଥଳରେ ସ୍ଥାନୀୟ ପୁଲିସ ପହଞ୍ଚି ମୃତକଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ମଣିପୁରରେ ପୁଣି ହିଂସା: DCP ଅଫିସ ଉପରେ ଆକ୍ରମଣ
ଆକ୍ରମଣରେ ଜଣେ ପୁଲିସ୍ ଅଧିକାରୀ ଆହତ ହୋଇଛନ୍ତି। ସେହିପରି ଡିସିପି ଅଫିସ ନିକଟରେ ରହିଥିବା ଏକାଧିକ ପୁଲିସ୍ ଗାଡ଼ିକୁ ଲୋକମାନେ ଭାଙ୍ଗି ଦେଇଛନ୍ତି।
Health
ଚାଇନାର ନୂଆ ଭାଇରସକୁ ନେଇ ଆତଙ୍କିତ ହୁଅନ୍ତୁନି: ସ୍ୱାସ୍ଥ୍ୟ ବିଭାଗ
ଚୀନରେ କୋରୋନାଠୁ ଆହୁରି ଦ୍ରୁତ ଗତିରେ ବ୍ୟାପୁଛି ନୂଆ ଭାଇରସ୍ HMPV। ହେଲେ ଏହାକୁ ନେଇ ଭାରତରେ ଚିନ୍ତିତ ହେବାର କିଛି ନାହିଁ ବୋଲି କହିଲା ସ୍ୱାସ୍ଥ୍ୟ ବିଭାଗ।
Crime
୬ ବର୍ଷର ଝିଅକୁ ଦୁଷ୍କର୍ମ; ଧରା ପଡ଼ିଯିବା ଭୟରେ ତଣ୍ଟି ଚିପି ମାରିଦେଲା ପଡ଼ୋଶୀ
ଚକୋଲେଟ ଦେବା ବାହାନାରେ ଶିଶୁକୁ ଘରକୁ ଡାକିନେଇ ଦୁଷ୍କର୍ମ କଲା। ଖସି ପଳାଉଥିବାବେଳେ ଏନକାଉଣ୍ଟର କରି ଗିରଫ କରିଛି ପୁଲିସ।
Politics
ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ବିରୋଧରେ ଅଳକା ଲାମ୍ବାଙ୍କୁ ପ୍ରାର୍ଥୀ କଲା କଂଗ୍ରେସ
କ୍ରମାଗତ ୧୫ ବର୍ଷ ଦିଲ୍ଲୀକୁ ଶାସନ କରିଥିବା କଂଗ୍ରେସ ଗଲା ୨ଟି ଯାକ ବିଧାନସଭା ନିର୍ବାଚନରେ ଗୋଟିଏ ହେଲେ ଆସନ ଜିତିବାକୁ ସକ୍ଷମ ହୋଇ ନଥିଲା।
National
ଲଦାଖକୁ ପୁଣି ନିଜର କହିଲା ଚାଇନା: ଜୋରଦାର ବିରୋଧ କଲା ଭାରତ
ଚାଇନା ପକ୍ଷରୁ ଦୁଇଟି କାଉଣ୍ଟୀ ପ୍ରତିଷ୍ଠା କରାଯାଉଛି। ଏହାର କିଛି ଅଂଶ ଲଦାଖ ମଧ୍ୟରେ ଆସୁଛି। ଚାଇନାର ଏପରି ପଦକ୍ଷେପକୁ ଭାରତ ପକ୍ଷରୁ କଡ଼ା ବିରୋଧ କରାଯାଇଛି।