ଶ୍ୱାସରୁଦ୍ଧ ହୋଇ ପାଇଖାନା ଟାଙ୍କିରେ ଜୀବନ ହାରିଲେ ୬ ଜଣ

ରାଞ୍ଚି: ପାଇଖାନା ଟାଙ୍କିରେ କାମ କରୁଥିବାବେଳେ ଶ୍ୱାସରୁଦ୍ଧ ହୋଇ ୬ ଜଣଙ୍କର ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତକଙ୍କୁ ଉଦ୍ଧାର କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି। ଝାଡ଼ଖଣ୍ଡର ଦେଓଘର ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି। ଝାଡ଼ଖଣ୍ଡ ଦେଓଘର ଜିଲ୍ଲାର ଦେବପୁରରେ ଏହି ଅଭାବନୀୟ ଘଟଣା ଘଟିଛି। ପାଇଖାନା ସଫା କରିବା ପାଇଁ ପ୍ରଥମେ ଜଣେ ଶ୍ରମିକ ଘରେ ଟାଙ୍କି ଭିତରେ ପ୍ରବେଶ କରିଥିଲେ। କିନ୍ତୁ କିଛି ସମୟ ପରେ ସେ ଅଣ […]

Six labourers died in Jharkhand (1)

Subhransu Sekhar
  • Published: Sunday, 09 August 2020
  • , Updated: 09 August 2020, 06:19 PM IST

ରାଞ୍ଚି: ପାଇଖାନା ଟାଙ୍କିରେ କାମ କରୁଥିବାବେଳେ ଶ୍ୱାସରୁଦ୍ଧ ହୋଇ ୬ ଜଣଙ୍କର ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତକଙ୍କୁ ଉଦ୍ଧାର କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି। ଝାଡ଼ଖଣ୍ଡର ଦେଓଘର ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି।

ଝାଡ଼ଖଣ୍ଡ ଦେଓଘର ଜିଲ୍ଲାର ଦେବପୁରରେ ଏହି ଅଭାବନୀୟ ଘଟଣା ଘଟିଛି। ପାଇଖାନା ସଫା କରିବା ପାଇଁ ପ୍ରଥମେ ଜଣେ ଶ୍ରମିକ ଘରେ ଟାଙ୍କି ଭିତରେ ପ୍ରବେଶ କରିଥିଲେ। କିନ୍ତୁ କିଛି ସମୟ ପରେ ସେ ଅଣ ନିଃଶ୍ୱାସୀ ହୋଇପଡ଼ିଥିଲେ। ତାଙ୍କୁ ବଞ୍ଚାଇବା ପାଇଁ କାମ କରୁଥିବା କଣ୍ଟ୍ରାକ୍ଟର ଏବଂ ତାଙ୍କର ଦୁଇ ପୁଅ ମଧ୍ୟ ଉଦ୍ଧାର କରିବା ପାଇଁ ଟ୍ୟାଙ୍କ ଭିତରକୁ ଯାଇଥିଲେ। ହେଲେ ଉଦ୍ଧାର କରିବା ବଦଳରେ ସମସ୍ତେ ହତାଶ ହୋଇ ଟାଙ୍କି ଭିତରେ ଫସି ଯାଇଥିଲେ। ଏହାପରେ ଶୌଚାଳୟ କାମ ପାଇଁ ନିୟୋଜିତ ଥିବା ଆଉ ଦୁଇ ଶ୍ରମିକ ତଥା ବ୍ରଜେଶ ବର୍ଣ୍ଣୱାଲ ଏବଂ ମିଥାଇଲେଶ ବର୍ଣ୍ଣୱାଲ ଟାଙ୍କି ଭିତରକୁ ପଶି ଯାଇଥିଲେ। ମୋଟ୍ ଛଅ ଜଣ ଟାଙ୍କି ଭିତରେ ପଶିଯିବାରୁ ଚେତାଶୂନ୍ୟ ହୋଇ ପଡ଼ିଥିଲେ।

https://twitter.com/ians_india/status/1292432334235435012

ଲୋକମାନେ ଶୌଚାଳୟ ଟାଙ୍କିରେ ଫସି ରହିବା ପରେ ଜେସିବି ମେସିନ ଡକାଇ ସମସ୍ତଙ୍କୁ ବାହାରକୁ ନିଆଯାଇଥିଲା। ଏହାପରେ ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ଡାକ୍ତରଖାନାକୁ ଅଣାଯାଇଥିଲା। ଏହାପରେ ଡାକ୍ତର କିନ୍ତୁ ସେମାନଙ୍କୁ ମୃତ ଘୋଷଣା କରିଥିଲେ।

ଦେଓଘର ଡେପୁଟି କମିଶନର ଏଭଳି ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ସରକାରୀ ବ୍ୟବସ୍ଥା ଅନୁଯାୟୀ ମୃତକଙ୍କ ସମ୍ପର୍କୀୟଙ୍କୁ କ୍ଷତିପୂରଣ ଦେବାକୁ କହିଛନ୍ତି।

Related story