କୁନି ଝିଅକୁ ବଞ୍ଚାଇ ଦେଲା ମା’ର ପଣତକାନି

ସୁରତ: ମା’ର ପଣତକାନି ତଳେ ରହିଲେ ଦୁନିଆର କୌଣସି ଶକ୍ତି ଛୁଆର କିଛି କରିପାରିବ ନାହିଁ। ଏହି ଉକ୍ତିଟି ଆଜି ସତ ପ୍ରମାଣିତ ହୋଇଛି। ଆଉ ୬ ମାସର ଛୁଆକୁ ବଞ୍ଚାଇ ଦେଇ ମା’ ଚାଲି ଯାଇଛି ଆରପାରିକୁ। ମା’ ସିନା ଚାଲି ଯାଇଛି ହେଲେ, ଛୁଆ ଉପରେ ନିଜ ପଣତକାନି ଢାଙ୍କି ଦେଇଛି। ଯାହା ଫଳରେ ଭୟଙ୍କର ଦୁର୍ଘଟଣା ସତ୍ତ୍ୱେ ଶିଶୁଟି ଅକ୍ଷତ ଅବସ୍ଥାରେ ଉଦ୍ଧାର ହୋଇଛି। ମଙ୍ଗଳବାର ସକାଳେ ଗୁଜରାଟର ସୁରତ ଠାରେ ଘଟିଥିବା […]

g

Hemant Lenka
  • Published: Tuesday, 19 January 2021
  • , Updated: 19 January 2021, 09:36 PM IST

ସୁରତ: ମା’ର ପଣତକାନି ତଳେ ରହିଲେ ଦୁନିଆର କୌଣସି ଶକ୍ତି ଛୁଆର କିଛି କରିପାରିବ ନାହିଁ। ଏହି ଉକ୍ତିଟି ଆଜି ସତ ପ୍ରମାଣିତ ହୋଇଛି। ଆଉ ୬ ମାସର ଛୁଆକୁ ବଞ୍ଚାଇ ଦେଇ ମା’ ଚାଲି ଯାଇଛି ଆରପାରିକୁ। ମା’ ସିନା ଚାଲି ଯାଇଛି ହେଲେ, ଛୁଆ ଉପରେ ନିଜ ପଣତକାନି ଢାଙ୍କି ଦେଇଛି। ଯାହା ଫଳରେ ଭୟଙ୍କର ଦୁର୍ଘଟଣା ସତ୍ତ୍ୱେ ଶିଶୁଟି ଅକ୍ଷତ ଅବସ୍ଥାରେ ଉଦ୍ଧାର ହୋଇଛି।

ମଙ୍ଗଳବାର ସକାଳେ ଗୁଜରାଟର ସୁରତ ଠାରେ ଘଟିଥିବା ଭୟଙ୍କର ସଡ଼କ ଦୁର୍ଘଟଣା ସମ୍ପର୍କରେ କହୁଛୁ। ରାସ୍ତା କଡ଼ରେ ଶୋଇଥିବା ଲୋକଙ୍କ ଉପରେ ଭୋର ସମୟରେ ହଠାତ୍‌ ଗୋଟିଏ ଟ୍ରକ୍‌ ଭାରସାମ୍ୟ ହରାଇ ମାଡ଼ି ଯାଇଥିଲା। ଏଥିରେ ୧୫ ଜଣଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ଗୁଜରାଟର ସୁରତରେ ଘଟିଥିବା ଏହି ଘଟଣା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି।

ହେଲେ ଏହି ଭୟଙ୍କର ଦୁର୍ଘଟଣାରୁ ଆଶ୍ଚର୍ଯ୍ୟଜନକ ଭାବେ ଜଣେ ୬ ମାସ ଶିଶୁକନ୍ୟା ବର୍ତ୍ତି ଯାଇଛନ୍ତି। ଟ୍ରକ୍‌ ମାଡ଼ି ଯିବାରୁ ଶିଶୁକନ୍ୟାଟିର ବାପା ମା’ଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଦୁର୍ଘଟଣା ବେଳେ ରାସ୍ତା କଡ଼ରେ ନିଜ ବାପା ମା’ଙ୍କ ପାଖରେ ଶିଶୁକନ୍ୟା ପ୍ରିୟଙ୍କା ମଧ୍ୟ ଶୋଇଥିଲେ। ହେଲେ ସେ କେମିତି ଏଥିରୁ ବର୍ତ୍ତିଗଲେ, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହି ଘଟଣା ପରେ ସମସ୍ତଙ୍କ ମୁହଁରେ କେବଳ ଯାହାକୁ ରଖିବେ ଅନନ୍ତ, କି କରିପାରିବ ବଳମନ୍ତ ବୋଲି ଶୁଣିବାକୁ ମିଳୁଛି।

ପ୍ରିୟଙ୍କାଙ୍କ ବାପା ମା’ କାମ ଖୋଜିବା ଲକ୍ଷ୍ୟ ନେଇ ଗୋଟିଏ ଦିନ ତଳେ ରାଜସ୍ଥାନରୁ ସୁରତ ଆସିଥିଲେ। କିନ୍ତୁ ବିଧିର ବିଧାନ ସେମାନଙ୍କ ଭାଗ୍ୟରେ ଆଉ କିଛି ଲେଖିଥିଲା। ସେମାନେ କେବଳ ଦୁର୍ଘଟଣାରେ ପ୍ରାଣ ହରାଇଲେ ନାହିଁ ବରଂ ପ୍ରିୟଙ୍କାଙ୍କୁ ସବୁଦିନ ପାଇଁ ଅନାଥ କରି ଚାଲିଗଲେ। ଏବେ ଏହି ଶିଶୁକନ୍ୟାଟିର ଭବିଷ୍ୟତ କ’ଣ ହେବ, ସେକଥା କେହି ବି ଜାଣିନାହାନ୍ତି।

ସୋମବାର ବିଳମ୍ବିତ ରାତିରେ ସୁରତର କିମ୍‌-ମାଣ୍ଡବ ରୋଡ୍‌ରେ ଏକ ଟ୍ରକ ଓଭର ଟେକ୍‌ କରିବାକୁ ଯାଇ ଆଖୁ ବୋଝେଇ ଟ୍ରାକ୍ଟରକୁ ଧକ୍କା ଦେଇଥିଲା। ପରେ ଏହା ଭାରସାମ୍ୟ ହରାଇ ଫୁଟପାଥ୍‌ରେ ଶୋଇଥିବା ୧୮ ଜଣ ଶ୍ରମିକଙ୍କ ଉପରେ ମାଡ଼ି ଯାଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣା ସ୍ଥଳରେ ୧୩ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା।

ଆହତଙ୍କୁ ହସ୍ପିଟାଲ ନିଆଯାଇଥିଲେ ହେଁ ସେଠାରେ ଆଉ ଦୁଇ ଜଣଙ୍କ ମୃତ୍ୟ ଘଟିଥିଲା। ମୃତ ଓ ଆହତମାନେ ରାଜସ୍ଥାନର ବୋଲି ଜଣାପଡ଼ିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘଟଣାରେ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର ବର୍ଗଙ୍କ ପାଇଁ ୨ ଲକ୍ଷ ଟଙ୍କା ଲେଖାଏ ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ସେହିପରି ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏ ମିଳିବ ବୋଲି ସେ ଘୋଷଣା କରିଛନ୍ତି।

Related story