ଜଳ ଜୀବନ ମିଶନର ଶିଥିଳତା ନେଇ ନବୀନଙ୍କୁ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀଙ୍କ ଚିଠି

ନୂଆଦିଲ୍ଲୀ: ଓଡିଶାରେ ଜଳ ଜୀବନ ମିଶନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖିଛନ୍ତି । ଏହି ମିଶନକୁ ତ୍ୱରାନ୍ୱିତ କରିବା ପାଇଁ ଆବଶ୍ୟକ ସମସ୍ତ ସହାୟତା ଯୋଗାଇ ଦେବାକୁ କେନ୍ଦ୍ର ସରକାର ସଂକଳ୍ପବଦ୍ଧ ବୋଲି ଏହି ଚିଠିରେ ଦର୍ଶାଯାଇଛି । ଗ୍ରାମାଞ୍ଚଳରେ ଜନସାଧାରଙ୍କୁ ନିରାପଦ ପାନୀୟ ଜଳ ଯୋଗାଇଦେବା ସହ ୨୦୨୪ ସୁଦ୍ଧା ପ୍ରତି ଘରକୁ ପାଇପ ଜଳ ସଂଯୋଗ ଦେବା ଏହି […]

NAVEEN GAJENDRA

NAVEEN GAJENDRA

Subhransu Sekhar
  • Published: Friday, 19 June 2020
  • Updated: 19 June 2020, 11:18 PM IST

ନୂଆଦିଲ୍ଲୀ: ଓଡିଶାରେ ଜଳ ଜୀବନ ମିଶନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖିଛନ୍ତି । ଏହି ମିଶନକୁ ତ୍ୱରାନ୍ୱିତ କରିବା ପାଇଁ ଆବଶ୍ୟକ ସମସ୍ତ ସହାୟତା ଯୋଗାଇ ଦେବାକୁ କେନ୍ଦ୍ର ସରକାର ସଂକଳ୍ପବଦ୍ଧ ବୋଲି ଏହି ଚିଠିରେ ଦର୍ଶାଯାଇଛି । ଗ୍ରାମାଞ୍ଚଳରେ ଜନସାଧାରଙ୍କୁ ନିରାପଦ ପାନୀୟ ଜଳ ଯୋଗାଇଦେବା ସହ ୨୦୨୪ ସୁଦ୍ଧା ପ୍ରତି ଘରକୁ ପାଇପ ଜଳ ସଂଯୋଗ ଦେବା ଏହି ମିଶନର ଲକ୍ଷ୍ୟ ।

ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଲେଖିଥିବା ଚିଠିରେ କେନ୍ଦ୍ରମନ୍ତ୍ରୀ ରାଜ୍ୟ ଏ ବାବଦରେ କମ ଅର୍ଥ ବିନିଯୋଗ କରିଥିବା ଓ ଲକ୍ଷ୍ୟ ହାସଲରେ ବିଫଳ ହୋଇଥିବା ଦର୍ଶାଇଛନ୍ତି । ୨୦୧୯-୨୦ରେ ୧୫.୬୧ ଲକ୍ଷ ଘରକୁ ପାଇପ ସଂଯୋଗ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲେ ମଧ୍ୟ ମାତ୍ର ୪.୩୭ ଲକ୍ଷ୍ୟ ଅର୍ଥାତ ୨୭.୯୭ ଭାଗ ପରିବାରକୁ ଏହା ଯୋଗାଇଦିଆଯାଇଛି । ଏଥିପାଇଁ କମ ଅର୍ଥ ବିନିଯୋଗ ହୋଇଛି । ୨୦୧୯-୨୦ରେ ଓଡ଼ିଶାକୁ ୩୬୪.୭୪ କୋଟି ଟଙ୍କା ଯୋଗାଇଦିଆଯାଇଥିବା ବେଳେ ମାତ୍ର ୨୭୫.୦୨ କୋଟି ଟଙ୍କା ଖର୍ଚ୍ଚ ହୋଇପାରିଛି ।

ରାଜ୍ୟ ସଂପୂର୍ଣ୍ଣ ଅର୍ଥ ବିନିଯୋଗ କରିପାରିନଥିବାରୁ କେନ୍ଦ୍ର ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଏସଙ୍କ୍ରାନ୍ତ ଯୋଜନାକୁ ତ୍ୱରାନ୍ୱିତ କରିବାରେ କି କି ଅସୁବିଧା ରହିଛି ତାହାର ସମୀକ୍ଷା କରିବାକୁ ଅନୁରୋଧ କରିଛନ୍ତି । ଶେଖାୱତ ତାଙ୍କ ଚିଠିରେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରତି ଘରକୁ ଜଳ ଯୋଗାଇଦେବାକୁ ଦେଶରେ ଅଗ୍ରାଧିକାର ଦିଆଯାଉଥିବା ବେଳେ ଏହି ଯୋଜନାକୁ ଆଗକୁ ନେବା ପାଇଁ ୨୦୨୦-୨୧ରେ ଓଡିଶାର ଅନୁଦାନ ୩୬୪.୭୪ କୋଟିରୁ ୮୧୨.୧୫ କୋଟିକୁ ବୃଦ୍ଧି କରାଯାଇଛି । ଖର୍ଚ୍ଚ ହୋଇନଥିବା ବଳକା ୯୦ କୋଟି ଓ ଚଳିତ ଆର୍ଥିକ ବର୍ଷର କେନ୍ଦ୍ରୀୟ ଅନୁଦାନ ୮୧୨ କୋଟି ଓ ରାଜ୍ୟର ଅଂଶକୁ ମିଶାଇଲେ ୨୦୨୦-୨୧ରେ ଜଳ ଜୀବନ ମିଶନ ପାଇଁ ରାଜ୍ୟରେ ୧୮୦୫ କୋଟି ଟଙ୍କା ଉପଲବ୍ଧ ହେବ ।

ରାଜ୍ୟ ନିଜ ଭାଗ ଅର୍ଥ ବାବଦ ଅଂଶଧନ ଠିକ ସମୟରେ ଦେଇ କାର୍ଯ୍ୟକ୍ରମକୁ ଆଗେଇ ନେଲେ ଗ୍ରାମାଞ୍ଚଳରେ ଶତ ପ୍ରତିଶତ ଜଳ ସଂଯୋଗ ହୋଇପାରିବ ବୋଲି ଶେଖାୱତ ତାଙ୍କ ଚିଠିରେ ଆଶାପୋଷଣ କରିଛନ୍ତି ।

ଜଳ ଶକ୍ତି ମନ୍ତ୍ରୀ ଶେଖାୱତ ତାଙ୍କ ଚିଠିରେ ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟ ଲାଗି ଶତ ପ୍ରତିଶତ ସହଯୋଗ ଯୋଗାଇବା ସହ ଭବିଷ୍ୟତରେ ଜଳ ଜୀବନ ମିଶନର କାର୍ଯ୍ୟକାରିତା ନେଇ ଖୁବ ଶୀଘ୍ର ଭିଡିଓ କନଫରେନ୍ସ ଯୋଗେ ଆଲୋଚନା କରିବା ନେଇ ଚିଠିରେ ଉଲ୍ଲେଖ କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story