ସ୍ମୋକ୍‌ର ଓ ନିରାମିଷ ଖାଦ୍ୟ ଖାଉଥିବା ଲୋକଙ୍କୁ କରୋନା ହେବା ଆଶଙ୍କା କମ!

ନୂଆଦିଲ୍ଲୀ: ବୟସ୍କ ଓ ବହୁ ବିଧ ରୋଗରେ ଆକ୍ରାନ୍ତ ଲୋକଙ୍କୁ କରୋନା ଭାଇରସ ସଂକ୍ରମିତ କରିବାର ଆଶଙ୍କା ଯଥେଷ୍ଟ ଅଧିକ ରହିଛି। ହେଲେ ନୂଆ ସର୍ଭେରୁ ଜଣାପଡ଼ିଛି ଯେ ନିୟମିତ ସିଗାରେଟ, ବିଡ଼ି ବା ଅନ୍ୟ ଧୂଆଁ ଜାତୀୟ ସାମଗ୍ରୀ ଟାଣୁଥିବା ବ୍ୟକ୍ତିଙ୍କୁ କରୋନା ସଂକ୍ରମିତ କରିବାର ଆଶଙ୍କା ଯଥେଷ୍ଟ କମ। ସେହିପରି ନିରାମିଷ ଖାଦ୍ୟ ଖାଉଥିବା ଲୋକଙ୍କୁ ମଧ୍ୟ କରୋନା ଭାଇରସ ଆଟାକ କରିବାର ସମ୍ଭାବନା କମ୍‌ ବୋଲି ସିଏସଆଇଆର ପକ୍ଷରୁ ହୋଇଥିବା ସର୍ଭେରେ ଦାବି […]

f

Hemant Lenka
  • Published: Tuesday, 19 January 2021
  • , Updated: 19 January 2021, 03:32 PM IST

ନୂଆଦିଲ୍ଲୀ: ବୟସ୍କ ଓ ବହୁ ବିଧ ରୋଗରେ ଆକ୍ରାନ୍ତ ଲୋକଙ୍କୁ କରୋନା ଭାଇରସ ସଂକ୍ରମିତ କରିବାର ଆଶଙ୍କା ଯଥେଷ୍ଟ ଅଧିକ ରହିଛି। ହେଲେ ନୂଆ ସର୍ଭେରୁ ଜଣାପଡ଼ିଛି ଯେ ନିୟମିତ ସିଗାରେଟ, ବିଡ଼ି ବା ଅନ୍ୟ ଧୂଆଁ ଜାତୀୟ ସାମଗ୍ରୀ ଟାଣୁଥିବା ବ୍ୟକ୍ତିଙ୍କୁ କରୋନା ସଂକ୍ରମିତ କରିବାର ଆଶଙ୍କା ଯଥେଷ୍ଟ କମ। ସେହିପରି ନିରାମିଷ ଖାଦ୍ୟ ଖାଉଥିବା ଲୋକଙ୍କୁ ମଧ୍ୟ କରୋନା ଭାଇରସ ଆଟାକ କରିବାର ସମ୍ଭାବନା କମ୍‌ ବୋଲି ସିଏସଆଇଆର ପକ୍ଷରୁ ହୋଇଥିବା ସର୍ଭେରେ ଦାବି କରାଯାଇଛି।

ସମଗ୍ର ଦେଶରେ ସିଏସଆଇଆର୍‌ର ପକ୍ଷରୁ ହୋଇଥିବା ସର୍ଭେରୁ ଜଣାପଡ଼ିଛି ଯେ ଯାହାର ଓ’ ଗ୍ରୁପ୍‌ର ରକ୍ତ ସେମାନଙ୍କୁ ମଧ୍ୟ କରୋନା ହେବାର ଆଶଙ୍କା କମ୍‌। ଆଣ୍ଟିବଡି ଠାବ କରିବା ପାଇଁ ସିଏସଆଇଆର୍‌ ତା’ର ୪୦ଟି ଇନଷ୍ଟିଚ୍ୟୁଟରେ କାର୍ଯ୍ୟ କରୁଥିବା ୧୦,୪୨୭ ଜଣ ପ୍ରାପ୍ତ ବୟସ୍କ ଓ ସେମାନଙ୍କ ସହ ସ୍ୱେଚ୍ଛାକୃତ ଭାବେ ଗବେଷଣାରେ ସହଯୋଗ କରୁଥିବା ପରିବାର ସଦସ୍ୟଙ୍କ ନମୁନା ସଂଗ୍ରହ କରିଥିଲା।

ଏହି ୧୦,୪୨୭ ଜଣଙ୍କ ମଧ୍ୟରୁ ୧୦୬୮ ଜଣ ଅର୍ଥାତ ୧୦.୧୪% ଲୋକଙ୍କ ଶରୀରରେ କରୋନାକୁ ମାତ ଦେବାର ଆଣ୍ଟିବଡି ରହିଥିବା ପରୀକ୍ଷାରୁ ଜଣାପଡ଼ିଛି। ସର୍ଭେରୁ ଜଣାପଡ଼ିଛି ଯେ ସାଧାରଣ ପରିବହନ, ସିକ୍ୟୁରିଟି, ହାଉସକିପିଂ ପର୍ସନେଲ, ନନ୍‌-ସ୍ମୋକର ଓ ଆମିଷ ଖାଉଥିବା ଲୋକମାନେ କରୋନାରେ ସଂକ୍ରମିତ ହେବାର ଯଥେଷ୍ଟ ଆଶଙ୍କା ରହିଛି।

ଅନ୍ୟପକ୍ଷରେ ନିଜର ବ୍ୟକ୍ତିଗତ ଗାଡ଼ି ବ୍ୟବହାର କରିବା, ସ୍ମୋକିଂ କରିବା, ନିରାମିଷ ଖାଦ୍ୟ ଖାଉ ଥିବା ବ୍ୟକ୍ତି, ଓ’ ଏବଂ ଏ’ ବ୍ଲଡ ଗ୍ରୁପ୍‌ର ଲୋକମାନେ କରୋନାରେ ଆକ୍ରାନ୍ତ ହେବାର ଆଶଙ୍କା ଯଥେଷ୍ଟ କମ ରହିଥିବା ସର୍ଭେରୁ ଜଣାପଡ଼ିଛି। ପୂର୍ବରୁ କୁହାଯାଇଥିଲା ଯେ ଧୂମପାନ କରୁଥିବା ଲୋକମାନେ କରୋନାରେ ଆକ୍ରାନ୍ତ ହେବାର ସବୁଠାରୁ ଅଧିକ ଆଶଙ୍କା ରହିଛି।

ତେବେ ସର୍ଭେରେ ଏହାର ଓଲଟା କଥା କୁହାଯାଇଛି। ଧୂମପାନ ଦ୍ୱାରା ଶ୍ୱାସନଳୀ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ। କିନ୍ତୁ ଏହା କରୋନା ବିରୋଧରେ ଏକ ଅସ୍ତ୍ର ଭାବେ ଉଭା ହୋଇଥିବା ସର୍ଭେରୁ ମିଳିଥିବା ତଥ୍ୟରୁ ସ୍ପଷ୍ଟ ହୋଇଛି।

Related story