ପାଦରେ ୧୪ କିମି ଚାଲି ସିଦ୍ଧି ବିନାୟକ ମନ୍ଦିରରେ ପହଞ୍ଚିଲେ ସ୍ମୃତି

ମୁମ୍ବାଇ: ଲୋକସଭା ନିର୍ବାଚନରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ହରାଇ ଦେଇଥିବା ସ୍ମୃତି ଇରାନୀ ଏବେ ପୁଣି ଚର୍ଚ୍ଚାରେ। ସ୍ମୃତି ଏବେ ପାଦରେ ୧୪ କିମି ବାଟ ଚାଲିଚାଲି ମୁମ୍ବାଇରେ ଥିବା ସିଦ୍ଧ ବିନାୟକଙ୍କ ଦର୍ଶନ କରିଛନ୍ତି। ଏହି ସମୟରେ ତାଙ୍କ ସହ ଫିଲ୍ମ ନିର୍ମାତା ଏକତା କପୁର ମଧ୍ୟ ରହିଥିଲେ। ଏକତା କପୁର ହିଁ ଟ୍ୱିଟର୍‌ ଏବଂ ଇନଷ୍ଟାଗ୍ରାମରେ ଏହାର ଫଟୋ ଶେୟାର କରି ସମସ୍ତଙ୍କୁ ଜଣାଇଛନ୍ତି। ମନ୍ଦିରରେ ଦର୍ଶନ କରିବା ପୂର୍ବରୁ ଏକତା କପୁର […]

sa

Hemant Lenka
  • Published: Tuesday, 28 May 2019
  • , Updated: 28 May 2019, 04:29 PM IST

ମୁମ୍ବାଇ: ଲୋକସଭା ନିର୍ବାଚନରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ହରାଇ ଦେଇଥିବା ସ୍ମୃତି ଇରାନୀ ଏବେ ପୁଣି ଚର୍ଚ୍ଚାରେ। ସ୍ମୃତି ଏବେ ପାଦରେ ୧୪ କିମି ବାଟ ଚାଲିଚାଲି ମୁମ୍ବାଇରେ ଥିବା ସିଦ୍ଧ ବିନାୟକଙ୍କ ଦର୍ଶନ କରିଛନ୍ତି। ଏହି ସମୟରେ ତାଙ୍କ ସହ ଫିଲ୍ମ ନିର୍ମାତା ଏକତା କପୁର ମଧ୍ୟ ରହିଥିଲେ। ଏକତା କପୁର ହିଁ ଟ୍ୱିଟର୍‌ ଏବଂ ଇନଷ୍ଟାଗ୍ରାମରେ ଏହାର ଫଟୋ ଶେୟାର କରି ସମସ୍ତଙ୍କୁ ଜଣାଇଛନ୍ତି।

ମନ୍ଦିରରେ ଦର୍ଶନ କରିବା ପୂର୍ବରୁ ଏକତା କପୁର ସାଂସଦ ସ୍ମୃତି ଇରାନୀଙ୍କ ସହ ଏକ ସେଲଫି ନେଇଥିଲେ। ଏହି ଫଟୋକୁ ଶେୟାର କରି ଏକତା କହିଛନ୍ତି, “ଆମେ ସିଦ୍ଧି ବିନାୟକଙ୍କୁ ଦର୍ଶନ କରିବା ପାଇଁ ୧୪ କିମି ରାସ୍ତା ଚାଲିଚାଲି ଅତିକ୍ରମ କରିଛୁ।”

ଏହି ଫଟୋରେ ସ୍ମୃତି କମେଣ୍ଟ ଦେଇ କହିଛନ୍ତି, “ଏହା ଭଗବାନଙ୍କ ଇଚ୍ଛା ଥିଲା। ଭଗବାନ ଅତ୍ୟନ୍ତ ଦୟାଳୁ।”

Related story