ସ୍ମୃତି ଇରାନୀଙ୍କ ସମ୍ପର୍କରେ ବୟାନ ଦେଇ ବିବାଦରେ ଜେଡିୟୁ ନେତା ଅନୱାର ଅଲ୍ଲୀ

ନୂଆଦିଲ୍ଲୀ: ଜନତା ଦଳ ୟୁନାଇଟେଡ଼ (ଜେଡିୟୁ)ର ରାଜ୍ୟସଭା ସାସଂଦ ତଥା ନେତା ଅଲ୍ଲୀ ଅନୱାର କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ସମ୍ପର୍କରେ ଏକ ବିବାଦୀୟ ବୟାନ ଦେଇ କହିଛନ୍ତି ଯେ ଇରାନୀଙ୍କୁ ଖରାପ ବିଭାଗ ମିଳିନାହିଁ, ବରଂ ତାଙ୍କୁ ‘ଦେହ ଘୋଡ଼ାଇବା’ ବିଭାଗ ମିଳିଛି। ଅନୱାର ଏହି ବୟାନରେ ସ୍ମୃତି ଇରାନୀଙ୍କ ବିଭାଗ ପରିବର୍ତ୍ତନକୁ ନେଇ ଦେଇଥିଲେ। ନିକଟରେ ହେଇଥିବା କ୍ୟାବିନେଟ ଅଦଳବଦଳରେ ସ୍ମୃତି ଇରାନୀଙ୍କ ଠାରୁ ମାନବ ସମ୍ୱଳ ବିକାଶ ମନ୍ତ୍ରାଳୟ କାଢି ନିଆଯାଇ ତାଙ୍କୁ ବସ୍ତ୍ର […]

smriti-irani

Rakesh Mallick
  • Published: Thursday, 07 July 2016
  • , Updated: 07 July 2016, 06:04 PM IST

ନୂଆଦିଲ୍ଲୀ: ଜନତା ଦଳ ୟୁନାଇଟେଡ଼ (ଜେଡିୟୁ)ର ରାଜ୍ୟସଭା ସାସଂଦ ତଥା ନେତା ଅଲ୍ଲୀ ଅନୱାର କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ସମ୍ପର୍କରେ ଏକ ବିବାଦୀୟ ବୟାନ ଦେଇ କହିଛନ୍ତି ଯେ ଇରାନୀଙ୍କୁ ଖରାପ ବିଭାଗ ମିଳିନାହିଁ, ବରଂ ତାଙ୍କୁ ‘ଦେହ ଘୋଡ଼ାଇବା’ ବିଭାଗ ମିଳିଛି।

ଅନୱାର ଏହି ବୟାନରେ ସ୍ମୃତି ଇରାନୀଙ୍କ ବିଭାଗ ପରିବର୍ତ୍ତନକୁ ନେଇ ଦେଇଥିଲେ। ନିକଟରେ ହେଇଥିବା କ୍ୟାବିନେଟ ଅଦଳବଦଳରେ ସ୍ମୃତି ଇରାନୀଙ୍କ ଠାରୁ ମାନବ ସମ୍ୱଳ ବିକାଶ ମନ୍ତ୍ରାଳୟ କାଢି ନିଆଯାଇ ତାଙ୍କୁ ବସ୍ତ୍ର ମନ୍ତ୍ରାଳୟର ଦାୟିତ୍ୱ ଦିଆଯାଇଛି।

ବିଜେପି ନେତା ସିଦ୍ଧାର୍ଥ ସିଂହ ଏହି ବୟାନ ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଏହା ସ୍ମୃତି ଇରାନୀଙ୍କ ଉଦ୍ଦେଶ୍ୟରେ ଦିଆ ଯାଇଛି ତାହା ଅତ୍ୟନ୍ତ ନିମ୍ନ ରୁଚିର। ନୀତିଶ କୁମାରଙ୍କ ମନରେ ଯଦି ମହିଳାମାନଙ୍କ ପ୍ରତି ଟିକିଏ ବି ସମ୍ମାନ ଅଛି ତାହାଲେ ଅଲ୍ଲୀ ଅନୱାରଙ୍କୁ ତାଙ୍କ ପଦରୁ ହଟାନ୍ତୁ।

ଏହା ପୂର୍ବରୁ  ଆମ ଆଦମୀ ପାର୍ଟିର ନେତା କୁମାର ବିଶ୍ୱାସ ମଧ୍ୟ ଅନୱାରଙ୍କ ନାଁ ନ ନେଇ ଏହି ବୟାନକୁ ଅସଭ୍ୟ,ଅଶୋଭନୀୟ ଓ ନିନ୍ଦନୀୟ ବୋଲି କହିଥିଲେ।

Related story