ଅନଶନ ନିଷ୍ପତ୍ତିରୁ ଓହରିଲେ ଆନ୍ନା ହଜାରେ, ବିଜେପି ନେତାଙ୍କ ଉପସ୍ଥିତିରେ କୃଷି ଆଇନକୁ ସମର୍ଥନ କଲେ

ମୁମ୍ବାଇ: କେନ୍ଦ୍ର ସରକାର ଆଣିଥିବା କୃଷି ଆଇନକୁ ବିରୋଧ କରି ଆସନ୍ତାକାଲି ଠାରୁ ବିଶିଷ୍ଟ ସମାଜସେବୀ ଆନ୍ନା ହଜାରେ ଆମରଣ ଅନଶନ ଆରମ୍ଭ କରିବାକୁ ଘୋଷଣା କରିଥିଲେ। ଏଥିସହ ନିଜ ସମର୍ଥକମାନଙ୍କୁ ମଧ୍ୟ ଏପରି ଅନଶନ କରିବାକୁ ଆହ୍ୱାନ କରିଥିଲେ। ତେବେ ହଠାତ୍‌ ସନ୍ଧ୍ୟା ବେଳେ ସେ ନିଜର ଅନଶନ ନିଷ୍ପତ୍ତି ପ୍ରତ୍ୟାହାର କରିଛନ୍ତି। ଖାଲି ସେତିକି ନୁହେଁ, କେନ୍ଦ୍ର ସରକାର ଆଣିଥିବା ୩ଟି ଯାକ କୃଷି ଆଇନକୁ ବି ଆନ୍ନା ସମର୍ଥନ କରିଛନ୍ତି। ଅନଶନ ପ୍ରତ୍ୟାହାର […]

x

Hemant Lenka
  • Published: Friday, 29 January 2021
  • , Updated: 29 January 2021, 08:27 PM IST

ମୁମ୍ବାଇ: କେନ୍ଦ୍ର ସରକାର ଆଣିଥିବା କୃଷି ଆଇନକୁ ବିରୋଧ କରି ଆସନ୍ତାକାଲି ଠାରୁ ବିଶିଷ୍ଟ ସମାଜସେବୀ ଆନ୍ନା ହଜାରେ ଆମରଣ ଅନଶନ ଆରମ୍ଭ କରିବାକୁ ଘୋଷଣା କରିଥିଲେ। ଏଥିସହ ନିଜ ସମର୍ଥକମାନଙ୍କୁ ମଧ୍ୟ ଏପରି ଅନଶନ କରିବାକୁ ଆହ୍ୱାନ କରିଥିଲେ। ତେବେ ହଠାତ୍‌ ସନ୍ଧ୍ୟା ବେଳେ ସେ ନିଜର ଅନଶନ ନିଷ୍ପତ୍ତି ପ୍ରତ୍ୟାହାର କରିଛନ୍ତି।

ଖାଲି ସେତିକି ନୁହେଁ, କେନ୍ଦ୍ର ସରକାର ଆଣିଥିବା ୩ଟି ଯାକ କୃଷି ଆଇନକୁ ବି ଆନ୍ନା ସମର୍ଥନ କରିଛନ୍ତି। ଅନଶନ ପ୍ରତ୍ୟାହାର ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରିବା ବେଳେ ତାଙ୍କ ପାଖରେ ବିଜେପି ନେତା ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଉପସ୍ଥିତ ରହିଥିଲେ।

ଏହାପୂର୍ବରୁ ଆନ୍ନା ଏକ ପ୍ରେସ ବିବୃତି ଜାରି କରି କହିଥିଲେ ଯେ ଆସନ୍ତାକାଲିଠାରୁ ମହାରାଷ୍ଟ୍ରର ଅହମଦନଗରରେ ଆମରଣ ଅନଶନ ଆରମ୍ଭ କରିବେ। ୮୪ ବର୍ଷୀୟ ଆନ୍ନା ଆହୁରି କହିଥିଲେ ଯେ ବିଗତ ୪ ବର୍ଷ ହେଲାଣି ଚାଷୀଙ୍କ ପ୍ରମୁଖ ଦାବିଗୁଡ଼ିକ ପାଇଁ ମୁଁ ଆନ୍ଦୋଳନ କରୁଛି। ଏବେ ଲାଗୁଛି ସରକାର ଚାଷୀଙ୍କ ପ୍ରସଙ୍ଗରେ ଉପଯୁକ୍ତ ନିଷ୍ପତ୍ତି ନେଉନାହାନ୍ତି। ସରକାର ଚାଷୀଙ୍କ ପ୍ରତି ଆଦୌ ସମ୍ବେଦନଶୀଳ ନୁହନ୍ତି। ଅନେକ ଥର କେନ୍ଦ୍ର ସରକାରଙ୍କ ଆଗରେ ଆମେ ଦାବି ଉପସ୍ଥାପନ କରିଛୁ। ଗତ ୩ ମାସ ମଧ୍ୟରେ ମୁଁ ପ୍ରଧାନମନ୍ତ୍ରୀ ଓ କୃଷିମନ୍ତ୍ରୀଙ୍କୁ ୫ଥର ଚିଠି ଲେଖି ସାରିଛି। ସରକାରଙ୍କ ପ୍ରତିନିଧିମାନେ ଦାବି ଗୁଡ଼ିକ ଉପରେ ଆଲୋଚନା କରୁଛନ୍ତି। ହେଲେ ଦାବି ମୁତାବକ ଏଯାଏ କୌଣସି ଫଳାଫଳ ମିଳିପାରିନାହିଁ ବୋଲି ଆନ୍ନା କହିଥିଲେ।

ଗୋଟିଏ ପଟେ ଲକ୍ଷଲକ୍ଷ ଚାଷୀ କୃଷି ଆଇନକୁ ବିରୋଧ କରୁଥିବା ବେଳେ ଅନ୍ୟପଟେ ଆନ୍ନାଙ୍କ ଅନଶନ ଆହ୍ୱାନ ସରକାରଙ୍କ ଚିନ୍ତା ବଢ଼ାଇ ଦେଇଥିଲା। ଏହି ଖବର ପାଇ ଦେବେନ୍ଦ୍ର ପଡନାଭିସ ଓ କେନ୍ଦ୍ରମନ୍ତ୍ରୀ କୈଳାସ ଚୌଧୁରୀ ତୁରନ୍ତ ଆନ୍ନାଙ୍କ ରାଲେଗାଓଁ ସିଦ୍ଧ ଗାଁରେ ପହଞ୍ଚିଥିଲେ। ସେଠାରେ ସେମାନେ ଆନ୍ନାଙ୍କ ସହ ଦୀର୍ଘ ସମୟ ଧରି ରୁଦ୍ଧଦ୍ୱାର ବୈଠକ ମଧ୍ୟ କରିଥିଲେ। ଶେଷରେ ଆନ୍ନା ସର୍ବସମ୍ମୁଖରେ ନିଜର ନିଷ୍ପତ୍ତି ବଦଳାଉଥିବା ପ୍ରସଙ୍ଗରେ ଘୋଷଣା କରିଥିଲେ।

Related story