କାର୍‌ ପୋଡ଼ି ଯବାନଙ୍କୁ ଅପହରଣ କରିନେଲେ ଆତଙ୍କୀ!

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ କାର୍ଯ୍ୟରତ ଜଣେ ଭାରତୀୟ ଯବାନ ଗତକାଲି ଠାରୁ ନିଖୋଜ ହୋଇଯାଇଛନ୍ତି। ସେନା ପକ୍ଷରୁ ତାଙ୍କୁ ଠାବ କରିବା ପାଇଁ ଚେଷ୍ଟା ଚାଲିଥିଲେ ହେଁ ତାଙ୍କର ଏଯାଏ କୌଣସି ପତ୍ତା ମିଳିନାହିଁ। ସେ ଆତଙ୍କବାଦୀଙ୍କ ଦ୍ୱାରା ଅପହରଣର ଶିକାର ହୋଇଥିବା ସେନା ପକ୍ଷରୁ ଆଶଙ୍କା କରାଯାଉଛି। ରାଫଲ ମ୍ୟାନ ଶକିର ମନଜୁର ୧୬୨ ବାଟାଲିୟନ ପକ୍ଷରୁ କୁଲଗାମରେ କାର୍ଯ୍ୟ କରୁଥିଲେ। ରବିବାର ୫ଟାରୁ ହଠାତ୍‌ ସେ ନିଖୋଜ ହୋଇଯାଇଛନ୍ତି। #TerrorismFreeKashmir ନାଁରେ ସେନା ପକ୍ଷରୁ କରାଯାଇଥିବା […]

da

Hemant Lenka
  • Published: Monday, 03 August 2020
  • , Updated: 03 August 2020, 05:36 PM IST

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ କାର୍ଯ୍ୟରତ ଜଣେ ଭାରତୀୟ ଯବାନ ଗତକାଲି ଠାରୁ ନିଖୋଜ ହୋଇଯାଇଛନ୍ତି। ସେନା ପକ୍ଷରୁ ତାଙ୍କୁ ଠାବ କରିବା ପାଇଁ ଚେଷ୍ଟା ଚାଲିଥିଲେ ହେଁ ତାଙ୍କର ଏଯାଏ କୌଣସି ପତ୍ତା ମିଳିନାହିଁ।

ସେ ଆତଙ୍କବାଦୀଙ୍କ ଦ୍ୱାରା ଅପହରଣର ଶିକାର ହୋଇଥିବା ସେନା ପକ୍ଷରୁ ଆଶଙ୍କା କରାଯାଉଛି। ରାଫଲ ମ୍ୟାନ ଶକିର ମନଜୁର ୧୬୨ ବାଟାଲିୟନ ପକ୍ଷରୁ କୁଲଗାମରେ କାର୍ଯ୍ୟ କରୁଥିଲେ। ରବିବାର ୫ଟାରୁ ହଠାତ୍‌ ସେ ନିଖୋଜ ହୋଇଯାଇଛନ୍ତି।

#TerrorismFreeKashmir ନାଁରେ ସେନା ପକ୍ଷରୁ କରାଯାଇଥିବା ଟ୍ୱିଟରେ କୁହାଯାଇଛି ଯେ ରାଇଫଲ ମ୍ୟାନ ଶକିର ମନଜୁରଙ୍କ ପତ୍ତା ଗତକାଲି ୫ଟାରୁ ମିଳୁନାହିଁ। କୁଲଗାମ ନିକଟରୁ ତାଙ୍କ ପରତ୍ୟକ୍ତ ଜଳନ୍ତା କାର ମିଳିଛି। ଆତଙ୍କବାଦୀମାନେ ତାଙ୍କୁ ଅପହରଣ କରି ନେଇଥିବା ଆଶଙ୍କା କରାଯାଉଛି। ତାଙ୍କ ଠାବ କରିବା ପାଇଁ ଜୋରଦାର ପ୍ରୟାସ କରାଯାଉଛି।

Related story