କାନ୍ଧରେ ବୋହି ଗର୍ଭବତୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଲେ ଯବାନ

ରାୟପୁର: ମଙ୍ଗଳବାର ସିଆରପିଏଫର ଏକ ଟିମ୍ ଜଣେ  ଗର୍ଭବତୀଙ୍କୁ ଖଟିଆରେ ୬ କି.ମି ବୋହି ନେଇ ହସ୍ପିଟାଲରେ ଭର୍ତ୍ତି କରାଇଛନ୍ତି। ଏବେ ଗର୍ଭବତୀଜଣଙ୍କ ଛତିଶଗଡ଼ ବିଜାପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।  ଛତିଶଗଡ଼ ବିଜପୁର ଜିଲ୍ଲାର ପଦେଦା ଗାଁରେ ସିଆରପିଏଫ ଯବାନମାନେ ମଙ୍ଗଳବାର ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ଗାଁ ଲୋକମାନେ ଯବାନଙ୍କୁ ଜଣେ ଗର୍ଭବତୀଙ୍କ ବାବଦରେ ଖବର ଦେଇଥିଲେ। ବିଜାପୁର ଜିଲ୍ଲା ପଦେଦା ଗାଁର ବୋଦି ନାମ୍ନୀ ମହିଳା   ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିଲେ। […]

helping-hands-of-armed-forces

Subhransu Sekhar
  • Published: Wednesday, 22 January 2020
  • , Updated: 22 January 2020, 08:59 AM IST

ରାୟପୁର: ମଙ୍ଗଳବାର ସିଆରପିଏଫର ଏକ ଟିମ୍ ଜଣେ  ଗର୍ଭବତୀଙ୍କୁ ଖଟିଆରେ ୬ କି.ମି ବୋହି ନେଇ ହସ୍ପିଟାଲରେ ଭର୍ତ୍ତି କରାଇଛନ୍ତି। ଏବେ ଗର୍ଭବତୀଜଣଙ୍କ ଛତିଶଗଡ଼ ବିଜାପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। 

ଛତିଶଗଡ଼ ବିଜପୁର ଜିଲ୍ଲାର ପଦେଦା ଗାଁରେ ସିଆରପିଏଫ ଯବାନମାନେ ମଙ୍ଗଳବାର ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ଗାଁ ଲୋକମାନେ ଯବାନଙ୍କୁ ଜଣେ ଗର୍ଭବତୀଙ୍କ ବାବଦରେ ଖବର ଦେଇଥିଲେ। ବିଜାପୁର ଜିଲ୍ଲା ପଦେଦା ଗାଁର ବୋଦି ନାମ୍ନୀ ମହିଳା   ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ପାଟ୍ରୋଲିଂ ଟିମ୍ ପାଖରେ ଯଦିଓ କିଛି ଔଷଧ ଥିଲା, ହେଲେ ଏହି ଯନ୍ତ୍ରଣାକୁ ଲାଘବ କରିବା ପାଇଁ ଯଥେଷ୍ଟ ନଥିଲା।

ଏହାପରେ ଯବାନମାନେ  ତାଙ୍କୁ ଖଟିଆରେ ବୋହି ବୋହି ନେଇଥିଲେ। ମାଟି ଭର୍ତ୍ତି ଅଣ ଓସାରିଆ ରାସ୍ତାରେ ଯବାନମାନେ ୬ କିଲୋମିଟର ପର୍ଯ୍ୟନ୍ତ ଗର୍ଭବତୀଙ୍କୁ ଖଟିଆରେ ବୋହି ଆଣିବା ପରେ ଆମ୍ୱୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ବୋଦିଙ୍କୁ ଏବେ ଅବଜରଭେସନରେ ରଖାଯାଇଥିବା କହିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ ।

Related story