କରୋନାରେ ମୃତ ବାପାଙ୍କ ଶବ ଦେଖିବାକୁ ପୁଅକୁ ମାଗିଲେ ୫୧ ହଜାର, କିନ୍ତୁ...

କୋଲକାତା: କରୋନାରେ ଆକ୍ରାନ୍ତ ହୋଇ ବାପାଙ୍କ ମୃତ୍ୟୁ ହେଲା। ହେଲେ ହସ୍ପିଟାଲ କର୍ତ୍ତୃପକ୍ଷ ପରିବାର ଲୋକଙ୍କୁ ଶବ ଦେଖିବାକୁ ବି ସୁଯୋଗ ଦେଲେନାହିଁ। ଶେଷରେ ପୁଅ ଜଣଙ୍କୁ ୫୧ ହଜାର ଟଙ୍କା ଦେବାକୁ ହସ୍ପିଟାଲ କର୍ତ୍ତୃପକ୍ଷ କହିଥିଲେ। ହେଲେ ପୁଅ ଜଣଙ୍କ ଟଙ୍କା ନ ଦେଇ ପାରିବାରୁ ତାଙ୍କୁ ଓ ତାଙ୍କ ପରିବାର ଲୋକଙ୍କୁ ବାପାଙ୍କ ଶବ ଦେଖିବା ଅଧିକାରରୁ ବଞ୍ଚିତ କରାଯାଇଛି। ପରିବାର ଲୋକଙ୍କ ଆଡ଼ୁଆଳରେ ଅନ୍ତିମ ସଂସ୍କାର ମଧ୍ୟ କରାଯାଇଛି। ପଶ୍ଚିମବଙ୍ଗର ଏକ ଘରୋଇ […]

t

t

Hemant Lenka
  • Published: Monday, 10 August 2020
  • Updated: 10 August 2020, 03:30 PM IST

Sports

Latest News

କୋଲକାତା: କରୋନାରେ ଆକ୍ରାନ୍ତ ହୋଇ ବାପାଙ୍କ ମୃତ୍ୟୁ ହେଲା। ହେଲେ ହସ୍ପିଟାଲ କର୍ତ୍ତୃପକ୍ଷ ପରିବାର ଲୋକଙ୍କୁ ଶବ ଦେଖିବାକୁ ବି ସୁଯୋଗ ଦେଲେନାହିଁ। ଶେଷରେ ପୁଅ ଜଣଙ୍କୁ ୫୧ ହଜାର ଟଙ୍କା ଦେବାକୁ ହସ୍ପିଟାଲ କର୍ତ୍ତୃପକ୍ଷ କହିଥିଲେ। ହେଲେ ପୁଅ ଜଣଙ୍କ ଟଙ୍କା ନ ଦେଇ ପାରିବାରୁ ତାଙ୍କୁ ଓ ତାଙ୍କ ପରିବାର ଲୋକଙ୍କୁ ବାପାଙ୍କ ଶବ ଦେଖିବା ଅଧିକାରରୁ ବଞ୍ଚିତ କରାଯାଇଛି।

ପରିବାର ଲୋକଙ୍କ ଆଡ଼ୁଆଳରେ ଅନ୍ତିମ ସଂସ୍କାର ମଧ୍ୟ କରାଯାଇଛି। ପଶ୍ଚିମବଙ୍ଗର ଏକ ଘରୋଇ ହସ୍ପିଟାଲରେ ଘଟିଥିବା ଏଭଳି ଘଟଣା ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି କରିଛି।

ଶନିବାର ରାତିରେ ପ୍ରାଣ ହରାଇଥିବା ହରି ଗୁପ୍ତାଙ୍କ ପୁଅ ସାଗର ଗୁପ୍ତା କହିଛନ୍ତି ଯେ ବାପାଙ୍କ ଦେହାନ୍ତ ହୋଇଥିଲେ ହେଁ ହସ୍ପିଟାଲ ପକ୍ଷରୁ ଆମକୁ କୌଣସି ସୂଚନା ଦିଆଯାଇ ନଥିଲା। ରବିବାର ମଧ୍ୟାହ୍ନ ଆମ ପାଖକୁ ଫୋନ ଆସିବା ସହ ବାପା ଶନିବାର ରାତି ପ୍ରାୟ ୧ଟାରେ ପ୍ରାଣ ହରାଇ ସାରିଥିବା କୁହାଯାଇଥିଲା। ଆମକୁ କାହିଁକି ଏତେ ବିଳମ୍ବରେ କୁହାଗଲା ବୋଲି ପ୍ରଶ୍ନ କରିବାରୁ ହସ୍ପିଟାଲ କର୍ତ୍ତୃପକ୍ଷ ଆମ ନମ୍ବର ସେମାନଙ୍କ ପାଖରେ ନଥିବା ସଫେଇ ଦେଇଥିଲେ।

ଆମେ ପରିବାର ଲୋକଙ୍କ ସହ ହସ୍ପିଟାଲରେ ପହଞ୍ଚିଲା ବେଳକୁ ବାପାଙ୍କ ଶବକୁ ଅନ୍ତିମ ସଂସ୍କାର ପାଇଁ ନିଆଯାଇଥିବା ଆମକୁ କୁହାଯାଇଥିଲା। ଏହାପରେ ଆମେ ଶିବପୁର ଶଶ୍ମାନରେ ପହଞ୍ଚିଥିଲୁ। କିନ୍ତୁ ବାପାଙ୍କ ଶବ ଦେଖିବାକୁ ଆମକୁ ୫୧ ହଜାର ଟଙ୍କା ଜମା କରିବାକୁ କୁହାଯାଇଥିଲା ବୋଲି ସାଗର ଅଭିଯୋଗ କରିଛନ୍ତି।

ତେବେ ପରିବାର ଲୋକ ୫୧ ହଜାର ଟଙ୍କା କାହିଁକି ଦେବାକୁ ପଡ଼ିବ ବୋଲି ପ୍ରଶ୍ନ କରିବା ସହ ଉପସ୍ଥିତ କର୍ତ୍ତୃପକ୍ଷଙ୍କ ସହ ଯୁକ୍ତିତର୍କ କରିଥିଲେ। ଶେଷରେ ସେମାନେ ଏହାକୁ ୩୧ ହଜାର ଟଙ୍କାକୁ ହ୍ରାସ କରିଥିଲେ। ତଥାପି ପରିବାର ଲୋକ ଟଙ୍କା ନ ଦେଇ ପୁଲିସ୍‌ରେ ଅଭିଯୋଗ କରିଥିଲେ।

ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଶବ ଦେଖାଇବାକୁ କହିଥିଲେ ହେଁ ସେଠାରେ ଉପସ୍ଥିତ ଅଧିକାରୀମାନେ କିଛି ବି ଶୁଣି ନଥିଲେ। ପୁଲିସ୍‌ ଅଧିକାରୀଙ୍କୁ ବି ସେମାନେ ଖାତିର ନ କରି ଉପରିସ୍ଥ ଅଧିକାରୀଙ୍କୁ ଅଭିଯୋଗ କରିବାକୁ କହିଥିଲେ। ପରିବାର ଲୋକ ପୂରା ଘଟଣାକୁ କ୍ୟାମେରାରେ କଏଦ କରିବାକୁ ଚାହିଁଥିଲେ ହେଁ ଅନ୍ତିମ ସଂସ୍କାରରେ ସାମିଲ ଥିବା କର୍ତ୍ତୃପକ୍ଷ ଏହାକୁ ଛଡ଼ାଇ ନେଇଥିଲେ।

ଶେଷରେ ଶବର ଅନ୍ତିମ ସଂସ୍କାର କରାଯାଇଥିଲା ଓ ପରିବାର ଲୋକ ଏହାକୁ ଦେଖି ନପାରି ନିରାଶ ହୋଇ ଫେରିଥିଲେ। ଏବେ ପରିବାର ଲୋକ ପୁଲିସ୍ ନିକଟରେ ବିଧିବଦ୍ଧ ଭାବେ ଅଭିଯୋଗ ଦାଖଲ କରିବେ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story