ଚୀନ ବୁଲେଟର ଜବାବ ଓ୍ୱାଲେଟରେ ଦେବାକୁ ଆହ୍ୱାନ୍
ନୂଆଦିଲ୍ଲୀ: ବଲିଉଡ଼ ଫିଲ୍ମ ‘3 Idiots’ର ଅସଲି ହୀରୋ ଚୀନକୁ ସାବାଡ୍ କରିବା ପାଇଁ ଆହ୍ୱାନ କରିଛନ୍ତି। ଥ୍ରୀ ଇଡିଅଟସର ମୁଖ୍ୟ ଚିରତ୍ର ଭାବେ ନିଆରା ପରିଚୟ ସୃଷ୍ଟି କରିଥିବା ଶିକ୍ଷାବିତ୍ ସୋନମ ଓ୍ୱାଙ୍ଗଚୁକ୍ ଏବେ ଚୀନ୍ ବିରୋଧରେ ଯୁଦ୍ଧଂ ଦେହି ଡାକରା ଦେଇ ପୁଣିଥରେ ଶୀରୋନାମା ପାଲଟିଛନ୍ତି। ‘3 Idiots’ ଫିଲ୍ମରେ ଅମୀର ଖାନ୍ ସୋନମ ଓ୍ୱାଙ୍ଗଚୁକଙ୍କ ଭୂମିକାରେ ଫୁନଶୁଖ ଓ୍ୱାଙ୍ଗଡୁ ନାମରେ ଅଭିନୟ କରିଥିଲେ।
ସେ ୟୁଟ୍ୟୁବରେ ଏକ ଭିଡିଓ ଜାରି କହିଛନ୍ତି, ଚୀନକୁ ସାବାଡ୍ କରିବା ପାଇଁ କ’ଣ କରିବା ଦରକାର ସେ ବାବଦରେ କହିଛନ୍ତି। ସୋନମ ଓ୍ୱାଙ୍ଗଚୁକ୍ କହିଛନ୍ତି, ଏଥର ଚୀନକୁ ଜବାବ ଦେବା ପାଇଁ ଭାରତ ବୁଲେଟ୍ ଶକ୍ତି ଅପେକ୍ଷା ୱାଲେଟ୍ (ପର୍ସ) ଶକ୍ତି ବ୍ୟବହାର କରିବା ଦରକାର। ଆଉ ଏହା ହିଁ ଚୀନ୍ ବିରୋଧରେ ବଡ଼ ପ୍ରମୁଖ ଅସ୍ତ୍ର ପାଲଟିବ।
USE YOUR WALLET POWER#BoycottMadeInChina #SoftwareInAWeekHardwareInAYear to stop Chinese bullying in Ladakh & eventually to liberate the 1.4 Bn bonded labourers in China, as also the 10 Mn Uighur Muslims & 6 Mn Tibetan Buddhists.
Click this link to playhttps://t.co/ICjRQJ2Umf pic.twitter.com/lpzAXxARPj— Sonam Wangchuk (@Wangchuk66) May 28, 2020
ଚୀନ୍କୁ ପରାସ୍ତ କରିବା ପାଇଁ ସେନା ବୁଲେଟ୍ ବ୍ୟବହାର କରିବ। ହେଲେ ଦେଶବାସୀ ୱାଲେଟର ଶକ୍ତି ପ୍ରଦର୍ଶନ କରିବା ଉଚିତ୍। ଚୀନର ସାମଗ୍ରୀ କିଣିବା ବନ୍ଦ କରିବା ଉଚିତ, ଏହାଦ୍ୱାରା ଚୀନ ଅନେକ ଆର୍ଥିକ ଲାଭ ପାଇଥାଏ। ଏହି ଅର୍ଥରୁ ଚୀନ୍ ଅସ୍ତ୍ରଶସ୍ତ୍ରରେ ବିନିଯୋଗ କରିଥାଏ। ଏବେ ଦେଶବାସୀ ଓ୍ୱାଲେଟର ଶକ୍ତି ପ୍ରଦର୍ଶନ ଦେଖାଇଲେ ଚୀନ୍ ବିକଳିଆ ହୋଇଯିବ ବୋଲି ସେ କହିଛନ୍ତି।
ୱାଙ୍ଗଚୁକଙ୍କ ଏହି ଭିଡିଓ ଦେଶବାସୀ ବହୁ ପରିମାଣରେ ସେୟାର କରି ପରସ୍ପରକୁ ସଚେତନ କରାଉଛନ୍ତି। ଏମିତିକି ଟୁଇଟରରେ ଚୀନକୁ ବୟକଟ କରିବା ପାଇଁ ଟ୍ରେଣ୍ଡିଂ ଚାଲିଛି। ଏହାବାଦ ସପ୍ତାହକ ମଧ୍ୟରେ ଚାଇନିଜ୍ ସଫ୍ଟୱୟାର୍ ଏବଂ ଆପ୍ ଛାଡିବାକୁ ସେ ଲୋକଙ୍କୁ ନିବେଦନ କରିଛନ୍ତି।
ଏମିତିକି ସୋନମ ୱାଙ୍ଗଚୁକ କହିଛନ୍ତି, ତାଙ୍କ ପାଖରେ ଥିବା ଚାଇନା ଦ୍ୱାରା ପ୍ରସ୍ତୁତ ହୋଇଥିବା ମୋବାଇଲକୁ ସେ ଆଉ ବ୍ୟବହାର କରିବେନି। ଗୋଟିଏ ବର୍ଷ ମଧ୍ୟରେ ଚୀନର ସମସ୍ତ ଜିନିଷକୁ ସେ ବୟକଟ କରିବେ ବୋଲି କହିଛନ୍ତି। ଦେଶର ପ୍ରତ୍ୟେକ ନାଗରିକଙ୍କୁ ମଧ୍ୟ ଏଭଳି କରିବାକୁ ନିବେଦନ କରିଛନ୍ତି। ଏମିତିକି ଚୀନକୁ ବୟକଟ କରିବା ପାଇଁ ତାଙ୍କର ଏହି ମେସେଜ ଶହେ ଲୋକଙ୍କ ପାଖକୁ ପଠାଇବାକୁ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।