ଶେଷରେ ବିଦ୍ରୋହୀ ନେତାଙ୍କୁ ଭେଟିବାକୁ ରାଜି ହେଲେ ସୋନିଆ ଗାନ୍ଧି, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: କଂଗ୍ରେସ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇବା ସହ ତୃଣମୂଳସ୍ତରରେ ସାଂଗଠନିକ ପରିବର୍ତ୍ତନ ପ୍ରସ୍ତାବ ପାଇଁ ଚିଠି ଲେଖି ହଇଚଇ ସୃଷ୍ଟି କରିଥିବା ଦଳର ବିଦ୍ରୋହୀ ନେତାଙ୍କୁ ଶେଷରେ ଭେଟିବାକୁ ରାଜି ହୋଇଛନ୍ତି ସୋନିଆ ଗାନ୍ଧି। ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ହିଁ ସୋନିଆ ଓ ବିଦ୍ରୋହୀଙ୍କ ମଧ୍ୟରେ ବୈଠକ କରାଇବାରେ ମୁଖ୍ୟ ମଧ୍ୟସ୍ଥି ସାଜିଛନ୍ତି। ବିଭିନ୍ନ ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ପରେ ୨୩ ଜଣ ନେତା ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇ ଖୋଲା ଚିଠି […]

uty

Hemant Lenka
  • Published: Thursday, 17 December 2020
  • , Updated: 17 December 2020, 09:38 PM IST

ନୂଆଦିଲ୍ଲୀ: କଂଗ୍ରେସ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇବା ସହ ତୃଣମୂଳସ୍ତରରେ ସାଂଗଠନିକ ପରିବର୍ତ୍ତନ ପ୍ରସ୍ତାବ ପାଇଁ ଚିଠି ଲେଖି ହଇଚଇ ସୃଷ୍ଟି କରିଥିବା ଦଳର ବିଦ୍ରୋହୀ ନେତାଙ୍କୁ ଶେଷରେ ଭେଟିବାକୁ ରାଜି ହୋଇଛନ୍ତି ସୋନିଆ ଗାନ୍ଧି। ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ହିଁ ସୋନିଆ ଓ ବିଦ୍ରୋହୀଙ୍କ ମଧ୍ୟରେ ବୈଠକ କରାଇବାରେ ମୁଖ୍ୟ ମଧ୍ୟସ୍ଥି ସାଜିଛନ୍ତି।

ବିଭିନ୍ନ ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ପରେ ୨୩ ଜଣ ନେତା ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇ ଖୋଲା ଚିଠି ଲେଖିଥିଲେ। ଏହାକୁ ନେଇ କଂଗ୍ରେସରେ ହଟଚମଟ ସୃଷ୍ଟି ହୋଇଥିଲା। ଏହି ୨୩ ଜଣଙ୍କ ମଧ୍ୟରେ ଅନେକ ବରିଷ୍ଠ ନେତା ମଧ୍ୟ ରହିଥିଲେ। ସେବେଠାରୁ ସୋନିଆ ଓ ବିଦ୍ରୋହୀଙ୍କ ସହ ବୈଠକ ହୋଇ ନଥିଲା।

କିନ୍ତୁ ଏବେ ବୈଠକ ପାଇଁ ବାଟ ଫିଟିଛି। ତେବେ ସୋନିଆ ସମସ୍ତ ନେତାଙ୍କୁ ଭେଟିବେ ନାହିଁ। କେବଳ ବିଦ୍ରୋହୀ ଗୋଷ୍ଠୀର ବଛାବଛା ୫ରୁ ୬ ଜଣ ନେତାଙ୍କ ସହ ସେ ବୈଠକ କରିବେ। ସୂତ୍ର ଅନୁସାରେ ଶନିବାର ଏହି ବୈଠକ ହେବ। ଏହି ବୈଠକରେ ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଭଦ୍ରା ଉପସ୍ଥିତ ରହିବେ କି ନାହିଁ, ସେକଥା ସ୍ପଷ୍ଟ ହୋଇନାହିଁ।

କଂଗ୍ରେସ କହିଛି ଯେ ଏହା କେବଳ ସୋନିଆ ଓ ଚିଠି ଲେଖିଥିବା ନେତାଙ୍କ ମଧ୍ୟରେ ବୈଠକ ନୁହେଁ। ଆହୁରି ଅନେକ ବରିଷ୍ଠ ନେତା ମଧ୍ୟ ଏହି ବୈଠକରେ ଉପସ୍ଥିତ ରହିବେ।

ଅଗଷ୍ଟ ମାସରେ ୨୩ ଜଣ ନେତା ଲେଖିଥିବା ଚିଠିକୁ କମଲନାଥ ସମର୍ଥନ କରିଥିବା ଜଣାପଡ଼ିଛି। ଏଥିସହ ସେ ବିଦ୍ରୋହୀ ନେତାମାନଙ୍କ ସହ ଆଲୋଚନା ମଧ୍ୟ କରିଥିଲେ। ଏହାପରେ ସେ ଗାନ୍ଧି ପରିବାର ସହ ଏ ବିଷୟରେ କଥା ହୋଇଥିଲେ। ସୋନିଆ ଗାନ୍ଧିଙ୍କ ସହ ଆଲୋଚନା କରି ବିଦ୍ରୋହୀ ଭେଟିବାକୁ ବୁଝାଇଥିଲେ। ଶେଷରେ କମଲନାଥଙ୍କ ଏହି ପ୍ରୟାସ ସଫଳ ହୋଇଛି।

Related story