‘ଉଦ୍ଧବଙ୍କ ପାଖରୁ ଅଣ୍ଡରଟେକିଂ ଲେଖାଇଛନ୍ତି ସୋନିଆ ଗାନ୍ଧି’

ମୁମ୍ୱାଇ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଶିବସେନା ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପାଖରୁ ଏକ ଅଣ୍ଡରଟେକିଂ ବା ରାଜିନାମା ଲେଖାଇଛନ୍ତି। ମହାରାଷ୍ଟ୍ରରେ ମେଣ୍ଟ ସରକାର ଶପଥ ନେବା ପୂର୍ବରୁ ଏହି ରାଜିନାମା ଲେଖାଇଛନ୍ତି ସୋନିଆ ଗାନ୍ଧି। ବରିଷ୍ଠ କଂଗ୍ରେସ ନେତା ତଥା ମହାରାଷ୍ଟ୍ର ମେଣ୍ଟ ସରକାରର ପିଡବ୍ଲ୍ୟଡି ମନ୍ତ୍ରୀ ଅଶୋକ ଚୌହ୍ୱାନ ସୋମବାର ଏକ ବୈଠକରେ ଏଭଳି କହିଛନ୍ତି। ମହାରାଷ୍ଟ୍ରର ମହା ବିକାଶ ଅଘାଡ଼ି ମେଣ୍ଟ ସରକାର ସମ୍ୱିଧାନର ସୀମା ଭିତରେ ରହି ସମସ୍ତ […]

sonia

Subhransu Sekhar
  • Published: Tuesday, 28 January 2020
  • , Updated: 28 January 2020, 11:14 AM IST

ମୁମ୍ୱାଇ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଶିବସେନା ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପାଖରୁ ଏକ ଅଣ୍ଡରଟେକିଂ ବା ରାଜିନାମା ଲେଖାଇଛନ୍ତି। ମହାରାଷ୍ଟ୍ରରେ ମେଣ୍ଟ ସରକାର ଶପଥ ନେବା ପୂର୍ବରୁ ଏହି ରାଜିନାମା ଲେଖାଇଛନ୍ତି ସୋନିଆ ଗାନ୍ଧି। ବରିଷ୍ଠ କଂଗ୍ରେସ ନେତା ତଥା ମହାରାଷ୍ଟ୍ର ମେଣ୍ଟ ସରକାରର ପିଡବ୍ଲ୍ୟଡି ମନ୍ତ୍ରୀ ଅଶୋକ ଚୌହ୍ୱାନ ସୋମବାର ଏକ ବୈଠକରେ ଏଭଳି କହିଛନ୍ତି।

ମହାରାଷ୍ଟ୍ରର ମହା ବିକାଶ ଅଘାଡ଼ି ମେଣ୍ଟ ସରକାର ସମ୍ୱିଧାନର ସୀମା ଭିତରେ ରହି ସମସ୍ତ କାମ କରିବା ଦରକାର ବୋଲି ଗାଇଡଲାଇନରେ ଉଲ୍ଲେଖ ରହିଛି ବୋଲି ମନ୍ତ୍ରୀ ଅଶୋକ ଚୌହ୍ୱାନ କହିଛନ୍ତି। ଯଦି ସରକାର ସମ୍ବିଧାନର ନିୟମ ଭିତରେ ନରହି କାମ କରିବ ତାହେଲେ କଂଗ୍ରେସ ବିଧାୟକ ମାନେ କାମ ନକରିବେ ତା’ହେଲେ ମେଣ୍ଟ ସରକାରରୁ ଇସ୍ତଫା ଦେବେ ବୋଲି ରାଜ୍ୟ କଂଗ୍ରେସ ନେତାଙ୍କୁ ସୋନିଆ ଗାନ୍ଧି କହିଥିବା ଅଶୋକ ଚୌହ୍ୱାନ କହିଛନ୍ତି। ଏବାବଦରେ ଅଶୋକ ଚୌହ୍ୱାନ ଉଦ୍ଧବ ଠାକରେଙ୍କୁ ଅବଗତ କରାଇଥିବା କହିଛନ୍ତି।

ଅଶୋକ ଚୌହ୍ୱାନଙ୍କ ମନ୍ତବ୍ୟକୁ ଆଧାର କରି ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ କହିଛନ୍ତି, ଶିବସେନା ଏ ବାବଦରେ ସ୍ପଷ୍ଟୀକରଣ ଦେବା ଦରକାର। ଯଦି ମେଣ୍ଟରେ ସାମିଲ ଥିବା ଦଳ ପରସ୍ପର ଉପରେ ଭରସା ନାହିଁ ତାହେଲେ ଶିବସେନା କାହିଁକି ମେଣ୍ଟରେ ସାମିଲ ରହିଛି ବୋଲି ସେ ପ୍ରଶ୍ନ କରିଛନ୍ତି।

ଗତବର୍ଷ ଅକ୍ଚୋବରରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ହୋଇଥିଲା। ନିର୍ବାଚନ ଫଳାଫଳ ପରେ ଶିବସେନା ସେତେବେଳର ବିରୋଧୀ କଂଗ୍ରେସ ଏବଂ ଏନସିପି ସହିତ ମିଶି ମହା ବିକାଶ ଅଘାଡ଼ି ମେଣ୍ଟ କରିଛି। ଯାହାର ନେତୃତ୍ୱ ଉଦ୍ଧବ ଠାକରେ ନେଇଛନ୍ତି।

Related story