ସଂସଦରେ ମହିଳା ସଂରକ୍ଷଣ ବିଲ୍ ଆଗତ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ସୋନିଆ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସଂସଦରେ ମହିଳା ସଂରକ୍ଷଣ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି। ସଂସଦରେ ମହିଳା ସଂରକ୍ଷଣ ବିଲ୍ ଆଗତ କରିବାକୁ ଅନୁରୋଧ କରିଛନ୍ତି ସୋନିଆ। ଏହାକୁ ପାସ୍ କରିବାରେ ତାଙ୍କ ଦଳ ସଂପୂର୍ଣ୍ଣ ସହଯୋଗ କରିବ ବୋଲି ସୋନିଆ ପ୍ରତିଶ୍ରୁତି ଦେଇଛନ୍ତି। ସୋନିଆ ଲେଖିଛନ୍ତି, ଏହି ବିଲ୍ ମହିଳା ସଶକ୍ତିକରଣ ଦିଗରେ ବଡ଼ ପଦକ୍ଷେପ ହେବ। ବିଲ୍‌ଟି ରାଜ୍ୟସଭାରେ ପାସ୍ ହୋଇ ଯାଇଥିବା ବେଳେ ଲୋକସଭାରେ ଏହାକୁ […]

Rakesh Mallick
  • Published: Thursday, 21 September 2017
  • , Updated: 21 September 2017, 07:58 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସଂସଦରେ ମହିଳା ସଂରକ୍ଷଣ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି। ସଂସଦରେ ମହିଳା ସଂରକ୍ଷଣ ବିଲ୍ ଆଗତ କରିବାକୁ ଅନୁରୋଧ କରିଛନ୍ତି ସୋନିଆ। ଏହାକୁ ପାସ୍ କରିବାରେ ତାଙ୍କ ଦଳ ସଂପୂର୍ଣ୍ଣ ସହଯୋଗ କରିବ ବୋଲି ସୋନିଆ ପ୍ରତିଶ୍ରୁତି ଦେଇଛନ୍ତି। ସୋନିଆ ଲେଖିଛନ୍ତି, ଏହି ବିଲ୍ ମହିଳା ସଶକ୍ତିକରଣ ଦିଗରେ ବଡ଼ ପଦକ୍ଷେପ ହେବ। ବିଲ୍‌ଟି ରାଜ୍ୟସଭାରେ ପାସ୍ ହୋଇ ଯାଇଥିବା ବେଳେ ଲୋକସଭାରେ ଏହାକୁ ପାସ୍ କରାଇବା ପାଇଁ ସୋନିଆ ମୋଦିଙ୍କୁ ଅନୁରୋଧ କରିଛନ୍ତି। ୨୦୧୦ରେ ୟୁପିଏ ସରକାର ସମୟରେ ବିଲ୍‌ଟି ରାଜ୍ୟସଭାରେ ପାସ୍ ହୋଇ ଯାଇଥିଲା କିନ୍ତୁ ସମାଜବାଦୀ ପାର୍ଟି, ବିଏସପି ଓ ଆରଜେଡିର ବିରୋଧ ଯୋଗୁଁ ଲୋକସଭାରେ ଏହା ପାସ୍ ହୋଇ ପାରି ନଥିଲା।

Related story