ଆମଠୁ ଫୋନ୍‌ ନେଇଗଲେ, ବଲିଉଡ୍‌ ତାରକା ସେଲ୍‌ଫି ନେଲେ: ବାଲାସୁବ୍ରମଣ୍ୟମ୍‌

ଚେନ୍ନାଇ: ସ୍ପଷ୍ଟବାଦୀ କଣ୍ଠଶିଳ୍ପୀ ଏସ୍‌ପି ବାଲାସୁବ୍ରମଣ୍ୟମ୍‌ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକ୍ରମରେ ତାରକାଙ୍କ ମଧ୍ୟରେ ପକ୍ଷପାତିତାକୁ ନେଇ ସମାଲୋଚନା କରିଛନ୍ତି। ସେ କହିଛନ୍ତି ସେ ଏହି କାର୍ଯ୍ୟକ୍ରମରେ ମୋଦିଙ୍କୁ ଭେଟିବାର ସୁଯୋଗ ପାଇଥିଲେ। କିନ୍ତୁ ଏହି କାର୍ଯ୍ୟକ୍ରମରେ ଯେଉଁ ଡବଲ୍‌ ଷ୍ଟାଣ୍ଡାର୍ଡ ରହିଥିଲା ତାହା ତାଙ୍କୁ ବ୍ୟଥିତ କରିଛି। ବଲିଉଡ୍‌ ତାରକାମାନଙ୍କୁ ଏଥିରେ ଗୁରୁତ୍ୱ ଦିଆଯାଇଥିବା ସେ କହିଛନ୍ତି। https://www.facebook.com/SPB/posts/2672550912802732 ମିଳିଥିବା ସୂଚନା ଅନୁଯାୟୀ, ଏହି କାର୍ଯ୍ୟକ୍ରମରେ ସମସ୍ତଙ୍କ ଫୋନ୍‌ ଛଡ଼ାଇନିଆଯାଇଥିଲା। ସେମାନଙ୍କୁ ଏହା ବଦଳରେ […]

modi

Subrat Kumar Nayak
  • Published: Sunday, 03 November 2019
  • , Updated: 03 November 2019, 03:57 PM IST

ଚେନ୍ନାଇ: ସ୍ପଷ୍ଟବାଦୀ କଣ୍ଠଶିଳ୍ପୀ ଏସ୍‌ପି ବାଲାସୁବ୍ରମଣ୍ୟମ୍‌ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକ୍ରମରେ ତାରକାଙ୍କ ମଧ୍ୟରେ ପକ୍ଷପାତିତାକୁ ନେଇ ସମାଲୋଚନା କରିଛନ୍ତି। ସେ କହିଛନ୍ତି ସେ ଏହି କାର୍ଯ୍ୟକ୍ରମରେ ମୋଦିଙ୍କୁ ଭେଟିବାର ସୁଯୋଗ ପାଇଥିଲେ। କିନ୍ତୁ ଏହି କାର୍ଯ୍ୟକ୍ରମରେ ଯେଉଁ ଡବଲ୍‌ ଷ୍ଟାଣ୍ଡାର୍ଡ ରହିଥିଲା ତାହା ତାଙ୍କୁ ବ୍ୟଥିତ କରିଛି। ବଲିଉଡ୍‌ ତାରକାମାନଙ୍କୁ ଏଥିରେ ଗୁରୁତ୍ୱ ଦିଆଯାଇଥିବା ସେ କହିଛନ୍ତି।
https://www.facebook.com/SPB/posts/2672550912802732

ମିଳିଥିବା ସୂଚନା ଅନୁଯାୟୀ, ଏହି କାର୍ଯ୍ୟକ୍ରମରେ ସମସ୍ତଙ୍କ ଫୋନ୍‌ ଛଡ଼ାଇନିଆଯାଇଥିଲା। ସେମାନଙ୍କୁ ଏହା ବଦଳରେ ଟୋକନ୍‌ ଦିଆଯାଇଥିଲା। କିନ୍ତୁ ବାଲାସୁବ୍ରମଣ୍ୟମ୍‌ ଅଭିଯୋଗ ଆଣିଛନ୍ତି ଠିକ୍‌ ସେହି କାର୍ଯ୍ୟକ୍ରମରେ ସେଲ୍‌ଫି କିପରି ନେଲେ। ସେ ଏହି ବିଷୟରେ ସୋଶାଲ ମିଡିଆରେ ପୋଷ୍ଟ କରିବା ପରେ ଏହା ଭାଇରାଲ ହେବାରେ ଲାଗିଛି।

ଏହି ପୋଷ୍ଟରେ ବାଲାସୁବ୍ରମଣ୍ୟମ୍‌ କହିଛନ୍ତି, “ମୁଁ ରାମୋଜି ରାଓଙ୍କ ପ୍ରତି କୃତଜ୍ଞ, କାରଣ ତାଙ୍କ ପାଇଁ ମୁଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ଯାଇପାରିଲି। ସେଠାରେ ପହଞ୍ଚିବା ପରେ ସମସ୍ତଙ୍କୁ କୁହାଯାଇଥିଲା ସମସ୍ତେ ସୁରକ୍ଷାକର୍ମୀଙ୍କ ନିକଟରେ ଫୋନ୍‌ ରଖିକରି ଯିବେ। ଏହା ବଦଳରେ ଟୋକନ୍‌ ଦିଆଯାଇଥିଲା। କିନ୍ତୁ ମୁଁ ଦେଖିଲି କିଛି ତାରକା ପ୍ରଧାନମନ୍ତ୍ରୀଙ୍କ ସହ ସେଲ୍‌ଫି ନେଉଛନ୍ତି। ଏହା ମୋତେ ଆଶ୍ଚର୍ଯ୍ୟ କରିଥିଲା। ଏପରି ଘଟଣା ଆମକୁ କିଛି ଅଲଗା ଭାବିବାକୁ ବାଧ୍ୟ କରୁଛି।”

ସୂଚନାଯୋଗ୍ୟ ଯେ, ଗତ ସପ୍ତାହରେ ମୋଦି ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜନ୍ମ ବାର୍ଷିକୀ ଅବସରରେ ‘ଚେଞ୍ଜ ୱିଦିନ୍‌’ ନାମକ ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିଲ। ଏଥିରେ ବେଶ୍‌ କିଛି ତାରକା ଯୋଗ ଦେଇଥିଲେ। ଶାହରୁଖ୍‌ ଖାନ୍‌, ଆମୀର ଖାନ୍‌ ଏବଂ ବେଶ୍‌ କିଛି ଅନ୍ୟ ହିନ୍ଦୀ ଫିଲ୍ମ ତାରକା ମୋଦିଙ୍କ ସହ ସେଲ୍‌ଫି ନେଇଥିଲେ। ଏହାପରେ ଦକ୍ଷିଣ ଭାରତ ଓ ଅନ୍ୟ ପ୍ରାନ୍ତର ତାରକାଙ୍କୁ ଅଣଦେଖା କରାଯାଇଥିବା ଅଭିଯୋଗ ଆସିଛି।

Related story