କରୋନା ମୃତକଙ୍କ ପାଇଁ ୧୦ ଦିନ ପତାକା ଅର୍ଦ୍ଧନମିତ କରିବ ଏହି ଦେଶ

ବାର୍ସେଲୋନା: ସାରା ବିଶ୍ୱରେ ମହାମାରୀ କରୋନା ଭାଇରସ ତାଣ୍ଡବ କରିବାରେ ଲାଗିଛି। ଏଯାଏ ୨୧୩ ଦେଶ ଓ ଦୁଇ ଜାହାଜକୁ ସଂକ୍ରମିତ କରିଥିବା କରୋନା ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ବିଶେଷ କରି ୟୁରୋପୀୟ ଦେଶ ଓ ଆମେରିକା ଏହି ପ୍ରାଣଘାତୀ ଭାଇରସ ସର୍ବାଧିକ କ୍ଷତି କରିଛି। ଏବେ ଭାରତରେ ବି ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତେବେ ସ୍ପେନରେ ୨,୮୨,୪୮୦ ଜଣ ସଂକ୍ରମିତ ହୋଇଥିବା ବେଳେ ୨୬,୮୩୭ ଜଣ ପ୍ରାଣ ହରାଇଛନ୍ତି। ଦୁଇରୁ ୩ ସପ୍ତାହ ହେଲାଣି […]

cs

cs

Hemant Lenka
  • Published: Tuesday, 26 May 2020
  • Updated: 26 May 2020, 10:09 PM IST

ବାର୍ସେଲୋନା: ସାରା ବିଶ୍ୱରେ ମହାମାରୀ କରୋନା ଭାଇରସ ତାଣ୍ଡବ କରିବାରେ ଲାଗିଛି। ଏଯାଏ ୨୧୩ ଦେଶ ଓ ଦୁଇ ଜାହାଜକୁ ସଂକ୍ରମିତ କରିଥିବା କରୋନା ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ବିଶେଷ କରି ୟୁରୋପୀୟ ଦେଶ ଓ ଆମେରିକା ଏହି ପ୍ରାଣଘାତୀ ଭାଇରସ ସର୍ବାଧିକ କ୍ଷତି କରିଛି। ଏବେ ଭାରତରେ ବି ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।

ତେବେ ସ୍ପେନରେ ୨,୮୨,୪୮୦ ଜଣ ସଂକ୍ରମିତ ହୋଇଥିବା ବେଳେ ୨୬,୮୩୭ ଜଣ ପ୍ରାଣ ହରାଇଛନ୍ତି। ଦୁଇରୁ ୩ ସପ୍ତାହ ହେଲାଣି ସ୍ପେନ ସ୍ଥିତିରେ ସୁଧାର ଆସିଛି। ପ୍ରାୟ ୧,୯୬,୯୫୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ସ୍ପେନ ସରକାର କରୋନା ମୃତକଙ୍କୁ ସମ୍ମାନ ଜଣାଇବାକୁ ଘୋଷଣା କରିଛନ୍ତି।

ସେମାନଙ୍କ ପାଇଁ ଦେଶରେ ୧୦ ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ କରାଯିବ। କାଲିଠାରୁ ଜୁନ୍‌ ୫ ଯାଏ ଲୋକମାନେ କରୋନାରେ ପ୍ରାଣ ହରାଇଥିବା ଲୋକଙ୍କୁ ସମ୍ମାନ ଜଣାଇବେ। ଏହି ୧୦ ଦିନ ଯାଏ ଦେଶର ଜାତୀୟ ପତାକା ଅର୍ଦ୍ଧ ନମିତ ହେବ।

ଦେଶର ପ୍ରାୟ ୧୪ ହଜାର ସରକାରୀ ବିଲଡିଂରେ ଏବେ ଜାତୀୟ ପତାକା ଉଡ଼ୁଛି। ଏଗୁଡ଼ିକ କାଲିଠାରୁ ୧୦ ଦିନ ଯାଏ ଅର୍ଦ୍ଧ ନମିତ ହେବ। ସେହିପରି ନୌସେନା ପକ୍ଷରୁ ମଧ୍ୟ ପତାକା ଅର୍ଦ୍ଧ ନମିତ କରାଯିବାକୁ ନିଷ୍ପତ୍ତି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos