ବିଜେପିକୁ ଆସିବେନି କିନ୍ତୁ କଂଗ୍ରେସ ଛାଡ଼ିପାରନ୍ତି ପାଇଲଟ୍

ନୂଆଦିଲ୍ଲୀ: ରୋଚକ ସ୍ଥିତିରେ ରାଜସ୍ଥାନ ରାଜନୀତି। ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଏବେ କଂଗ୍ରେସ ସହିତ ଡିଲ୍ କରିବା ସ୍ଥିତିରେ ନଥିବା ଜଣାପଡ଼ିଛି। ବିଜେପିର ତୁଙ୍ଗ ନେତା ନିରବ ରହିବା ସ୍ପଷ୍ଟ କରୁଛି ସଚିନ ଏବେ ବିଜେପିରେ ମିଶିବେ ନାହିଁ। ହେଲେ ସେ ଓ ତାଙ୍କ ଅନୁଗତ ଇସ୍ତଫା ଦେବା ପରେ ଯଦି ସଂଖ୍ୟାଲଘୁରେ ଗେହଲଟ ସରକାର ପରିଣତ ହେବ, ତା’ହେଲେ କରୋନା ମହାମାରୀ ବେଳେ ରାଜନୀତି ଆହୁରି ରୋମାଞ୍ଚ ହେବ ବୋଲି ଜଣାପଡ଼ିଛି। କାରଣ ଏହି ସ୍ଥିତିରେ […]

Sachin Pilot Ashok Gehlot

Subhransu Sekhar
  • Published: Monday, 13 July 2020
  • , Updated: 13 July 2020, 09:08 PM IST

ନୂଆଦିଲ୍ଲୀ: ରୋଚକ ସ୍ଥିତିରେ ରାଜସ୍ଥାନ ରାଜନୀତି। ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଏବେ କଂଗ୍ରେସ ସହିତ ଡିଲ୍ କରିବା ସ୍ଥିତିରେ ନଥିବା ଜଣାପଡ଼ିଛି। ବିଜେପିର ତୁଙ୍ଗ ନେତା ନିରବ ରହିବା ସ୍ପଷ୍ଟ କରୁଛି ସଚିନ ଏବେ ବିଜେପିରେ ମିଶିବେ ନାହିଁ। ହେଲେ ସେ ଓ ତାଙ୍କ ଅନୁଗତ ଇସ୍ତଫା ଦେବା ପରେ ଯଦି ସଂଖ୍ୟାଲଘୁରେ ଗେହଲଟ ସରକାର ପରିଣତ ହେବ, ତା’ହେଲେ କରୋନା ମହାମାରୀ ବେଳେ ରାଜନୀତି ଆହୁରି ରୋମାଞ୍ଚ ହେବ ବୋଲି ଜଣାପଡ଼ିଛି। କାରଣ ଏହି ସ୍ଥିତିରେ ହିଁ ସଚିନ ପାଇଲଟଙ୍କ ସ୍ୱପ୍ନ ହୁଏତ ଅଧୁରା ରହିବ କିନ୍ତୁ ଗେହଲଟ ସରକାରକୁ ଖସାଇ ନିଜ ଦମ ଦେଖାଇପାରିବେ।

ଯଦି ଗେହଲଟ ସରକାର ଭାଙ୍ଗିବ ତା’ହେଲେ ରାଜ୍ୟପାଳ ସରକାର ଗଢ଼ିବା ପାଇଁ ଦ୍ୱିତୀୟ ସର୍ବାଧିକ ଆସନ ବିଜୟୀ ହୋଇଥିବା ବିଜେପିକୁ ସରକାର ଗଢ଼ିବା ପାଇଁ ଡାକିପାରନ୍ତି। ଆଉ ଏହି ସମୟରେ ସଚିନଙ୍କ ଗୋଷ୍ଠୀ ବିଜେପିକୁ ସମର୍ଥନ କରିପାରନ୍ତି। ଆଉ ଏଠାରେ ଆରମ୍ଭ ହେବ ସଚିନ ଏବଂ ବିଜେପି ମଧ୍ୟରେ ମୁଲଚାଲ୍।

ଗେହଲଟ-ପାଇଲଟ କଳି ପଛରେ ବିଜେପି ବୋଲି କଂଗ୍ରେସ ଅଭିଯୋଗ କରି ଆସୁଛି। ହେଲେ ବିଜେପି ଏହି ଅଭିଯୋଗକୁ ଖଣ୍ଡନ କରିଛି। ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତ୍ରୀ ବସୁନ୍ଧରା ରାଜେ ମଧ୍ୟ (ମହାରାଣୀ) ଏ ନେଇ ନିରବ ରହିଛନ୍ତି। ଯାହାକି ଅଶୋକ ଗେହଲଟ ସରକାରଙ୍କ ପାଇଁ ଆଶ୍ୱସ୍ତି କର ବିଷୟ। ଯଦି ମହାରାଣୀ ଏ ବାବଦରେ ଉତ୍ସୁକତା ଦେଖାଇଥାନ୍ତେ ହୁଏତ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଟେନସନ ବଢ଼ିଥାନ୍ତା।

ହେଲେ ସଚିନ ଯଦି ଗେହଲଟ ସରକାରକୁ ଖସାଇବାରେ ସଫଳ ହୁଅନ୍ତି ତା’ହେଲେ ବିଜେପି କେବେ ବ୍ୟାକଫୁଟରେ ବସିବାକୁ ଇଚ୍ଛା କରିବନି। ଏହି ସମୟରେ ବିଜେପି ସଚିନଙ୍କ ସହିତ ଡିଲ୍ କରିପାରେ। ରାଜସ୍ଥାନରେ ସଚିନ ମୁଖ୍ୟମନ୍ତ୍ରୀ ହେବାକୁ ଇଚ୍ଛା ରଖିଛନ୍ତି ତେଣୁ ବିଜେପି ସହିତ ଡିଲ୍ କଲେ ଏହି ପଦବୀ ମିଳିବ ବୋଲି ଗ୍ୟାରେଣ୍ଚି ନାହିଁ। କାରଣ ବସୁନ୍ଧରା ହୁଏତ ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ଦେଖିବାକୁ ଚାହୁଁନାହାନ୍ତି।

ମଧ୍ୟପ୍ରଦେଶରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ସଚିନଙ୍କ ଘଟଣା ସମାନ ହୋଇଥିଲେ ମଧ୍ୟ ସ୍ଥିତି ଅଲଗା। ମଧ୍ୟପ୍ରଦେଶରେ ଶିବରାଜ ସିଂହ ଚୌହ୍ୱାନ ଆଗ୍ରହକ୍ରମେ ସିନ୍ଧିଆ ବିଜେପିରେ ମିଶିଥିଲେ। ଏଥିସହ ସରକାର ଗଢ଼ିବାର ଆଶା ମଧ୍ୟ ବଢ଼ିଥିଲା। ତେଣୁ ଶିବରାଜ ସିନ୍ଧିଆଙ୍କ ବାଟରେ କଣ୍ଟା ହୋଇନଥିଲେ। ଆଉ ସିନ୍ଧିଆ ମୁଖ୍ୟମନ୍ତ୍ରୀ ଆସନ ନୁହଁ ରାଜ୍ୟସଭା ସାଂସଦ ପଇଁ ଲବି କରିଥିଲେ। ହେଲେ ରାଜସ୍ଥାନର ରାଜନୀତିକ ଚିତ୍ର ଅଲଗା ରହିଛି। ଏଠାରେ ଶିବରାଜ ସିଂହ ଚୌହ୍ୱାନଙ୍କ ଆଗ୍ରହ ମହାରାଣୀ ବସୁନ୍ଧରାଙ୍କ ପାଖରେ ଦେଖିବାକୁ ମିଳିନାହିଁ। ତେଣୁ ରାଜସ୍ଥାନରେ ପାଇଲଟଙ୍କ ସହିତ ଡାଇରେକ୍ଟ ଡିଲ୍ ନକରି କେନ୍ଦ୍ର ବିଜେପି ପରୋକ୍ଷରେ ଡିଲ୍ କରିବାକୁ ଚିନ୍ତା କରୁଛି।

Related story