ଜୀବନ ରଙ୍ଗମଞ୍ଚର ଶେଷ ଗୀତ, ଆଉ ତା ପରେ…

Ordigital Desk
  • Published: Sunday, 25 February 2018
  • , Updated: 25 February 2018, 06:08 PM IST
<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): &ldquo;ତେନୁ କାଳା ଚଷମା ଯଯଦା ହେ, ଯଯଦା ହେ ଗୋରେ ମୁଖଡେ ପେ&rdquo;... । ଏମିତି ଗୀତରେ କ&rsquo;ଣ କେବେ ଜୀବନ ସରିପାରେ । ଆପଣଙ୍କ ଉତ୍ତର ନିଶ୍ଚିତ &lsquo;ନାଇଁ&rsquo; ହେବ। ହେଲେ ଆମେ କହିବୁ ଏ ଗୀତର ବୋଲ୍&zwnj;ଟି ଲେଖି ଆପଣଙ୍କୁ ଖୁସିର ନୁହେଁ ବରଂ ଏକ ଦୁଃଖର କଥାଟିଏ ଶୁଣାଇବୁ ଆମେ । ଯାହାକୁ ଶୁଣି ଆପଣଙ୍କ ମନ ମଉଳିଯିବ।</p> <p>ଜାଣିଛନ୍ତି, ଏଇ ଗୀତଟି ହେଉଛି ଚୁଲ୍&zwnj;ବୁଲି ନାୟିକା ଶ୍ରୀଦେବୀଙ୍କ ଜୀବନର ଶେଷ ଗୀତ। କଥାଟି ଶୁଣି ଆପଣଙ୍କୁ ଝଟ୍&zwnj;କା ଲାଗିଥିବ। କିନ୍ତୁ ସତ ସବୁବେଳେ ସତ। ନିୟତି ଉପରେ କାହାର ହାତ ନ ଥାଏ, ଏ କଥା ଆପଣ ନିଶ୍ଚିତ ବିଶ୍ୱାସ କରିବେ। କାରଣ ଧପ୍&zwnj;ଧପ୍&zwnj; ଆଲୁଅର ଲୁଚକାଳି ଖେଳ ଭିତରେ ଯେତେବେଳେ ଏହି ଗୀତଟି ବାଜିଥିଲା କିଏ ଜାଣିଥିଲା ଏଇଟା କାହା ଜୀବନର ଶେଷ ଗୀତ ବୋଲି। &nbsp;ଶ୍ରୀଦେବୀ ବି ଜାଣି ନ ଥିଲେ । ଗୀତଟି ବାଜୁଥିବା ବେଳେ ସ୍ୱାମୀ ବୋନି କପୁରଙ୍କ ସହ ଦୁବାଇର ସେଇ ଷ୍ଟେଜ୍&zwnj;କୁ ଚଢି ଯାଇଥିଲେ ଶ୍ରୀଦେବୀ। ପିନ୍ଧିଥିଲେ ନୀଳ ଆଉ ସୁନେଲି ରଙ୍ଗର ଲହେଙ୍ଗା, ଭାରି ମାନୁଥିଲା ତାଙ୍କୁ । ଆଉ ବୋନିଙ୍କ ଦେହରେ ଥାଏ କଳା କୋର୍ଟ। ଉଭୟ&nbsp; ବେସ୍&zwnj; ତଲ୍ଲିନ୍&zwnj; ହୋଇ ନାଚୁଥାନ୍ତି। ହେଲେ କିଏ ଜାଣିଥିଲା ରାତିର ଏ ସୁଖ ସକାଳକୁ ନ ଥିବ ବୋଲି। ସତକୁ ସତ ବୋନିଙ୍କୁ ପରକରି ଚାଲିଗଲେ ଶ୍ରୀଦେବୀ।</p> <p>ଶ୍ରୀଦେବୀଙ୍କ ଜୀବନ ରଙ୍ଗମଞ୍ଚର ଶେଷ ଦୃଶ୍ୟ କଏଦ ହୋଇଥିବା ଏହି ଭିଡିଓ ଏବେ ଭାଇରାଲ ହୋଇଛି। ଯାହାକୁ ଦେଖି ଆପଣ ଆପଣଙ୍କ ପ୍ରିୟ ଅଭିନେତ୍ରୀଙ୍କ ଦୁଃଖଦ ବିଦାୟରେ ଭାବବିହ୍ୱଳ ହୋଇପଡିବେ ନିଶ୍ଚିତ।</p> <p>&amp;nbsp;</p>

Related story