ଶ୍ରୀନଗର ଏନ୍‌ଆଇଟି ଛାତ୍ରଛାତ୍ରୀଙ୍କୁ ଭେଟିବାକୁ ଯାଉଥିବା ଅନୁପମଙ୍କୁ ବିମାନବନ୍ଦରରେ ଅଟକାଇଲା ପୋଲିସ୍

ଶ୍ରୀନଗର: ଅଭିନେତା ଅନୁପମ ଖେର ଆଜି ଶ୍ରୀନଗର ଏନ୍‌ଆଇଟି ଛାତ୍ରଛାତ୍ରୀଙ୍କୁ ଭେଟିବାକୁ ଯାଉଥିବା ବେଳେ ଜମ୍ମୁ ପୋଲିସ୍ ତାଙ୍କୁ ବିମାନବନ୍ଦରରେ ହିଁ ଅଟକାଇ ଦେଇଥିଲା।  ଏନଆଇଟି ଛାତ୍ରଛାତ୍ରୀଙ୍କୁ ଦେଖା ନ କରିବାକୁ ତାଙ୍କୁ କହିଥିଲା। ଶ୍ରୀନଗର ଆସିବା ପୂର୍ବରୁ ଅନୁପମ ଖେର କହିଥିଲେ,“ଶ୍ରୀନଗର ଏନ୍‌ଆଇଟି ଛାତ୍ରଛାତ୍ରୀଙ୍କୁ ନୈତିକତା ସମର୍ଥନ ଯୋଗାଇ ଦେବାର ଆବଶ୍ୟକତା ରହିଛି। ମୁଁ ଜଣେ ଭାରତୀୟ ନାଗରିକ ଭାବେ ଏନଆଇଟିର ଛାତ୍ରଛାତ୍ରୀଙ୍କୁ ଭେଟିବାକୁ ଶ୍ରୀନଗର ଯାଉଛି।” ସୂଚନାଯୋଗ୍ୟ, ଶ୍ରୀନଗର ଏନ୍‌ଆଇଟି ବର୍ତ୍ତମାନ କାଶ୍ମୀରୀ ଓ […]

anupama

Rakesh Mallick
  • Published: Sunday, 10 April 2016
  • , Updated: 10 April 2016, 07:27 AM IST

ଶ୍ରୀନଗର: ଅଭିନେତା ଅନୁପମ ଖେର ଆଜି ଶ୍ରୀନଗର ଏନ୍‌ଆଇଟି ଛାତ୍ରଛାତ୍ରୀଙ୍କୁ ଭେଟିବାକୁ ଯାଉଥିବା ବେଳେ ଜମ୍ମୁ ପୋଲିସ୍ ତାଙ୍କୁ ବିମାନବନ୍ଦରରେ ହିଁ ଅଟକାଇ ଦେଇଥିଲା।  ଏନଆଇଟି ଛାତ୍ରଛାତ୍ରୀଙ୍କୁ ଦେଖା ନ କରିବାକୁ ତାଙ୍କୁ କହିଥିଲା।

ଶ୍ରୀନଗର ଆସିବା ପୂର୍ବରୁ ଅନୁପମ ଖେର କହିଥିଲେ,“ଶ୍ରୀନଗର ଏନ୍‌ଆଇଟି ଛାତ୍ରଛାତ୍ରୀଙ୍କୁ ନୈତିକତା ସମର୍ଥନ ଯୋଗାଇ ଦେବାର ଆବଶ୍ୟକତା ରହିଛି। ମୁଁ ଜଣେ ଭାରତୀୟ ନାଗରିକ ଭାବେ ଏନଆଇଟିର ଛାତ୍ରଛାତ୍ରୀଙ୍କୁ ଭେଟିବାକୁ ଶ୍ରୀନଗର ଯାଉଛି।”

ସୂଚନାଯୋଗ୍ୟ, ଶ୍ରୀନଗର ଏନ୍‌ଆଇଟି ବର୍ତ୍ତମାନ କାଶ୍ମୀରୀ ଓ ଅଣ-କାଶ୍ମୀରୀ ଛାତ୍ରଙ୍କ ମଧ୍ୟରେ ମତାନ୍ତରକୁ ନେଇ ଚର୍ଚ୍ଚାରେ ରହିଛି।

ମାର୍ଚ୍ଚ ୩୧ ତାରିଖ ଦିନ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ଦ୍ୱିତୀୟ ସେମି ଫାଇନାଲ୍‌ ମ୍ୟାଚ୍‌ରେ ଭାରତ ୱେଷ୍ଟଇଣ୍ଡିଜ୍‌ଠାରୁ ହାରିଯିବା ପରେ  କିଛି କାଶ୍ମୀର ଛାତ୍ରମାନେ ଦେଶ ବିରୋଧୀ ସ୍ଲୋଗାନ ଦେଇଥିଲେ ଓ ତା’ସହିତ ପାକିସ୍ତାନ ଜିନ୍ଦାବାଦ୍ ବୋଲି କହିଥିଲେ। ଏହାକୁ ଅଣ-କାଶ୍ମୀରୀ ଛାତ୍ରମାନେ ବିରୋଧ କରିଥିଲେ। ଫଳରେ କାଶ୍ମୀରୀ ଛାତ୍ରମାନେ ପ୍ରଥମ ବର୍ଷର କିଛି ଛାତ୍ରଙ୍କୁ ମାଡ଼ ମାରିଥିଲେ। ଏହା ପରେ ଅଣ-କାଶ୍ମୀରୀ ଛାତ୍ରମାନେ କାଶ୍ମୀରୀ ଛାତ୍ରମାନଙ୍କୁ ପିଟି ଥିବା ଅଭିଯୋଗ ହୋଇଛି। ଏହା ସହିତ ଏହି ଛାତ୍ରମାନେ ଜାତୀୟ ଗୀତ ଗାଇବା ସହିତ କ୍ୟାମ୍ପସ୍ ଭିତରେ ଜାତୀୟ ପତାକା ଉଡ଼ାଇ ଥିଲେ।

Related story