ମା’ ଆଗରେ ପୁଅକୁ ଝୁଣି ମାରିଦେଲେ କୁକୁର

ଭୋପାଲ୍‌ (ମଧ୍ୟପ୍ରଦେଶ): ଭୋପାଲର ଅୱଧପୁରଠାରେ ଏକ ଭୟଙ୍କର ତଥା ହୃଦୟବିଦାରକ ଘଟଣା ଘଟିଯାଇଛି। ମା’ଙ୍କ ଆଖି ଆଗରେ ୬ଟି ବୁଲା କୁକୁର ତାଙ୍କର ୬ ବର୍ଷର ପୁଅକୁ କାମୁଡ଼ି କାମୁଡ଼ି ମାରି ଦେଇଛନ୍ତି। ମା’ ଜଣଙ୍କ ହିଂସ୍ର ହୋଇ ପଡ଼ିଥିବା କୁକୁରଙ୍କ କବଳରୁ ପୁଅକୁ ରକ୍ଷା କରିବାକୁ ଚେଷ୍ଟା କରିଥିଲେ ହେଁ ଏହା ସମ୍ଭବ ହୋଇ ପାରି ନଥିଲା। ୬ ବର୍ଷୀୟ ସଞ୍ଜୁ ତାଙ୍କ ଘର ଠାରୁ ମାତ୍ର ୩୦୦ ମିଟର ଦୂରରେ ଥିବା ଏକ ପଡ଼ିଆରେ […]

s

Hemant Lenka
  • Published: Saturday, 11 May 2019
  • , Updated: 11 May 2019, 03:46 PM IST

ଭୋପାଲ୍‌ (ମଧ୍ୟପ୍ରଦେଶ): ଭୋପାଲର ଅୱଧପୁରଠାରେ ଏକ ଭୟଙ୍କର ତଥା ହୃଦୟବିଦାରକ ଘଟଣା ଘଟିଯାଇଛି। ମା’ଙ୍କ ଆଖି ଆଗରେ ୬ଟି ବୁଲା କୁକୁର ତାଙ୍କର ୬ ବର୍ଷର ପୁଅକୁ କାମୁଡ଼ି କାମୁଡ଼ି ମାରି ଦେଇଛନ୍ତି। ମା’ ଜଣଙ୍କ ହିଂସ୍ର ହୋଇ ପଡ଼ିଥିବା କୁକୁରଙ୍କ କବଳରୁ ପୁଅକୁ ରକ୍ଷା କରିବାକୁ ଚେଷ୍ଟା କରିଥିଲେ ହେଁ ଏହା ସମ୍ଭବ ହୋଇ ପାରି ନଥିଲା।

୬ ବର୍ଷୀୟ ସଞ୍ଜୁ ତାଙ୍କ ଘର ଠାରୁ ମାତ୍ର ୩୦୦ ମିଟର ଦୂରରେ ଥିବା ଏକ ପଡ଼ିଆରେ ଖେଳୁଥିଲେ। ସଞ୍ଜୁଙ୍କ ମା’ କିଛିଦିନ ତଳେ ସିଜରିଆନ ଅପରେସନ ପରେ ପ୍ରସବ କରିଥିବାରୁ ଘରେ ବିଶ୍ରାମ ନେଉଥିଲେ। ତେବେ ସଞ୍ଜୁଙ୍କ ବାପା କାମରୁ ଫେରି ପୁଅକୁ ଖୋଜିଥିଲେ। ଏଥିପାଇଁ ସଞ୍ଜୁଙ୍କ ମା’ ପଡ଼ିଆ ପାଖକୁ ଯାଇଥିଲେ। ଏହି ସମୟରେ ୬ରୁ ଅଧିକ କୁକୁର ସଞ୍ଜୁଙ୍କୁ ଘେରି ରହିଥିବା ମା’ ଜଣଙ୍କ ଦେଖିଥିଲେ। ପ୍ରଥମେ ମା’ ଜଣଙ୍କ କୁକୁର ଗୁଡ଼ିକୁ ହଟାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେମାନେ ସେଠାରୁ ଯିବା ପରିବର୍ତ୍ତେ ସଞ୍ଜୁଙ୍କୁ ଆକ୍ରମଣ କରିଥିଲେ। ମା’ ଜଣଙ୍କ ସଞ୍ଜୁଙ୍କୁ ରକ୍ଷା କରିବାକୁ ପଡ଼ୋଶୀଙ୍କୁ ଡାକିବାକୁ ଧାଇଁ ଯାଇଥିଲେ। ସେମାନେ ଆସିବା ବେଳକୁ କୁକୁରମାନେ ସଞ୍ଜୁଙ୍କୁ କାମୁଡ଼ି କାମୁଡ଼ି ଅଚେତ କରି ସାରିଥିଲେ। ଗାଁ ଲୋକମାନେ ସଞ୍ଜୁଙ୍କୁ ହସ୍ପିଟାଲ୍‌ ନେଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Related story