ମାସ୍କ ନପିନ୍ଧିଲେ ଲକ୍ଷେ ଜୋରିମାନା, ଦୁଇ ବର୍ଷ ଜେଲ୍

ରାଞ୍ଚି: କରୋନା ମହାମାରୀର ଟିକାକୁ ନେଇ ସମସ୍ତ ଦେଶ ଏବେ ପ୍ରୟାସ ଜାରି କରିଛନ୍ତି। ହେଲେ ଏହା କେବେ ସଫଳ ହେବ ଏବଂ ବଜାରକୁ ଆସିବ ତାହା ଜଣାପଡ଼ି ନାହିଁ। ଏଭଳି ସ୍ଥିତିରେ କରୋନା ସହିତ ଦେଶବାସୀଙ୍କୁ ଆଗକୁ ଯିବାକୁ ହେବ। ହେଲେ କରୋନା ନିୟମ ପାଳନ କରିବାକୁ ହେବ। ତେଣୁ ଅଧିକାଂଶ ରାଜ୍ୟ ମାସ୍କ ଏବଂ ସାମାଜିକ ଦୂରତାକୁ ବାଧ୍ୟତାମୂଳକ କରିଛନ୍ତି। ଏହାକୁ କଡ଼ାକଡ଼ି କରିବା ପାଇଁ ଜୋରିମାନା ବ୍ୟବସ୍ଥା ଆପଣାଇଛନ୍ତି ବିଭିନ୍ନ ରାଜ୍ୟ ସରକାର। […]

mask

Subhransu Sekhar
  • Published: Thursday, 23 July 2020
  • , Updated: 23 July 2020, 04:28 PM IST

ରାଞ୍ଚି: କରୋନା ମହାମାରୀର ଟିକାକୁ ନେଇ ସମସ୍ତ ଦେଶ ଏବେ ପ୍ରୟାସ ଜାରି କରିଛନ୍ତି। ହେଲେ ଏହା କେବେ ସଫଳ ହେବ ଏବଂ ବଜାରକୁ ଆସିବ ତାହା ଜଣାପଡ଼ି ନାହିଁ। ଏଭଳି ସ୍ଥିତିରେ କରୋନା ସହିତ ଦେଶବାସୀଙ୍କୁ ଆଗକୁ ଯିବାକୁ ହେବ। ହେଲେ କରୋନା ନିୟମ ପାଳନ କରିବାକୁ ହେବ। ତେଣୁ ଅଧିକାଂଶ ରାଜ୍ୟ ମାସ୍କ ଏବଂ ସାମାଜିକ ଦୂରତାକୁ ବାଧ୍ୟତାମୂଳକ କରିଛନ୍ତି। ଏହାକୁ କଡ଼ାକଡ଼ି କରିବା ପାଇଁ ଜୋରିମାନା ବ୍ୟବସ୍ଥା ଆପଣାଇଛନ୍ତି ବିଭିନ୍ନ ରାଜ୍ୟ ସରକାର।

ଝାଡ଼ଖଣ୍ଡର ହେମନ୍ତ ସୋରେନ ସରକାର ବୁଧବାର କ୍ୟାବିନେଟ ମିଟିଂ କରିଥିଲେ। ଏହି ମିଟିଂରେ ସେ ୩୯ଟି ପ୍ରସ୍ତାବ ଉପରେ ମୋହର ମାରିଛନ୍ତି। ଯେଉଁଥିରେ କରୋନା ଗାଇଡଲାଇନ୍ ପ୍ରସ୍ତାବ ଉପରେ ମୋହର ମାରିଛନ୍ତି। ଯେଉଁଥିରେ ଆଇନ ଉଲ୍ଲଂଘନକାରୀ ଦୁଇ ବର୍ଷ ଜେଲ କିମ୍ୱା ଲକ୍ଷେ ଟଙ୍କାର ଜୋରିମାନା ବ୍ୟବସ୍ଥା ରହିଛି।

ଏହି ଅବସରରେ ଝାଡ଼ଖଣ୍ଡ ରାଜ୍ୟର ନୂଆ ଚିହ୍ନ (ଲୋଗୋ)କୁ ମଧ୍ୟ ମୁଖ୍ୟମନ୍ତ୍ରୀ ହେମନ୍ତ ସିଂହ ସୋରେନ ମଞ୍ଜୁରୀ ଦେଇଛନ୍ତି ବୋଲି ଝାଡ଼ଖଣ୍ଡର କ୍ୟାବିନେଟ ସଚିବ ଅଜୟ କୁମାର ସିଂହ କହିଛନ୍ତି। ସୂଚନାଯୋଗ୍ୟ, ଓଡ଼ିଶା, ରାଜସ୍ଥାନ, ଉତ୍ତର ପ୍ରଦେଶ ଆଦି ଅନେକ ରାଜ୍ୟ ମାସ୍କ ନପିନ୍ଧିଲେ ଜୋରିମାନା ବ୍ୟବସ୍ଥା କରିଛନ୍ତି।

Related story