ସୁପ୍ରିମ୍‌କୋର୍ଟରେ ଚାକିରି କରିବାକୁ ସୁଯୋଗ

ନୂଆଦିଲ୍ଲୀ: ବିଚାର ବିଭାଗୀୟ କ୍ଷେତ୍ରରେ ଚାକିରି କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ସୁପ୍ରିମକୋର୍ଟ ଅଫ୍ ଇଣ୍ଡିଆ ଜୁନିୟର କୋର୍ଟ ଆଟେଣ୍ଡାଣ୍ଟ ଓ ଚ୍ୟାମ୍ବର କୋର୍ଟ ଆଟେଣ୍ଡାଣ୍ଟ ପଦବୀ ପାଇଁ ଦରଖାସ୍ତ ଆହ୍ୱାନ କରିଛନ୍ତି। ଏଥିପାଇଁ ଆବେଦନର ଶେଷ ତାରିଖ ୨୦୧୮ ଏପ୍ରିଲ୍ ୧୫ ପର୍ଯ୍ୟନ୍ତ ରଖାଯାଇଛି।  ଆବେଦନ ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ଜାଣି ରଖନ୍ତୁ। ଖାଲି ଥିବା ପଦବୀ ସଂଖ୍ୟା: ମୋଟ ୭୮ଟି ପଦବୀ  ପାଇଁ ଦରଖାସ୍ତ ଆହ୍ୱାନ କରାଯାଇଛି। ଯେଉଁଥିରେ ଜୁନିୟର […]

supreme-court-of-india

Rakesh Mallick
  • Published: Saturday, 24 March 2018
  • , Updated: 24 March 2018, 06:33 PM IST

ନୂଆଦିଲ୍ଲୀ: ବିଚାର ବିଭାଗୀୟ କ୍ଷେତ୍ରରେ ଚାକିରି କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ସୁପ୍ରିମକୋର୍ଟ ଅଫ୍ ଇଣ୍ଡିଆ ଜୁନିୟର କୋର୍ଟ ଆଟେଣ୍ଡାଣ୍ଟ ଓ ଚ୍ୟାମ୍ବର କୋର୍ଟ ଆଟେଣ୍ଡାଣ୍ଟ ପଦବୀ ପାଇଁ ଦରଖାସ୍ତ ଆହ୍ୱାନ କରିଛନ୍ତି। ଏଥିପାଇଁ ଆବେଦନର ଶେଷ ତାରିଖ ୨୦୧୮ ଏପ୍ରିଲ୍ ୧୫ ପର୍ଯ୍ୟନ୍ତ ରଖାଯାଇଛି।  ଆବେଦନ ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ଜାଣି ରଖନ୍ତୁ।

ଖାଲି ଥିବା ପଦବୀ ସଂଖ୍ୟା: ମୋଟ ୭୮ଟି ପଦବୀ  ପାଇଁ ଦରଖାସ୍ତ ଆହ୍ୱାନ କରାଯାଇଛି। ଯେଉଁଥିରେ ଜୁନିୟର କୋର୍ଟ ଆଟେଣ୍ଡାଣ୍ଟ ପାଇଁ ୬୫ଟି ଓ ଚ୍ୟାମ୍ବର କୋର୍ଟ ଆଟେଣ୍ଡାଣ୍ଟ ପାଇଁ ୧୩ଟି ପଦବୀ ଖାଲି ରହିଛି।

ଯୋଗ୍ୟତା: ଆବେଦନକାରୀ ମାନ୍ୟାତା ପ୍ରାପ୍ତ ସ୍କୁଲରୁ ୧୦ ଶ୍ରେଣୀ ପାସ୍ କରିଥିବା ନିହାତି ଆବଶ୍ୟକ।

ଚୟନ ପ୍ରକ୍ରିୟା: ଏଥିପାଇଁ ଲିଖିତ ପରୀକ୍ଷା ପରେ ଦକ୍ଷତା ଆଧାରରେ ପ୍ରାର୍ଥୀ ଚୟନ କରାଯିବ।

ଦରମା: ୩୩,୩୧୫ ଟଙ୍କା ରଖାଯାଇଛି।

ସ୍ଥାନ ଓ ଆବେଦନର ଫିସ୍: ସାଧାରଣ (ଜେନେରାଲ୍) ବର୍ଗଙ୍କ ଓ ଓବିସି ପ୍ରାର୍ଥୀଙ୍କ ପାଇଁ ୩୦୦ ଟଙ୍କା ଫିସ୍‌ ରହିଥିବା ବେଳେ ଏସ୍‌ସି, ଏସ୍‌ଟି ଓ ପିଡବ୍ଲ୍ୟୁଡି ପ୍ରାର୍ଥୀଙ୍କ ପାଇଁ ୧୫୦ ଟଙ୍କା ଫିସ୍‌ ରହିଛି। ଏହାର ଜବ୍‌ ଲୋକେଶନ୍‌ ନୂଆଦିଲ୍ଲୀ।

ଆବେଦନର ପ୍ରକ୍ରିୟା: ଆଶାୟୀ ପ୍ରାର୍ଥୀ ୱେବ୍‌ସାଇଟ୍‌ www.sci.nic.in କୁ ଯାଇ  ଅନ୍‌ଲାଇନ୍‌ ଆବେଦନ କରିପାରିବେ।

ବିଦ୍ର: ଚାକିରି ଆଶାୟୀ ପ୍ରାର୍ଥୀଙ୍କୁ ବିଭିନ୍ନ ବିଭାଗରେ ପ୍ରକାଶ ପାଉଥିବା ପଦ ପଦବୀ ସମ୍ବନ୍ଧୀୟ ସମସ୍ତ ବିବରଣୀ ବିଷୟରେ ଅବଗତ କରାଇବା ଆମର ଉଦ୍ଦେଶ୍ୟ। ପ୍ରାର୍ଥିମାନେ ଆବେଦନ କରିବା ପୂର୍ବରୁ ଭଲ ଭାବରେ ଯାଞ୍ଚ କରି ଆବେଦନ କରିବାକୁ ଅନୁରୋଧ। ଯଦି ପ୍ରାର୍ଥିମାନ ଏ ସମ୍ବନ୍ଧୀୟ କୌଣସି ଠକାମୀର ଶିକାର ହୁଅନ୍ତି ସେଥିପାଇଁ ଓଡ଼ିଶା ରିପୋର୍ଟର କର୍ତ୍ତୃପକ୍ଷ ଦାୟୀ ରହିବେ ନାହିଁ।

Related story