ନୂଆଦିଲ୍ଲୀ: ୧୦୦ ପ୍ରତିଶତ ଇଭିଏମ୍ ଏବଂ ଭିଭିପ୍ୟାଟ ଗଣତି ପାଇଁ ଦାବିରେ ହୋଇଥିବା ଆବେଦନକୁ ଆଜି ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି। ଜଷ୍ଟିସ ଅରୁଣ ମିଶ୍ରା ଏବଂ ଜଷ୍ଟିସ ଏମଆର ଶାହଙ୍କ ନେତୃତ୍ୱାଧୀନ ଖଣ୍ଡପୀଠକୁ ଏହି ଆବେଦନକୁ ଖାରଜ କରିଦେଇଛନ୍ତି।
ଚେନ୍ନାଇର ଏକ ଏନଜିଓ ଟେକ୍ନୋକ୍ରାଫ୍ଟଙ୍କ ପକ୍ଷରୁ ମାମଲାର ଶୀଘ୍ର ଶୁଣାଣି ପାଇଁ ହୋଇଥିବା ଏହି ଆବେଦନକୁ ପ୍ରଥମେ ଶୁଣାଣି ପାଇଁ ମନା କରିଥିଲେ ଖଣ୍ଡପୀଠ। କାରଣ ପୂର୍ବରୁ ୫୦ ପ୍ରତିଶତ ଇଭିଏମ ଓ ଭିଭିପ୍ୟାଟ ସଂକ୍ରାନ୍ତୀୟ ଆବେଦନ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ଖାରଜ କରି ଦେଇସାରିଛନ୍ତି। ସେ ଦୃଷ୍ଟିରୁ ଏହି ଆବେଦନକୁ 'ନନସେନ୍ସ' ବୋଲି ଖଣ୍ଡପୀଠ କହିଛନ୍ତି। ପୂର୍ବରୁ ଏହି ଆବେଦନ ସୁପ୍ରିମକୋର୍ଟରେ ଖାରଜ ହୋଇସାରିଥିବା ବେଳେ ସମାନ ଆବେଦନ ଦାୟର କରିବାକୁ ନେଇ ଖଣ୍ଡପୀଠ ବିରକ୍ତି ପ୍ରକାଶ କରିଛନ୍ତି।
ଏପ୍ରିଲ ୮ରେ ସୁପ୍ରିମକୋର୍ଟ ବିରୋଧୀ ଦଳଙ୍କ ସମାନ ଧରଣର ଆବେଦନର ଶୁଣାଣି କରି ଇଭିଏମ ସହ ଭିଭିପ୍ୟାଟର ଗଣତି ୫ ପ୍ରତିଶତ ବଢ଼ାଇ ଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
କବାଟ ଲକରେ କେମିତି ଝୁଲିଲେ ମହିଳା? ହତ୍ୟା ଅଭିଯୋଗ ଆଣିଲେ ସ୍ୱାମୀ
ମହିଳାଙ୍କ ମୃତଦେହ ତାଙ୍କ ଘର କବାଟର ଲକରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରିଛି ପୁଲିସ। ମହିଳାଙ୍କୁ ଜଣେ ପୁଲିସ କନଷ୍ଟେବଲ ହତ୍ୟା କରିଥିବା ତାଙ୍କ ସ୍ୱାମୀ ଅଭିଯୋଗ ଆଣିଛନ୍ତି।
Accident
ଅଭିନେତ୍ରୀଙ୍କ କାର ଧକ୍କାରେ ଶ୍ରମିକ ମୃତ, ଏକାଧିକ ଗୁରୁତର
ଲୋକପ୍ରିୟ ମରାଠି ଅଭିନେତ୍ରୀ ଉର୍ମିଳା କୋଠାରେ ଏକ ଶୁଟିଂ ସାରି ଘରକୁ ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା।
National
ଦିଲ୍ଲୀରେ ୧୦୧ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା, ବାୟୁ ମାନରେ ଆସିଲା ଉନ୍ନତି
ଦିଲ୍ଲୀରେ ତୁହାକୁ ତୁହା ବର୍ଷା ଜାରି ରହିଛି। ଫଳରେ ଦିନର ସର୍ବାଧିକ ତାପମାତ୍ରା ୧୩ ଡିଗ୍ରୀ ସେଲସିୟସକୁ ଖସିଛି। ବର୍ଷା କାରଣରୁ ବାୟୁ ଗୁଣବତ୍ତାରେ ଉନ୍ନତି ଘଟିଛି ଏବଂ ବର୍ତ୍ତମାନ ସହରରୁ GRAP-3ର ପ୍ରତିବନ୍ଧକକୁ ହଟାଇ ଦିଆଯାଇଛି।
Politics
ଦିଲ୍ଲୀ ସରକାରଙ୍କ ଯୋଜନାର ତଦନ୍ତ ନିର୍ଦ୍ଦେଶ, ସମାଲୋଚନା କଲେ କେଜ୍ରିୱାଲ
ଦିଲ୍ଲୀ ଭୋଟରଙ୍କୁ ପ୍ରଭାବିତ କରିବାକୁ ପଞ୍ଜାବ ସରକାର ଟଙ୍କା ପଠାଉଥିବା ଅଭିଯୋଗ ଆଣିଲା କଂଗ୍ରେସ। 'ମହିଳା ସମ୍ମାନ ଯୋଜନା'ର ତଦନ୍ତ ନିର୍ଦ୍ଦେଶ ଦେଲେ ଉପରାଜ୍ୟପାଳ।
National
ଅଶ୍ଳୀଳ ଫଟୋ ଲିକ୍ କରିବାକୁ ଧମକ, ବନ୍ଧା ହେଲେ ଅଭିନେତା
ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିବା, ବ୍ୟକ୍ତିଗତ ଫଟୋ ଲିକ୍ କରିବାକୁ ଧମକ ଦେବା ଓ ଅମାନୁଷିକ ଭାବେ ମାଡ଼ ମରୁଥିବା ନେଇ ତାଙ୍କ ବିରୋଧରେ ଜଣେ ୨୯ ବର୍ଷୀୟ ଅଭିନେତ୍ରୀ ଅଭିଯୋଗ କରିଛନ୍ତି।